Only for Entertainment

ସୀତାଫଳ ଖାଇବା ଫଳରେ ମିଳିଥାଏ ଏସବୁ ଫାଇଦା !

101

ସୀତାଫଳର ନାମ ଆପଣ ମାନେ ଶୁଣିଥିବେ, ଏହାକୁ ଇଂରାଜୀରେ କଷ୍ଟର୍ଡ ଏପଲ୍ ନାମରେ ଜଣାଯାଏ । ଆପଣଙ୍କ ମଧ୍ୟରୁ କିଛି ଲୋକ ଏହାକୁ ଖାଉଥିବେ । ସୀତାଫଳ ଖାଇବା ପାଇଁ ସ୍ୱାଦିଷ୍ଟ ହୋଇଥାଏ । କଣ ଆପଣ ଜାଣିଛନ୍ତି ଏହା ଶରୀର ପାଇଁ ଖୁବ୍ ଉପକାରୀ ଅଟେ । ସୀତାଫଳରେ ଅନେକ ଏପରି ଭିଟାମିନ୍ ମହଜୁଦ ରହିଛି, ଯେଉଁଥିରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ସୀତାଫଳ ଏପରି ଏକ ଫଳ ଯାହା ଖୁବ ସହଜରେ ସାରା ଦେଶରେ ମିଳିଯାଇ ପାରେ । ଆପଣ ନିଜର ଦୈନଦିନ ଜୀବନରେ ନିଜର ଶରୀରକୁ ଆଵଶ୍ୟକୀୟ ପୋଷଣ ଏଥିରୁ ପାଇପାରିବେ । ଚେଷ୍ଟା କରନ୍ତୁ ନିଜ ଖାଦ୍ୟ ସୂଚୀରେ ଏହାକୁ ସାମିଲ କରି ନିଜର ରୋଗ ପ୍ରତିରୋଧକ ଶକ୍ତି ବଢ଼ାନ୍ତୁ ।

ସୀତାଫଳ ସ୍ୱାଦିଷ୍ଟ ହେବା ସହ ଶରୀର ପାଇଁ ଲାଭଦାୟକ ହୋଇଥାଏ । ଦୁର୍ବଳ ଶରୀର ଥିବା ଲୋକ ଏହାକୁ ଜରୁରୀ ଖାଇବା ଉଚିତ । ଏହା ଦୂର୍ବଳତା ଦୂର କରି ଶରୀରରେ ଶକ୍ତି ବୃଦ୍ଧି କରିଥାଏ ।

ଖୁବ ସହଜରେ ଏହା ମୁହଁ ଏବଂ ପେଟଜନିତ କ୍ଷତକୁ , ଏସିଡିଟି ଏବଂ ଉଚ୍ଚ ରକ୍ତ ଚାପ ମୁକ୍ତି ଦେଇଥାଏ । ଏଥିରେ ସୋଡିୟମ ଏବଂ ପୋଟାସିୟମ ରହିଥିବା କାରଣରୁ ରକ୍ତରେ ହେଉଥିବା ପରିବର୍ତ୍ତନକୁ ନିୟତ୍ରଣ କରିବାରେ ସାହାଯ୍ୟ କରିଥାଏ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More