Only for Entertainment

କାହଁକି ଦେଖିବେ ଅଜୟ ଦେବଗନଙ୍କ ଫିଲ୍ମ ‘ରେଡ’, ଜାଣନ୍ତୁ ଏହି ୫ କାରଣ

indianmovierating
0 58

ଅଜୟ ଦେବଗନ ଏବଂ ଇଲିଆନା ଡିକ୍ରୁଜ୍ ଅଭିନିତ ଫିଲ୍ମ ରେଡ ୧୬ ମାର୍ଚ୍ଚକୁ ରିଲିଜ ହେବାକୁ ଯାଉଛି । ରାଜକୁମାର ଗୁପ୍ତାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଇନକମଟ୍ୟାକ୍ସ ବିଭାବର ଏକ ସତ୍ୟ କାହାଣୀ ଉପରେ ଆଧାରିତ ବୋଲି କୁହାଯାଉଛି । ବଲିଉଡରେ ଏଭଳି ଫିଲ୍ମ ପରଦାକୁ ଆସିନାହିଁ ବୋଲି ମଧ୍ୟ ଚର୍ଚ୍ଚ ହେଉଛି । ୮୦ ଦଶକର ଏକ ହାଇ ପ୍ରୋଫାଇଲ ରେଡ ଉପରେ ଏହି ଫିଲ୍ମ ଆଧାରିତ । ତେବେ ଅଜୟଙ୍କ ଏହି ଫିଲ୍ମ କ’ଣ ପାଇଁ ଦେଖିବା ଆବଶ୍ୟକ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ।

  • ଷ୍ଟାରକାଷ୍ଟ
    ଫିଲ୍ମ ଦେଖିବା ପାଇଁ ସବୁଠାରୁ ମୁଖ୍ୟ କାରଣ ହେଉଛି ଫିଲ୍ମର ଷ୍ଟାରକାଷ୍ଟ । ଫିଲ୍ମରେ ଅଜୟ ଦେବଗନଙ୍କ ନଜର ଆସିବା ଦର୍ଶକଙ୍କୁ ଫିଲ୍ମ ଆଡକୁ ଆକୃଷ୍ଠ କରିବ । ଏହି ଫିଲ୍ମରେ ଅଜୟ ଇନକମ ଟ୍ୟାକ୍ସ ବିଭାଗର ଏକ ଅଧିକାରୀ ଭୂମିକାରେ ନଜର ଆସିବେ । ଫିଲ୍ମରେ ଇଲିଆନା ଅଜୟଙ୍କ ପତ୍ନୀ ଭୂମିକାରେ ନଜର ଆସିବେ । ଦୁଇ ଜଣଙ୍କ କେମେଷ୍ଟ୍ରୀକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରୁଛନ୍ତି ।
  • ସତ୍ୟ କାହାଣୀ
    କହାଯାଉଛି ଫିଲ୍ମର କାହାଣୀ ସତ୍ୟ ଘଟଣା ଉପରେ ଆଧାରିତ । ୮୦ ଦଶକରେ ଇନକମ୍ ଟ୍ୟାକ୍ସ ବିଭାଗ ଦ୍ୱାରା କରାଯାଇଥିବା ଏକ ଚଢାଉ ଉପରେ ଏହା ଆଧାରିତ ।
  • ରାଜକୁମାର ଗୁପ୍ତାଙ୍କ ନିର୍ଦ୍ଦେଶିତ ଫିଲ୍ମ
    ରାଜକୁମାରଙ୍କ ‘ନୋ ୱାନ କିଲ୍ଡ ଜେସିକା’ ପରି ସଫଳ ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି । ତାଙ୍କ ଫିଲ୍ମର ଆକର୍ଷଣ ଷ୍ଟୋରୀ ଲାଇନ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ଆକୃଷ୍ଠ କରିପାରିବ ବୋଲି ଆଶା କରାଯାଉଛି ।
  • ୮୦ ଦଶକ ୟୁପିର ଝଲକ
    ଫିଲ୍ମ ୧୯୮୧ର ୟୁପିକୁ ଫିଲ୍ମରେ ଦର୍ଶାଯାଇଛି । ଏହି ଯୁଗକୁ ପରଦାରେ ଦର୍ଶଇବା ପାଇଁ ଫିଲ୍ମର ନିର୍ମାତା ଖୁବ ପରିଶ୍ରମ କରିଛନ୍ତି । ଫିଲ୍ମର ସଙ୍ଗୀତ ହେଉ କିମ୍ବା ଭାଷା ସମସ୍ତ ସିନକୁ ଭଲଭାବେ ଦର୍ଶାଯାଇଛି ।
  • ପାୱାରଫୁଲ ଡାଇଲଗ
    ‘ରେଡ’ର ଟ୍ରେଲରରୁ ଅନ୍ଦାଜା ଲଗାଇପାରିବେ ଫିଲ୍ମରେ ସମସ୍ତ କଳାକାରଙ୍କର ଡାଇଲଗ ଖୁବ ଦମଦାର ହୋଇଛି । ଏହା ଦର୍ଶକଙ୍କୁ ବାନ୍ଧି ରଖିପାରିବ ବୋଲି ଆଶା କରାଯାଉଛି ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More