Only for Entertainment

ନିର୍ବାଚନରେ ଇମ୍ରାନଙ୍କ ପାର୍ଟି ଜିତିବାର ଖୋଲିଲା ରାଜ, ଆପଣାଇଥିଲେ ଏହି ଫଣ୍ଡା ।

punjabkesari
0 33

ପାକିସ୍ତାନ ନିର୍ବାଚନରେ ଇମ୍ରାନଙ୍କ ପାର୍ଟି ଜିତିବା ପରେ ଏବେ ରାଜ ଖୋଲିଛି । ଖବର ଅନୁସାରେ ଏକ ମୋବାଇଲ ଆପ ଏବଂ ୫୦ କୋଟି ଲୋକଙ୍କ ଡାଟାବେସ ଇମ୍ରାନଙ୍କୁ ନିର୍ବାଚନ ଜିତିବାରେ ସାହାଯ୍ୟ କରିଛି । ଇମ୍ରାନଙ୍କ ପାର୍ଟି ପିଟିଆଇ ଲୋକଙ୍କୁ ପୋଲିଂ ପୁଥ ପର୍ଯ୍ୟନ୍ତ ଆଣିବାରେ ମଧ୍ୟ ସଫଳ ହୋଇଛି ।

ଅନ୍ୟ ଏହି ପାର୍ଟି ଏହାକୁ କପି କରିଦେବ ଭାବି ପିଟିଆଇ ଏହି କଥାକୁ ଗୋପନ ରଖିଥିଲା । ମୋବାଇଲ ଆପ ଜରିଆରେ ଲୋକଙ୍କୁ ପୋଲିଂ ବୁଥ ପର୍ଯ୍ୟନ୍ତ ଅଣାଗଲା,କାରଣ ଥିଲା ଲୋକମାନେ ଯେପରି ସ୍ଥାନ ଖୋଜିବାରେ ଅସମର୍ଥ ନ ହେବେ । ପିଟିଆଇକୁ ୧୧୬,ନୱାଜ ସରିଫଙ୍କ ପାର୍ଟି ପାକିସ୍ତାନ ମୁସଲିମ ଲିଗ ନୱାଜଙ୍କୁ ୬୪,ପାକିସ୍ତାନ ପିପୁଲ୍ସ ପାର୍ଟିକୁ ୪୩ ସିଟ ମିଳିଛି । ପାକିସ୍ତାନରେ ପ୍ରାୟ ୧୦.୫ କୋଟି ଭୋଟର ଅଛନ୍ତି ।

ପାକିସ୍ତାନରେ ସରକାରୀ ଫୋନ ସେବା ମାଧ୍ୟମରେ ମଧ୍ୟ ମତଦାନ ବୁଥ ବିଷୟରେ ସୂଚନା ଦିଆଯାଏ । କିନ୍ତୁ ୨୫ ଜୁଲାଇକୁ ଏହି ବ୍ୟବସ୍ଥାରେ ସମସ୍ୟା ଦେଖା ଦେଇଥିଲା । ଇମ୍ରାନଙ୍କ ବିରୋଧୀ ପାର୍ଟିଙ୍କ କହିବା ଅନୁସାରେ ତାଙ୍କୁ ପାକ ଆର୍ମି ସମର୍ଥନ କରୁଛନ୍ତି । ପିଟିଆଇ ନିର୍ମାଚନରେ ଜିତିବା ପାଇଁ ଏକ କନଷ୍ଟିଚୁଏନ୍ସି ମ୍ୟାନେଜମେଂଟ ଖୋଲିଥିଲେ । ଆପ ଏବଂ ଡାଟାବେସର ଜବରଦସ୍ତ ଲାଭ ମିଳିଲା ।

ନ୍ୟୁଜ ଏଜେନ୍ସି ଖବର ଅନୁସାରେ ପିଟିଆଇ ୨୦୧୩ରେ ଲୋକପ୍ରିୟତା ହାସଲ କରି ମଧ୍ୟ ନିର୍ବାଚନ ଜିତିପାରିନଥିଲା । ତେଣୁ ପୂର୍ବ ଥରକୁ ଆଖି ସାମ୍ନାରେ ରଖି ଇମ୍ରାନ ନୂଆ ଟେକ୍ନୋଲୋଜିର ବ୍ୟବହାର କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More