Only for Entertainment

ଜୋତା-ଚପଲ ସହ ଯୋଡି ହୋଇଛି ଶନିଙ୍କ ଶୁଭ ସଂଙ୍କେତ, ଜାଣନ୍ତୁ କିପରି !

Amarujala
0 99

ଶନି ଦେବଙ୍କ ନାଁ ଆସିବା ମାତ୍ରେ ଲୋକଙ୍କ ମନରେ ଏକ ପ୍ରକାର ଭୟ ଆସିଯାଇଥାଏ । ଯେଉଁ ବ୍ୟକ୍ତି କୁଣ୍ଡଳୀରେ ଶନିଙ୍କ ମହାଦଶା, ଶନିଙ୍କ ସାଢେସାତ କିମ୍ବା କୌଣସି ପ୍ରକାର ପ୍ରକୋପ ପଡିଥାଏ ସେମାନଙ୍କ ଜୀବନରେ ଅନେକ ସମସ୍ୟା ଦେଖା ଦେଇଥାଏ । ଶନିଙ୍କ ସହ ଜଡିତ ଅନେକ ମାନ୍ୟତା ରହିଛି ଏବଂ ଯଦି ଶନିବାର ଦିନ କେହି ଆପଣଙ୍କ ଜୋତା ଚପଲ ଚୋରି କରି ନିଏ ତେବେ ଏହା ଶୁଭ ସଙ୍କେତ ଅଟେ ବୋଲି ମାନ୍ୟତା ରହିଛି ।

ଯଦି ଆପଣଙ୍କ ସହ ଏଭଳି କିଛି ହୋଇଛି ତେବେ ଏହାର ଅର୍ଥ ଶୁଭ ସଙ୍କେତ ଅଟେ । ଶନିବାର ଜୋତା ଚପଲ ଚୋରେି ହେବା ଦ୍ୱାରା ଆପଣଙ୍କ ଦୁଃଖ ଏବଂ ଚିନ୍ତା ଭଳି ସମସ୍ୟା ଦୂର ହୋଇଯାଇଥାଏ । ଶନିଙ୍କ ପ୍ରକୋପ ଯଦି ଆପଣଙ୍କ ଜାତକରେ ପଡେ ଏହିକାରଣରୁ ଆପଣଙ୍କୁ ଅନେକ ପ୍ରକାର ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ ।

ଚମଡା ନିର୍ମିତ ଜିନିଷ ଏବଂ ଗୋଡରେ ଶନିଙ୍କ ବାସ ଥାଏ ବୋଲି ମାନ୍ୟତା ରହିଛି । ଏହି କାରଣରୁ ଯଦି କୌଣସି ବ୍ୟକ୍ତି ଆପଣଙ୍କ ଜୋତା ଚପଲ ଶନିବାର ଦିନ ଚୋରି କରେ କିମ୍ବା ହଜିଯାଏ ଏହା ଶୁଭ ସଙ୍କେତ ଅଟେ । ଏହିକାରଣରୁ ଅନେକ ଲୋକ ଜୋତା-ଚପଲ ମନ୍ଦିରରେ ଛାଡି ଚାଲିଯାଆନ୍ତି କାରଣ ଏହାଦ୍ୱାରା ସେମାନଙ୍କ ପାଖରୁ ଶନିଙ୍କ ଅଶୁଭ ପ୍ରଭାବ ଦୂର ହୋଇଯାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More