Only for Entertainment

ଦୀପାବଳୀ : ଜାଣନ୍ତୁ କମ୍ ବଜେଟରେ କିଭଳି ସଜାଇବେ ଘର

Beauty Tips
25

ଦୀପାବଳୀର ପ୍ରସ୍ତୁତିି ସହିତ ଆରମ୍ଭ ହୋଇଥାଏ ଘରର ସଫେଇ ଓ ସାଜସଜ୍ଜାର କାମ । ପୂର୍ବରୁ ଲୋକଙ୍କ ପାଖରେ ସାଜସଜ୍ଜା ନାମରେ କେବଳ ଦୀପ ଥିଲା । ଆଜିକାଲି ଏତେ ଜିନିଷ ଉପଲବ୍ଧ ଅଛି ଯେ, ଆପଣ ଘରକୁ ସଜାଇବାରେ ବ୍ୟବହାର କରିପାରିବେ । ଆପଣ ଆପଣଙ୍କ ଘରର ଆକାର ଓ ବଜେଟକୁ ଦେଖି ଏହାର ଚୟନ କରିପାରିବେ । ଜାଣନ୍ତୁ କମ୍ ବଜେଟ୍ ରେ କେମିତି କରିବେ ଘରର ସାଜସଜ୍ଜା …

  • ଭିନ୍ନ ଭିନ୍ନ ପ୍ରକାରର ଇଲେକ୍ଟ୍ରିକ୍ ଲାଇଟ୍ସରେ ଘରକୁ ସଜାନ୍ତୁ : ବଜାରରେ ସବୁ ପ୍ରକାରର ଇଲେକ୍ଟ୍ରିକ୍ ଲାଇଟ୍ ଉପଲବ୍ଧ । ଯଦ୍ୱାରା ଦୀପାବଳୀରେ ଘରକୁ ସଜାଇ ପାରିବେ । ଛୋଟ-ବଡ, କମ୍-ବେଶୀ ଆଲୋକର ଲାଇଟ୍ କୁ ନିଜ ଘର ହିସାବରେ ବାଛନ୍ତୁ । ଜାଣନ୍ତୁ ଭିନ୍ନ ଭିନ୍ନ ପ୍ରକାରର ଲାଇଟ୍ସ ବିଷୟରେ । ଯଦି ଆପଣଙ୍କ ଘର ଛୋଟ ଅଛି ଏବଂ ବଜେଟ୍ ବି କମ୍ ଅଛି । ତେବେ ଦୀପ, ରଙ୍ଗୋଲୀ ଓ ମହମବତୀରେ ଘରକୁ ସଜାଇପାରିବେ ।
  • ଦୀପରେ ସଜାନ୍ତୁ ଘର : ଦୀପରେ ଘରକୁ ସଜାଇବାର ପ୍ରଥା ପୁରୁଣା । କମ୍ ବଜେଟ୍ ରେ ଘର ସଜାଇବା ପାଇଁ ଦୀପ ସବୁଠାରୁ ଭଲ ପସନ୍ଦ ।
  • ରଙ୍ଗବେରଙ୍ଗ ରଙ୍ଗୋଲୀ : ଭିନ୍ନ ଭିନ୍ନ ରଙ୍ଗରେ ରଙ୍ଗୋଲୀ ତିଆରି କରି ଆପଣ ଘରକୁ ସୁନ୍ଦର କରିପାରିବେ । ରଙ୍ଗ ବ୍ୟତୀତ ଫୁଲ ଓ ଦୀପର ବ୍ୟବହାର ମଧ୍ୟ କରିପାରିବେ । କେତେକ ସ୍ଥାନରେ ଚାଉଳ ଗୁଣ୍ଡ ଓ ହଳଦୀରେ ବି ରଙ୍ଗୋଲୀ ତିଆରି କରିବାର ପ୍ରଥା ରହିଛି ।
  • ଫୁଲରେ ସଜାନ୍ତୁ : ଗେଣ୍ଡା, ଗୋଲାପ ଓ ଚମେଲୀ ଫୁଲର ବ୍ୟବହାର କରି ଦୀପାବଳୀରେ ସାଜସଜ୍ଜା କରିପାରିବେ ।
  • ଘର ପ୍ରବେଶ ଦ୍ୱାରରେ ତୋରଣ ଲଗାନ୍ତୁ : ଦୀପାବଳୀରେ ଘର ଭିତରେ ହି ନୁହେଁ ଆଖପାଖ ସ୍ଥାନରେ ବି ସଜାଯାଏ । ଯେଉଁଥିରେ ପ୍ରବେଶ ଦ୍ୱାରକୁ ଭିନ୍ନ ଭିନ୍ନ ତୋରଣରେ ସଜାହୁଏ । ଫୁଲ, ନତ୍ର, କଲରଫୁଲ୍ କାଗଜରେ ତିଆରି ତୋରଣ ସୁନ୍ଦର ହେବା ସହିତ ଶୁଭର ପ୍ରତୀକ ହୋଇଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More