Only for Entertainment

ତୈଳାକ୍ତ ତ୍ୱଚାର କିପରି ନେବେ ଯତ୍ନ, ଜାଣନ୍ତୁ କିଛି ଟିପ୍ସ ।

glamourlaw
0 53

ସାଧାରଣତଃ ତ୍ୱଚା ୪ ପ୍ରକାରର ଯଥା ସାଧାରଣ ତ୍ୱଚା , ଶୁଷ୍କ , ତେଲିଆ ଓ ସମ୍ବେଦନଶୀଳ । ତେଲିଆ ତ୍ୱଚାର କାରଣ ହରମୋନରେ ପରିବର୍ତ୍ତନ ତଥା ଆପଣଙ୍କ ଅନିୟମିତ ଜୀବନଶେଳୀ । ତୈଳାକ୍ତ ତ୍ୱଚାଯୋଗୁଁ ଆଖି ତଳେ କଳା ଦାଗ ହେବାର ଅଧିକ ଭୟ ରହିଥାଏ । ଏହାସହ ତେଲିଆ ତ୍ୱଚା ଯୋଗୁଁ ମୁହଁରେ ବ୍ରଣ,କଳାଦାଗ ଆଦି ହୋଇଥାଏ । ଜାଣନ୍ତୁ ଏପରି ତ୍ୱଚାରୁ ରକ୍ଷା ପାଇବେ କିପରି ?

  • ଚେହେରାର ଛିଦ୍ରରୁ ତେଲ ଓ ମଇଳା ସଫା କରିବା ପାଇଁ କ୍ଲିନଜର ବ୍ୟବହାର କରନ୍ତୁ । ତା’ପରେ ଆପଣ ଅଳ୍ପ ଉଷୁୁମ ପାଣିରେ ଚେହେରାକୁ ଧୋଇ ଦିଅନ୍ତୁ । ଗୋଟିଏ ଦିନରେ ୨ ରୁ ୩ ଥର ଚେହେରେକୁ ଧୁଅନ୍ତୁ ।
  • ଏହାସହ ଚେହେରାରେ ଟୋନର ଲଗାନ୍ତୁ ଯାହାଦ୍ୱାରାେ ତ୍ୱଚାର ଛିଦ୍ର ବନ୍ଦ ହୋଇଯିବା । ଟୋନର ଭାବେ ଆପଣ ଗୋଲାପ ଜଳ ମଧ୍ୟ ବ୍ୟବହାର କରିପାରିବେ ।
  • ସ୍ୱାସ୍ଥ୍ୟକର ଆହର ସେବନ କରନ୍ତୁ । ତେଲିଆ ଓ ଅଧିକ ଫ୍ୟାଟ ଥିବା ଖାଦ୍ୟରୁ ଦୂରେଇ ରୁହନ୍ତୁ ।
  • ମୁଲତାନି ମାଟି, ଲିମ୍ବ ପାଉଡର, ଚନ୍ଦନ ପାଉଡରକୁ ସମ ପରିମାଣରେ ଗୋଲାପ ଜଳ ସହ ମିଶାଇ ସପ୍ତାହରେ ଦୁଇଥର ଚେହେରାରେ ଲଗାନ୍ତୁ । ୨୦ ମିନିଟ ପରେ ମୁହଁ ଧୋଇ ଦିଅନ୍ତୁ ।
  • ପ୍ରତିଦିନ ଅତିକମରେ ୧୦ ରୁ ୧୨ ଗ୍ଲାସ ପାଣି ପିଅନ୍ତୁୁ । ତେଲ ମସଲା, ରାଗଯୁକ୍ତ ଖାଇବାରୁ ଦୂରେଇ ରୁହନ୍ତୁ । ଏପରି କରିବା ଦ୍ୱାରା ଆପଣ ତେଲିଆ ତ୍ୱଚାରୁ ରକ୍ଷା ପାଇପାରିବେ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More