Only for Entertainment

ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ମୁଗଲାଇ ପନିର

YouTube
0 74

ମୁଗଲାଇ ଖାଦ୍ୟ ଗରିଷ୍ଠ ହେବା ସହିତ ଶରୀରକୁ ଅଧିକ ଶକ୍ତି ପ୍ରଦାନ କରିଥାଏ । କାରଣ ଏହି ଖାଦ୍ୟରେ ଦେଶୀ ଘିଅ, ଗରମ ମସଲା ଏବଂ ଡ୍ରାଇ ଫ୍ରୁଟସର ପ୍ରୟୋଗ କରାଯାଇଥାଏ । ତେବେ ଆସନ୍ତୁ ଜାଣିବା ମୁଗଲାଇ ପନିର ପ୍ରସ୍ତୁତ କରିବାର ପ୍ରଣାଳୀ-

ସାମଗ୍ରୀ-

ପନିର- ୫୦୦ ଗ୍ରାମ
ଦେଶୀ ଘିଅ- ୭୫ଗ୍ରାମ
ଭଜା ପିଆଜ- ୧୦୦ ଗ୍ରାମ
ଅଦା-ରସୁଣ ପେଷ୍ଟ- ୨ଟି ଛୋଟ ଚାମଚ
ଦହି- ଅଧା କପ
ଲବଙ୍ଗ- ୪ଟି
ଅଳେଇଚ- ୨ଟି
ତେଜପତ୍ର- ୨ଟି
ଜାୟତ୍ରୀ-୧ଟି
ହଳଦୀ ପାଉଡର- ୧ ଛୋଟ ଚାମଚ
ଲଙ୍କା ପାଉଡର- ୧ ଛୋଟ ଚାମଚ
ଲୁଣ- ସ୍ୱାଦ ଅନୁସାରେ
କାଜୁ, ବାଦାମ ଏବଂ ପିସ୍ତା- ୧୦ଟି ଲେଖାଏଁ
ଖୁଆ- ୨୫ଗ୍ରାମ

ପ୍ରସ୍ତୁତି କରିବାର ପ୍ରଣାଳୀ-

– ପନିରକୁ ଛୋଟ ଛୋଟ କରି କାଟି ଦିଅନ୍ତୁ । ସମସ୍ତ ଡ୍ରାଇ ଫ୍ରୁଟସରେ ଅଧା କପ ଗରମ ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଭଜା ପିଆଜରେ ଅଳ୍ପ ଉଷୁମ ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ ।

– ଏହାପରେ କଢେଇରେ ତେଲ ଗରମ କରନ୍ତୁ ଏବଂ ସମସ୍ତ ଗୋଟା ଗରମ ମସଲାକୁ ପକାଇ ଏକ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ । ଏହାପରେ ଏଥିରେ ଅଦା ଏବଂ ରସୁଣ ପେଷ୍ଟ ମିଶାଇ ୫ରୁ ୬ ମିନିଟ ରାନ୍ଧିବା ପରେ ହଳଦୀ ପାଉଡର, ଲଙ୍କା ପାଉଡର ଏବଂ ଲୁଣ ପକାଇ ୩-୪ ମିନିଟ ପର୍ଯ୍ୟନ୍ତ ରାନ୍ଧନ୍ତୁ । ଏହାପରେ ଏଥିରେ ଦହି ମିଶାନ୍ତୁ ।

– ଏହା ଫୁଟିବା ପରେ ଡ୍ରାଇ ଫ୍ରୁଟସର ପେଷ୍ଟ ମିଶାଇ ଦେଢ କପ ପାଣି ଦେଇ ରାନ୍ଧନ୍ତୁ । କିଛି ସମୟ ଫୁଟିବା ପରେ ଏଥିରେ ପନିର, ଖୁଆ, ଜାୟତ୍ରୀ ପାଉଡର ଏବଂ ଗରମ ମସଲା ମିଶାନ୍ତୁ ।

– ଏହାର ଗ୍ରେଭି ଗାଢ ହେବା ପରେ ଗ୍ୟାସ ବନ୍ଦ କରି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ମୁଗଲାଇ ପନିର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More