Only for Entertainment

ବର୍ଥଡେ ସ୍ପେଶାଲ : ସୁପରଷ୍ଟାର ମହେଶ ବାବୁଙ୍କୁ ପ୍ରଥମ ଦେଖାରେ ହିଁ ପ୍ରେମ କରି ବସିଥିଲେ ଏହି ଅଭିନେତ୍ରୀ , ଆସନ୍ତୁ ଜାଣିବା !

60

ବଲିଉଡ ଅଭିନେତ୍ରୀ ନମ୍ରତା ସିରୋଡକର ସାଉଥ ଫିଲ୍ମର ସୁପରଷ୍ଟାର ମହେଶ ବାବୁଙ୍କ ପତ୍ନୀ ଅଟନ୍ତି । ମହେଶ ବାବୁ ଏବଂ ନମ୍ରତାଙ୍କ ଷ୍ଟୋରୀ କୌଣସି ଫିଲ୍ମ ଷ୍ଟୋରୀ ଠାରୁ କମ ନୁହେଁ । ନମ୍ରତା ବୟସରେ ମହେଶଙ୍କ ଠାରୁ ୪ବର୍ଷ ବଡ ଅଟନ୍ତି କିନ୍ତୁ ତାଙ୍କ ପ୍ରେମ ମଧ୍ୟରେ ବୟସର କୌଣସି ସୀମା ନାହିଁ । ନମ୍ରତା ୨୨ଜାନୁଆରୀ ତଥା ଆଜି ଜନ୍ମ ହୋଇଥିଲେ । ଏହି ମଉକାରେ ଚାଲନ୍ତୁ ଜାଣିବା ନମ୍ରତା ଏବଂ ମହେଶ ବାବୁଙ୍କ ଲଭ ଷ୍ଟୋରୀ ବିଷୟରେ ଜାଣିବା ।

ନମ୍ରତା ଅନେକ ହିନ୍ଦୀ ଫିଲ୍ମରେ ଅଭିନୟ କରିଛନ୍ତି ଏବଂ ୧୯୯୩ରେ ଫେମିନା ମିସ ଇଣ୍ଡିଆ ଜିତିଥିଲେ । ଏହାପରେ ନମ୍ରତା ଏବଂ ଟ୍ୱିଙ୍କିଲ ଖନ୍ନାଙ୍କ ସହ ‘ଜବ ପ୍ୟାର କିସି ସେ ହୋତା ହେ’ ଫିଲ୍ମରେ ଡେବ୍ୟୁ କରିଥିଲେ । ଏହାପରେ ସେ ତେଲୁଗୁ ଫିଲ୍ମ ‘ବାମସୀ’ ସାଇନ କରିଥିଲେ ଯେଉଁଥିରେ ଲିଡ ରେ ନଜର ଆସିଥିଲେ ମହେଶ ବାବୁ । ବାମସୀ ମହେଶ ବାବୁଙ୍କର ପ୍ରଥମ ଫିଲ୍ମ ଥିଲା ।

ନମ୍ରତା ଏବଂ ମହେଶ ବାବୁ ପ୍ରଥମ ଦେଖା ୨୦୦୦ରେ ବାମସୀ ଫିଲ୍ମରେ ହୋଇଥିଲା । ଏହି ଭେଟ ପରେ ଦୁହେଁ ଦୁହିଁଙ୍କ ପ୍ରେମରେ ପଡିଥିଲେ । ଫିଲ୍ମ ସୁଟିଂ ଶେଷ ହେବା ଭିତରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହିକାରଣରୁ ନମ୍ରତା ୪ବର୍ଷ ବଡ ହେଲେ ବି ତାହା ମହେଶଙ୍କ ଉପରେ କିଛି ପ୍ରଭାବ ପକାଇ ନଥିଲା । ଦୁହେଁ ୨୦୦୫ ଫେବୃୟାରୀ ୧୦ରେ ବିବାହ କରିଥିଲେ । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ବଲିଉଡରେ ଥିବା ଶିଳ୍ପା ଶିରୋଡକର ନମ୍ରତାଙ୍କ ନିଜ ଭଉଣୀ ଅଟନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More