Only for Entertainment

ହୋଲିରେ କିପରି କରିବେ କେଶର ସୁରକ୍ଷା, ଜାଣି ରଖନ୍ତୁ କିଛି ସହଜ ଟିପ୍ସ

deccanchronicle
35

ନିକଟରେ ରଙ୍ଗର ପର୍ବ ହୋଲି । ଏହି ଉତ୍ସବକୁ ପାଳନ କରିବାପାଇଁ ଲୋକମାନେ ଖୁବ ଉତ୍ସାହର ସହ ଅପେକ୍ଷା କରିଥାଆନ୍ତି । ହୋଲିରେ ଲୋକମାନେ ନିଜର ପୋଷାକ, ତ୍ୱାଚା, କେଶ ଓ ରଙ୍ଗରୂପର ଚିନ୍ତା ନକରି ରଙ୍ଗ ଖେଲିବା ପାଇଁ ବହୁତ ପସନ୍ଦ କରନ୍ତି । କିନ୍ତୁ ଏପରି କରିବା ଦ୍ୱାରା କେଶର ବହୁତ କ୍ଷତି ହୋଇଥାଏ, ଯେଉଁଥି ପାଇଁ ସାବଧାନ ରହିବା ଜରୁରୀ ।

  • ହୋଲି ଖେଳିବାର ୧୫ ମିନିଟ ପୂର୍ବରୁ ଆପଣ କେଶରେ ପର୍ଯ୍ୟାପ୍ତ ପରିମାଣ ତେଲ ମାଲିସ କରନ୍ତୁ । ନଡିଆ, ରାଶି କିମ୍ବା ସୋରିଷ ତେଲ ବ୍ୟବହାର କରିପାରିବେ ।
  • ତେଲ ଲଗାଇବା ସମୟରେ ଧ୍ୟାନ ରଖନ୍ତୁ ତେଲ ଯେପରି ଗରମ ନ ରୁହେ ।
  • ହୋଲି ଖେଳିବା ସମୟରେ କେଶକୁ ଖୋଲା ଛାଡିବା ଠିକ ନୁହଁ । ଖୋଲାକେଶ ଅଧିକ ରଙ୍ଗ ଟାଣିଥାଏ ଯାହାଦ୍ୱାରା କେଶମୂଳରେ ଅଧିକ ରଙ୍ଗ ଜମା ହୋଇଯାଏ । ହୋଲି ଖେଳିବା ସମୟରେ ମୁଣ୍ଡରେ ଟୋପି କିମ୍ବା ଷ୍ଟୋଲ ଘୋଡାଇ ରଖନ୍ତୁ ।
  • ଶୁଖା ରଙ୍ଗରେ ହୋଲି ଖେଳିବା ପରେ କେଶକୁ ଭଲରେ ବ୍ରଶ କରି ଦିଅନ୍ତୁ । ବ୍ରଶ କରିବା ଦ୍ୱାରା ରଙ୍ଗକୁ ହଟାଇବା ପାଇଁ ସୁବିଧା ମିଳିଥାଏ ।
  • ଯଦି ଆପଣ ପାଣି ରଙ୍ଗ ବ୍ୟବହାର କରୁଛନ୍ତି ତେବେ ପ୍ରଥମେ କେଶକୁ ପ୍ରଥମେ ପାଣିରେ ଧୋଇ ଦିଅନ୍ତୁ । ତା’ପରେ ସାମ୍ପୋ କରି କେଶକୁ ପର୍ୟ୍ୟାପ୍ତ ପରିମାଣରେ ସଫା ପାଣିରେ ଧୁଅନ୍ତୁ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More