Only for Entertainment

ରଜନୀକାନ୍ତଙ୍କ ଝିଅଙ୍କ ପ୍ରେମରେ ଏତେ ଦିୱାନା ହୋଇ ଯାଇଥିଲେ ଧନୁଷ ।

tamil.samayam.com
0 55

ଆଜି ସାଉଥ ସୁପରଷ୍ଟାର ଧନୁଷଙ୍କ ଜନ୍ମଦିନ । ସେ ଆଜି ୩୫ ବର୍ଷର ହୋଇ ଯାଇଛନ୍ତି । ସେ ସାଉଥ ଇଣ୍ଡିଆନ ସିନେମାର ଜଣେ ବଡ଼ ସୁପରଷ୍ଟାର । ଏହା ବ୍ୟତୀତ ଧନୁଷଙ୍କର ଅନ୍ୟ ଏକ ପରିଚୟ ମଧ୍ୟ ରହିଛି । ସାଉଥର ଭଗବାନ କୁହାଯାଉଥିବା ରଜନୀକାନ୍ତଙ୍କର ସେ ହେଉଛନ୍ତି ଜ୍ୱାଇଁ । ଆଜି ଧନୁଷଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ସଂପର୍କିତ କିଛି କଥା ।

ଧନୁଷ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ନିର୍ଦ୍ଦେଶକ କସ୍ତୁରୀ ମେଥିଙ୍କ ପୁଅ । ଧନୁଷଙ୍କର ପ୍ରକୃତ ନାମ ଭେଙ୍କଟେଶ ପ୍ରଭୁ କସ୍ତୁରୀ ରାଜା ।

ଧନୁଷ କେବେ ଆକ୍ଟର ହେବାକୁ ଇଛା କରିନଥିଲେ । ତାଙ୍କ ବାପା ଡାଇରେକ୍ଟର ଥିବାରୁ ତାଙ୍କ ଘରକୁ ଲୋକ ଆସନ୍ତି ଏବଂ ସେମାନଙ୍କୁ ଦେଖିବା ମାତ୍ରେ ଧନୁଷ ନିଜକୁ ବନ୍ଦ କରି ଦେଉଥିଲେ । ପରେ ତାଙ୍କ ବାପା ଓ ଭାଇଙ୍କ କହିବା ପରେ ସେ ଫିଲ୍ମରେ ପ୍ରବେଶ କରିଥିଲେ । ଧନୁଷ ସର୍ବଶ୍ରେଷ୍ଠ ଅଭିନେତା ଭାବେ ରାଷ୍ଟ୍ରୀୟ ପୁରସ୍କାର ମଧ୍ୟ ପାଇଛନ୍ତି । ୨୦୧୫ରେ ସେ ଦ୍ୱିତୀୟ ନେସନାଲ ଆୱାର୍ଡ଼ ପାଇଥିଲେ ।

ଧନୁଷ ତାଙ୍କ ପରିବାରଙ୍କ ସହିତ ଫିଲ୍ମ ଦେଖିବାକୁ ଯାଇଥିଲେ ଏବଂ ଫିଲ୍ମ ସରିବା ପରେ ସିନେମା ମାଲିକ ସେମାନଙ୍କୁ ରଜନୀକାନ୍ତଙ୍କ ଝିଅ ଐଶ୍ଚର୍ଯ୍ୟା ଏବଂ ସୌନ୍ଦର୍ଯ୍ୟାଙ୍କ ସହିତ ସାକ୍ଷାତ କରାଇଥିଲେ । ସେଠାରେ କେବଳ ହାଏ କହିବା ମଧ୍ୟରେ କଥା ସୀମିତ ଥିଲା,କିନ୍ତୁ ପରଦିନ ଐଶ୍ଚର୍ଯ୍ୟା ଧନୁଷଙ୍କ ପାଇଁ ଏକ ବୁକେ ପଠାଇଥିଲେ ଏବଂ କହିଥିଲେଯେ ଭଲ କାମ କରୁଚ,ଟକ୍ଟ୍ରରେ ରୁହ । ଏହାପରେ ଧନୁଷ ଏହି କଥାକୁ ସିରିଅସଲି ନେଇ ଯାଇଥିଲେ । ଐଶ୍ଚର୍ଯ୍ୟା ଧନୁଷଙ୍କ ଠାରୁ ୨ ବର୍ଷ ବଡ଼ ଏବଂ ୨ ବର୍ଷ ପରେ ଦୁଇଜଣଙ୍କ ବିବାହ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More