Only for Entertainment

ଅଜୟ ଦେବଗନଙ୍କ ଗୀତର ଦିୱାନା ଥିଲା ଆତଙ୍କବାଦୀ ଓସାମା ବିନ ଲାଡେନ ।

aajtak
0 47

ଅଜୟ ଦେବଗନ ବଲିଉଡର ସେହି ଅଭିନେତା ମାନଙ୍କ ମଧ୍ୟରୁ ଜଣେ ଯିଏ ଗତ ୩ ଦଶନ୍ଧି ଧରି ବଲିଉଡରେ ରାଜ କରୁଛନ୍ତି ଏବଂ ପ୍ରତି ଦର୍ଶକଙ୍କ ହୃଦୟରେ ଏକ ସୁନ୍ଦର ସ୍ଥାନ ତିଆରି କରି ପାରିଛନ୍ତି । ତେବେ ରେଡ ଫିଲ୍ମରେ କ୍ରେଜ ତିଆରି କରିଥିବା ଏହି ଅଭିନେତା କେବଳ ସାଧାରଣ ଲୋକଙ୍କ ହୃଦୟରେ ରାଜ କରୁନାହାଁନ୍ତି ବରଂ କେତେକ ପ୍ରଖ୍ୟାତ ଲୋକଙ୍କ ହୃଦୟରେ ମଧ୍ୟ ରାଜ କରୁଛନ୍ତି । ତେବେ ଅଜୟ ଦେବଗନଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ସହିତ ଜଡ଼ିତ କିଛି ରାଜ ବିଷୟରେ ।

ଅଲକାଏଦାର ସଂସ୍ଥାପକ ବା କୁଖ୍ୟାତ ଅପରାଧି ଲାଡେନ ମଧ୍ୟ ଅଜୟ ଦେବଗନଙ୍କ ଏକ ବଡ଼ ଫ୍ୟାନ ଥିଲା । ଖବର ଅନୁସାରେ ସେ ହିନ୍ଦୀ ଫିଲ୍ମର ଦିୱାନା ଥିଲା । ୧୯୯୮ରେ ରିଲିଜ ହୋଇଥିବା କାଜୋଲ ଏବଂ ଅଜୟଙ୍କ ଫିଲ୍ମ ପ୍ୟାର ତୋ ହୋନା ହି ଥାର ଏକ ଗୀତ ଖୁବ ପସନ୍ଦ ଥିଲା ।

ଏକ ସମୟରେ ଅଜୟଙ୍କ ନାମ ରବିନାଙ୍କ ସହିତ ମଧ୍ୟ ଯୋଡ଼ି ହୋଇଥିଲା । କୁହାଯାଏଯେ ରବିନା ଅଜୟଙ୍କ ପାଇଁ ଆତ୍ମହତ୍ୟା କରିବାର ଉଦ୍ୟମ ମଧ୍ୟ କରିଥିଲେ । ତେବେ ୍ରଜୟ ୧୯୯୧ରେ ଫିଲ୍ମ ଫୁଲ ଔର କାେଂଟରୁ ନିଜ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ । ୨୦୦୦ ମସିହାରେ ସେ ନିଜ ପ୍ରଡକ୍ସନ କମ୍ପାନୀ ନିର୍ମାଣ କରିଥିଲେ । ଯାହାର ପ୍ରଥମ ଫିଲ୍ମ ୟୁ ମି ଆଣ୍ଡ ହମ ଥିଲା ।

ଏହା ମଧ୍ୟ କୁହାଯାଏଯେ ସେ ବଲିଉଡର ପ୍ରଥମ ଷ୍ଟାର ଯିଏ ପ୍ରଥମେ ପ୍ରାଇଭେଟ ଜେଟ କିଣିଥିଲେ । ସେ ତାଙ୍କ ଝିଅ ନୀସାକୁ ସବୁଠାରୁ ବଡ଼ କ୍ରିଟିକ ଭାବନ୍ତି । ତେବେ ୟୁଗ ନାମରେ ତାଙ୍କର ଏକ ୭ ବର୍ଷର ପୁଅ ମଧ୍ୟ ଅଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More