Only for Entertainment

ନବରାତ୍ର ପାଇଁ ଘରେ ପ୍ରସ୍ତୁତ କରନ୍ତୁ ନିଆରା ସେଓ ରାବିଡି !

Hindustan
46

ଆପଣ ଅନେକ  ଥର ରାବିଡି ନିଶ୍ଚୟ ଖାଇଥିବେ । କିଛି ଲୋକଙ୍କର ଏହା ଫେଭରେଟ ମିଠା ଡିଶ ମଧ୍ୟ ଅଟେ । ଆଜି ଆମେ ଆପଣଙ୍କ ରାବିଡିର ସ୍ମୃତି ତାଜା କରିବୁ, କିନ୍ତୁ ନିଆରା ଷ୍ଟାଇଲରେ । ଆଜି ଆମେ ଆପଣଙ୍କୁ  ଆପେଲ ରାବିଡି ବିଷୟରେ ବତାଇବୁ । ଏଥିର ରାବିଡି ତ ଏକାଭଳି ମାତ୍ର ସେଓ , ପିସ୍ତା ଏବଂ ବାଦାମ ଟେଷ୍ଟକୁ କରିବ ଆହୁରି ମଜାଦାର । ଆପଣ ଏହି ରାବିଡିର ହେଲ୍ଦି ଭର୍ସନ ମଧ୍ୟ କହି ପାରିବେ । ସୁସ୍ଥ ଏବଂ ସ୍ୱାଦିଷ୍ଟ ରାବିଡିକୁ ଆପଣ ଡିନର ପାର୍ଟି ପରେ ପରଷି ପାରିବେ ।

ସାମଗ୍ରୀ:

  • ୩ଟି ମଧ୍ୟମ ଆକାରର ସେଓ
  • ୧ଲିଟର କ୍ଷୀର
  • ୩ଟେବୁଲ ଚାମଚ ଚିନି
  • ୧/୪ ଚା ଚାମଚ ଗୁଜୁରାତି
  • ୮-୧୦ ବାଦାମ
  • ୮-୧୦ ପିସ୍ତା

ବିଧି:
ଏକ ବଡ ବାସନରେ କ୍ଷୀର ଫୁଟାନ୍ତୁ । ଏହାକୁ ଧୀରେ ଧୀରେ ଗୋଳାନ୍ତୁ , ଯେ ପର୍ଯ୍ୟନ୍ତ କ୍ଷୀର ଗାଢ ନହୋଇ ଯାଉ ସେପର୍ଯ୍ୟନ୍ତ କ୍ଷୀରକୁ ଗୋଳାନ୍ତୁ । ଏହାପରେ ଏଥିରେ ଚିନି ପକାନ୍ତୁ ଏବଂ ମଧ୍ୟମ ଆଂଚରେ କ୍ଷୀରକୁ ଗରମ କରନ୍ତୁ ।
ସେଓର ଚୋପା ବାହାର କରି ଏହାକୁ ଚକଟି ଦିଅନ୍ତୁ । ଯେତେବେଳେ କ୍ଷୀରର ମାତ୍ରା କମିଯିବ ଏଥିରେ ସେଓକୁ ଢାଳି ଭଲ ଭାବେ ମିଶାଇ ଦିଅନ୍ତୁ । ଏହାକୁ ୩ରୁ ୪ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ । ଏହାପରେ ଏଥିର ଗୁଜୁରାତି ପାଉଡର ଫ୍ଲେଭର ପାଇଁ, ବାଦାମ ଏବଂ ପିସ୍ତା ପକାନ୍ତୁ । ଏହାପରେ ଏହାକୁ ଗରମ କିମ୍ବା ଥଣ୍ଡା ପରଷନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More