Only for Entertainment

କଦଳୀ ଚୋପା ନ ଫୋପାଡ଼ି କରନ୍ତୁ ଏଭଳି ବ୍ୟବହାର ।

tim.sapo.mz
25

ଆପଣ ସର୍ବଦା କଦଳୀ ଖାଇବା ପରେ ଚୋପା ନିହାତି ଭାବରେ ଫିଙ୍ଗି ଦେଉଥିବେ । କାରଣ ଆପଣ ଭାବନ୍ତି ତାହା ଅଦରକାରୀ । କିନ୍ତୁ ତାହା ଯେ କେତେ ଉପକାରୀ ତାହା ଆପଣ ଜାଣିବା ନିହାତି ଆବଶ୍ୟକ । ଯାହା ଦ୍ୱାରା ଆପଣ ତାହାକୁ ଆଉ ଫିଙ୍ଗିବେ ନାହିଁ ଏବଂ ତାହାର ଫାଇଦା ଉଠାଇ ପାରିବେ । ତେବେ ଆସନ୍ତୁ ଜାଣିବା ସେହି ଉପକାରୀ ଗୁଣ ବିଷୟରେ ।

  • ଯଦି ଆପଣଙ୍କ ଦାନ୍ତ ଚମକ ଦିଶୁ ନାହିଁ ତେବେ ଆପଣ କଦଳୀ ଚୋପା ବ୍ୟବହାର କରି ପାରିବେ । ସେଥିପାଇଁ କଦଳୀ ଚୋପାକୁ ଦାନ୍ତରେ ଘଷନ୍ତୁ । ଦିନକୁ ୨ ରୁ ୩ ଥର ଏଭଳି କରିବା ଦ୍ୱାରା ଦାନ୍ତର ଚମକ ପଣ ଫେରି ଆସିଥାଏ ।
  • ବେଳେ ବେଳେ ଜନ୍ଦା ପିମ୍ପୁଡି କାମୁଡିବା ଦ୍ୱାରା ତ୍ୱଚା ଲାଲ ହୋଇ ଫୁଲି ଯାଇଥାଏ । ସେଥିପାଇଁ ସେହି ସ୍ଥାନରେ କଦଳୀ ଚୋପାକୁ ଧୀରେ ଧୀରେ ଘଷନ୍ତୁ । ଏଭଳି କରିବା ଦ୍ୱାରା ଦରଜ କମିବା ସହ ଦାଗ ମଧ୍ୟ ଦୂର ହୋଇଥାଏ ।
  • କଦଳୀ ଚୋପାକୁ ମୁହଁରେ ଘଷିବା ଦ୍ୱାରା ତ୍ୱଚାକୁ ପୋଷକ ତତ୍ତ୍ୱ ମିଳିବା ସହ ତ୍ୱଚା ଚମକି ଥାଏ ।
  • ଯଦି ଆପଣଙ୍କ ତ୍ୱଚାରେ ଥିବା କୌଣସି ଦାଗ ପାଇଁ ଚିନ୍ତିତ ଅଛନ୍ତି, ତେବେ ନିୟମିତ କଦଳୀ ଚୋପାକୁ ସେହି ଦାଗରେ ଘଷନ୍ତୁ ।
    କଦଳୀ ଚୋପା ଦ୍ୱାରା ଆପଣ ଲେଦର ଜୋତା ସଫା କରି ପାରିବେ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More