Only for Entertainment

ବାସି ରୁଟିର ଉପକାରୀ ଗୁଣ ବିଷୟରେ ଜାଣିଲେ ଆପଣ କେବେ ମଧ୍ୟ ଖାଇବାକୁ ଭୁଲିବେ ନାହିଁ ।

Navbharat Times
34

ରାତ୍ର ଭୋଜନ ପରେ ବେଳେ ବେଳେ ରୁଟି ବଳକା ରହି ଯାଇଥାଏ । ଯାହାକୁ ଅନେକ ଲୋକ ସକାଳୁ ଉଠି କାଉ ଏବଂ କୁକୁରକୁ ଖାଇବା ପାଇଁ ଦେଇ ଦେଇଥାନ୍ତି । କାରଣ କୁହାଯାଏ ୧୨ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଖାଦ୍ୟ ରଖି ଖାଇବା ଦ୍ୱାରା ତାହା ବିଷ ପାଲଟି ଯାଇଥାଏ । କିନ୍ତୁ ବିଶେଷଜ୍ଞଙ୍କ ମତରେ , ବାସି ରୁଟି ଖାଇବା ଦ୍ୱାରା ଶରୀରକୁ ଖୁବ୍ ଲାଭ ମିଳିଥାଏ । ଆଜି ଆମେ ଆପଣଙ୍କୁ ବାସି ରୁଟି ଖାଇବାର ଏଭଳି ଫାଇଦା ବିଷୟରେ କହିବାକୁ ଯାଉଛୁ । ଯାହାକୁ ଜାଣିଲା ପରେ ଆପଣ ବି ବାସି ରୁଟି ଖାଇବା ଆରମ୍ଭ କରିଦେବେ । ତେବେ ଆସନ୍ତୁ ଜାଣିବା..

ମଧୁମେୟ ରୋଗୀଙ୍କ ପାଇଁ ବାସି ରୁଟି ଖୁବ୍ ଲାଭକାରୀ ହୋଇଥାଏ । ସେଥିପାଇଁ ମଧୁମେୟ ରୋଗୀ ସକାଳୁ ଖୀର ସହିତ ବାସି ରୁଟି ମିଶାଇ ଖାଆନ୍ତୁ । ଏହାଦ୍ୱାରା ଶରୀରରେ ରକ୍ତ ଏବଂ ଗ୍ଲୁକୋଜର ମାତ୍ରା ସଠିକ୍ ରହିଥାଏ ।
ଏହି ବାସି ରୁଟି ରକ୍ତଚାପ ନିୟନ୍ତ୍ରଣ କରିବାରେ ମଧ୍ୟ ସହାୟକ ହୋଇଥାଏ । ଥଣ୍ଡା ଖୀର ସହିତ ବାସି ରୁଟି ଖାଇବା ଦ୍ୱାରା ଏହି ରୋଗ ନିୟନ୍ତ୍ରଣରେ ରହିଥାଏ ।
ଯଦି ଆପଣଙ୍କର କୌଣସି ପେଟ ଜନୀତ ସମସ୍ୟା ଅଛି, ତେବେ ସକାଳେ ଖୀର ସହିତ ଏହି ବାସି ରୁଟି ଖାଆନ୍ତୁ । ଏହାଦ୍ୱାରା ଆପଣଙ୍କର ଏସିଡିଟି, ପେଟ ଜଳା ପୋଡା ସହିତ ପେଟ ସହ ଜଡିତ ଅନ୍ୟ ସମସ୍ୟା ଦୂର ହୋଇଥାଏ । ଏହା ବ୍ୟତୀତ ଗହମରୁ ପ୍ରସ୍ତୁତ ଅଟାରେ ଥିବା ଫାଇବର ଭୋଜନକୁ ହଜମ କରାଇବାରେ ସହାୟକ ହୋଇଥାଏ ।
ଯଦି ଆପଣ ୱାର୍କଆଉଟ କରୁଛନ୍ତି ତେବେ ଏହି ବାସି ରୁଟି ଆପଣଙ୍କୁ ଅନେକ ଲାଭ ଦେଇଥାଏ । ସେଥିପାଇଁ ଫିଟନେସ ସେଣ୍ଟରରେ ବାସି ରୁଟି ଖାଇବା ପାଇଁ କହିଥାନ୍ତି । ଏହାଦ୍ୱାରା ମାଂସପେଶୀ ଶକ୍ତ ହେବା ସହ ଶରୀରକୁ ଶକ୍ତି ମିଳିଥାଏ ।
ସଜ ରୁଟି ଅପେକ୍ଷା ବାସି ରୁଟି ଅଧିକ ପୌଷ୍ଟିକ ହୋଇଥାଏ । ବାସି ରୁଟି ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରି ରଖିଥାଏ ।
ଯଦି ଆପଣଙ୍କ ଶରୀର ଦୁର୍ବଳ ଅଛି ତେବେ ନିୟମିତ ବାସି ରୁଟି ଖାଇବା ଆରମ୍ଭ କରି ଦିଅନ୍ତୁ । ଏହାଦ୍ୱାରା ଶରୀରକୁ ପ୍ରଚୁର ପରିମାଣର ପ୍ରୋଟିନ ଏବଂ ଫାଇବର ମିଳିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More