Only for Entertainment

ଜାଣନ୍ତୁ ସାଲାଡ୍‌ ଖାଇବାର ପ୍ରକୃଷ୍ଟ ସମୟ ?

Slatter Management
23

ଆମେ ସାଲାଡ୍‌ ଖାଇବାକୁ ଭଲ ପାଇଥାଉ। ଏଥିଲାଗି ଭୋଜନ ସହିତ ସାଲାଡ୍‌ ଖାଇଥାଉ । ହେଲେ ଆପଣ କ’ଣ ଜାଣନ୍ତି କି ରାତିରେ ସାଲାଡ୍‌ ଖାଇଲେ ଗ୍ୟାସ୍‌ଷ୍ଟ୍ରିକ୍‌ ସମସ୍ୟା ଉପୁଜିପାରେ । ଏଣୁ ଦିନରେ ଏହାକୁ ଖାଇବା ଭଲ । ବିଶେଷଜ୍ଞଙ୍କ ମତ ଅନୁଯାୟୀ ଭୋଜନରେ ପ୍ରତ୍ୟହ ସାମିଲ୍‌ କରିଲେ, କେତେକ ରୋଗରୁ ମୁକ୍ତି ମିଳିଥାଏ । ଏବେ ଆସନ୍ତୁ ଜାଣିବା କେଉଁ ପ୍ରକାରର ସାଲାଡ୍‌ ଖାଇବା ଭଲ ।

ଗ୍ରିନ୍‌ ସାଲାଡ଼ : ଏହି ସାଲାଡ୍‌କୁ ଗାର୍ଡେନ୍‌ ସାଲାଡ଼ ମଧ୍ୟ କୁହାଯାଇଥାଏ । ଏଥିରେ ପାଳଙ୍ଗ, ବନ୍ଧା କୋବି, କାକୁଡି ଆଦି ମିଶା ଯାଇଥାଏ । ଗ୍ରିନ୍‌ ସାଲାଡ଼ରେ ଭିଟାମିନ୍‌ ବି-୧୨ ଭରପୁର ମାତ୍ରାରେ ରହିଛି । ଏହା ଭୋଜନ ସହିତ ପରିବେଷଣ କରାଗଲେ ଖାଇବାର ମୁଡ୍‌ ଭଲ ହୋଇଯାଏ । କାରଣ ଏଥିରେ ସେରୋଟୋନିନ୍‌ ଓ ଡୋପାମାଇନ୍‌ ଥାଏ ।

ଭେଜିଟେବୁଲ ସାଲାଡ଼୍‍: କାକୁଡି, ଟମାଟୋ, ଛତୁ, ପିଆଜ, ମୂଳା ଓ ଗାଜର ଆଦି ମିଶାଇ ଏହାର ପ୍ରସ୍ତୁତି କରାଯାଇଥାଏ । ଏହାକୁ ଅଧିକ ସ୍ୱାଦିଷ୍ଟ କରାଯିବା ଲାଗି ସେଥିରେ ସିଝା ଅଣ୍ଡା ଓ ପନିର ମଧ୍ୟ ମିଶା ଯାଇପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More