ଦୀପକ କଲାଲ: ରାକ୍ଷୀ ଏବଂ ମୋ ବିବାହର ବଜେଟ ୭୦ କୋଟି ।
ରାକ୍ଷୀ ସାୱନ୍ତ ଏବଂ ଦୀପକ କଲାଲ ତାଙ୍କ ହାଇଭୋଲଟେଜ ଡ୍ରାମକୁ ଖୁବ ଚର୍ଚ୍ଚାରେ ଅଛନ୍ତି ।ଦୁଇଜଣଙ୍କ କହିବ ଅନୁସାରେ ୩୧ ଡିସେମ୍ବରକୁ ବିବାହ ହେବ ।ଏହି ବିଷୟରେ କଥା ହେବା ପାଇଁ ଦୁଇ ଜଣ ମୁମ୍ବାଇରେ ଏକ ପ୍ରେସ କନଫରେନ୍ସ କରିଥିଲେ,ଯେଉଁଥିରେ ଦୁଇଜଣ ଖୁବ ଡ୍ରାମା କଲେ । ମିଡିଆ ସାମ୍ନାରେ ଗାଳି ଗୁଲଜ ମଧ୍ୟ କଲେ ।
ଦୀପକ କଲାଲ କହିଲେଯେ ଆମ ବିବାହର ବଜେଟ ହେଉଛି ୭୦ କୋଟି ।ଏହି ମଧ୍ୟରେ ରାକ୍ଷୀ କହିଲେ ୭୦ ନୁହେଁ ୮୫ କୋଟି ।ଦୀପକ କହିଲେ କିଛି ଟଙ୍କା କପଡ଼ାର କମ ହୋଇଗଲା ।
ରାକ୍ଷୀ ପ୍ରେସ କନଫରେନ୍ସରେ କଥା କଥାରେ ଗାଳି କଲେ । କହିରଖୁଛୁଯେ ଦୁଇଜଣଙ୍କର ଏକ ୱେଡିଙ୍ଗ କାର୍ଡ଼ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।ଯେଉଁଥିରେ ଲେଖା ଅଛି ୩୧ ଡିସେମ୍ବରକୁ ଉଭୟ ଲସ ଏଂଜଲେସରେ ବିବାହ କରିବେ ।ଏହି କାର୍ଡ଼କୁ ରାକ୍ଷୀ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଥିଲେ ।ରାକ୍ଷୀଙ୍କ ଏହି କାର୍ଡ଼ ମଜାକ ଲାଗୁଛି । କାରଣ ଏଥିରେ ଇଂରାଜୀ ଭୁଲରେ ଲେଖାଅଛି ।
ଦୀପକ ମହାରାଷ୍ଟ୍ରର ପୁଣେ ସହରର ଅଧିବାସୀ ।ଇଂଷ୍ଟାରେ ତାଙ୍କର ୬୮ ହଜାରରୁ ଅଧିକ ଫଲୋର୍ସ ଅଛନ୍ତି ।ଲୋକପ୍ରିୟତା ପାଇବା ପୂର୍ବରୁ ଦୀପକ ପୁଣେର ଏକ ହୋଟେଲରେ ରିସେପସନିଷ୍ଟର କାମ କରୁଥିଲେ । ସେ ମଧ୍ୟବିତ ପରିବାରରୁ ଆସିଛନ୍ତି । ଘରର ପରିସ୍ଥତି ଠିକ ନଥିବାରୁ ଦୀପକ ଦଶମ ଶ୍ରେଣୀରୁ ପଢା ଛାଡ଼ି ଦେଇଥିଲେ । ଜୀବନରେ ସେ ଖୁବ ସଂଘର୍ଷ କରିଛନ୍ତି ।ଏହାପରେ ସେ ବାନ୍ଦ୍ରା କଲେଜରେ ଏକ ଛୋଟ ହୋଟେଲ ମ୍ୟାନେଜମେଂଟ କୋର୍ସ କଲେ ଏବଂ ଏହାପରେ ତାଙ୍କୁ ମୁମ୍ବାଇର ଏକ ଥ୍ରି ଷ୍ଟାର ହୋଟେଲରେ ଜବ ମିଳିଗଲା ।