Only for Entertainment

କେଉଁ ଦିଗରେ ମନିପ୍ଲାଂଟ ଲଗାଇବା ଶୁଭ ଅଟେ ! ଜାଣି ରଖନ୍ତୁ ଏହାର ଉପାୟ !

wikimedia
0 51

ଘର ଅଗଣାରେ ଲାଗିଥିବା ଉଦ୍ଭିଦ ଘରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ । ଅନେକ ବ୍ୟକ୍ତି ନିଜ ଘରେ ମନିପ୍ଲାଂଟ ଉଦ୍ଭିଦ ଲଗାଇଥା’ନ୍ତି । କୁହାଯାଏ ଯେ ଏହି ବୃକ୍ଷ ଘରର ବାତାବରଣକୁ ଶୁଦ୍ଧ ରଖିବା ସହ ବାସ୍ତୁ ଦୋଷ ମଧ୍ୟ ଦୂର କରିଥାଏ । ଏହି ବୃକ୍ଷର ନାଁରୁ ହିଁ ଏହାର ଗୁଣ ସ୍ପଷ୍ଟ ଜଣାପଡିଥାଏ । କାରଣ ମନିପ୍ଳାଂଟର ଅର୍ଥ ହେଉଛି ଗୃହରେ ଆର୍ଥିକ ସମସ୍ୟା ଦୂର ହୋଇଯିବା । ଏହି ଉଦ୍ଭିଦର ଉତ୍ତମ ରୂପେ ଲାଭ ଉଠାଇବା ପାଇଁ ଏହି ଉଦ୍ଭିଦକୁ ସଠିକ ଦିଗରେ ରୋପଣ କରିବା ନିହାତି ଜରୁରୀ । ଲୋକମାନେ ଏହାକୁ ଘରେ ଲଗାଇଥା’ନ୍ତି ସିନା ମାତ୍ର ଏହା ସମ୍ବନ୍ଧରେ ସଠିକ ବିଶେଷତ୍ୱ ନଜାଣିବା କାରଣରୁ ଏହି ଉଦ୍ଭିଦର ଭରପୁର ଲାଭ ଉଠାଇ ପାରନ୍ତି ନାହିଁ । ଯଦି ଆପଣଙ୍କ ଘରେ ଏହି ମନିପ୍ଲାଂଟ ବୃକ୍ଷ ରହିଛି କିମ୍ବା ଆପଣ ଏହି ବୃକ୍ଷ ଘର ଅଗଣାରେ ଲଗାଇବାକୁ ଚିନ୍ତା କରୁଛନ୍ତି ତେବେ ଜାଣି ରଖନ୍ତୁ ଏହି ବୃକ୍ଷ ରୋପଣର ଦିଗ ସମ୍ବନ୍ଧରେ ବିଶେଷ ତଥ୍ୟ, ତେବେ ଏହାଦ୍ୱାରା ଆପଣଙ୍କୁ ସଂପୂର୍ଣ୍ଣ ଲାଭ ମିଳିପାରିବ ।

୧.ଏହି ଦିଗରେ ଲଗାଇବେ ନାହିଁ ମନିପ୍ଲାଂଟ

ଅଗଣାରେ କେବେ ହେଲେ ଉତ୍ତର ଦିଗରେ ଲଗାଇବେ ନାହିଁ ମନିପ୍ଲାଂଟ । ଏହି ଦିଗ ଅଶୁଭ ଦିଗ ହୋଇଥାଏ । ବାସ୍ତୁ ଅନୁସାରେ ଏହି ଦିଗରେ ମନିପ୍ଲାଂଟ ଲଗାଇବା ଦ୍ୱାରା ପତି-ପତ୍ନୀଙ୍କ ଭିତରେ ଦୁଶ୍ଚିନ୍ତା ଦେଖାଯାଇଥାଏ । ବାସ୍ତୁ ଅନୁସାରେ ଏହି ଦିଗ ନକାରାତ୍ମକ ସ୍ୱଭାବର ଦିଗ ଅଟେ ।

୨.ଘର ବାହାରେ ନୁହେଁ ଭିତରେ ଲଗାନ୍ତୁ ମନିପ୍ଲାଂଟ

ମନିପ୍ଲାଂଟ ଲଗାଇବା ଶୁଭ ଅଟେ । ମାତ୍ର ଏହାକୁ ଘର ଭିତରେ ନୁହେଁ ଘର ବାହାରେ ଲଗାଇବା ଦ୍ୱାରା ଲାଭ ହୋଇଥାଏ । ବାହାରେ ଲଗାଇବା ଦ୍ୱାରା କୌଣସି ପ୍ରଭାବ ପଡିବ ନାହିଁ ।

୩.ମନିପ୍ଲାଂଟ ଏହି ଦିଗରେ ଲଗାଇବା ଶୁଭ ଅଟେ

ଘରର ଦକ୍ଷିଣ ଦିଗରେ ମନିପ୍ଲାଂଟ ଲଗାନ୍ତୁ । ଏହାଦ୍ୱାରା ସୁଖ ସମୃଦ୍ଧି ବୃଦ୍ଧି ହେବ ଏବଂ ଏହି ଉଦ୍ଭିଦ ଯେପରି ଖରା ସଂସ୍ପର୍ଶରେ ନଆସେ ସେଥିପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ । କାରଣ ଖରା ପ୍ରକୋପରେ ଏହା ଶୁଖି ଯିବ ।

୪.ପତ୍ର ଛିଡାଇଦିଅନ୍ତୁ

ବେଳେ ବେଳେ ମନିପ୍ଲାଂଟରୁ ପତ୍ର ଛିଡାଇଦିଅନ୍ତୁ । ଏହାର ଶାଖା ବଢିବା ମାତ୍ରେ ଏହାକୁ ଚଟାଣରେ ପଡିବାକୁ ଦିଅନ୍ତୁ ନାହିଁ । ଏହା ସହ ଏହାର ଉପର ଅଂଶକୁ ବାନ୍ଧି ରଖନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More