Only for Entertainment

ଶୀତ ଦିନେ ଏହି ସମସ୍ତ କାରଣରୁ ବଢିଥାଏ ଶରୀରର ଓଜନ!

businesszoom
22

ଶୀତ ଦିନ ଆରମ୍ଭ ହେବା ମାତ୍ରେ ଶରୀରର ଓଜନ ଆପେ ଆପେ ବଢ଼ିବାରେ ଲାଗିଥାଏ । ଅଧିକାଂଶ ଲୋକ ଏହା ସେମାନେ ଖାଉଥିବା ଖାଦ୍ୟ ପାଇଁ ହେଉଥିବା ଭାବିଥାନ୍ତି । ଯାହା ଠିକ୍ ମଧ୍ୟ । କିନ୍ତୁ ବାସ୍ତବରେ ଏମିତି ଅନେକ କାରଣ ରହିଛି ଯାହା ଶୀତ ଦିନେ ଓଜନ ବଢ଼ାଇଥାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ ଓଜନ ବଢ଼ିବାର କାରଣ ଏବଂ ଏହାକୁ ରୋକିବାର ଉପାୟ ।

ଓଜନ ବଢ଼ିବାର କାରଣ :

୧. ଶୀତ ଦିନେ ଅଧିକ ଥଣ୍ଡା ହେଉଥିବାରୁ ଲୋକମାନେ ବାହାରକୁ ବାହାରନ୍ତି ନାହିଁ । ସକାଳ ସମୟରେ ସେମାନେ କରୁଥିବା ବ୍ୟାୟାମ ବନ୍ଦ ହୋଇ ଯାଉଥିବାରୁ ଓଜନ ଧିରେ ଧିରେ ବଢ଼ିବାକୁ ଲାଗିଥାଏ ।

୨. ଶୀତ ଦିନେ ଦିନ ଛୋଟ ଏବଂ ରାତି ବଡ଼ ହୋଇଥାଏ । ଯାହାଦ୍ୱାରା ଲୋକମାନେ ଅଧିକ ସମୟ ପର‌୍ୟ୍ୟନ୍ତ ଶୋଇଥାନ୍ତି । ଯାହା ପାଇଁ ଓଜନ ବଢ଼ିଥାଏ ।

୩. ଖରା ଦିନ ଅପେକ୍ଷା ଶୀତ ଦିନେ ଲୋକମାନେ ଅଧିକ ମିଠା ଖାଇବାକୁ ପସନ୍ଦ କରିଥାନ୍ତି । ଯାହା ଦ୍ୱାରା ଓଜନ ବୃଦ୍ଧି ହେବା ଭଳି ସମସ୍ୟା ଦେଖାଯାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More