Only for Entertainment

ବ୍ରଣ କାହିଁକି ହୁଏ? ମୁହଁର ଭିନ୍ନ ଭିନ୍ନ ସ୍ଥାନରେ ବ୍ରଣ ବାହାରିବାର କାରଣ ଓ ତାହାର ପ୍ରତିକାର କ’ଣ ଜାଣନ୍ତୁ

nari
141

ବ୍ରଣ ସମସ୍ୟାକୁ ନେଇ କେହି ମଧ୍ୟ ଚିନ୍ତିତ ହେବା ସ୍ୱଭାବିକ କଥା । ସେଥିପାଇଁ କିଭଳି ନିରାକରଣର ରାସ୍ତା ବାହାର କରି ହେବ ତାହାର ପ୍ରୟାସ ମଧ୍ୟ ଜାରି ରହେ । କିନ୍ତୁ ସାମାନ୍ୟ କଥାକୁ ବୋଧହୁଏ କେହି କେହି ଧ୍ୟାନ ଦିଅନ୍ତି ନାହିଁଯେ ଏଭଳି ସମସ୍ୟା କାହିଁକି ଦେଖାଦିଏ । ଆଜ୍ଞା ହଁ ଏହି ବ୍ରଣ ସମସ୍ୟା କୌଣସି ରୋଗର ସଙ୍କେତ ହୋଇପାରେ । ଚାଲନ୍ତୁ ଆଲୋଚନା କରିବା ଏହା ସହିତ ଜଡ଼ିତ ଜଡ଼ିତ କିଛି କଥା ।

ଯଦି ମଥାରେ ବ୍ରଣ ହେଉଥାଏ ତେବେ ଶରୀରରେ ପାଣିର ଅଭାବ ଦ୍ୱାରା ଏବଂ ଷ୍ଟ୍ରେସ ଦ୍ୱାରା ମଥାରେ ବ୍ରଣ ଦେଖାଦିଏ । କେବଳ ସେତିକି ନୁହେଁ ବରଂ ବେଳେ ବେଳେ କେଶ ମୁହଁରେ ପଡ଼ିଯାଏ ଏବଂ ସେଥିରୁ ମଇଳା ଲାଗି ବ୍ରଣ ହୋଇଥାଏ ।ଏଭଳି ସମସ୍ୟାରୁ ମୁକ୍ତି ପାଇଁ ୭ରୁ ୮ ଘଂଟା ଶୋଇବା ଉଚିତ । ଭରପୂର ପାଣି ପିଇବା ଆବଶ୍ୟକ ଏବଂ ଡାଇଟରେ ଆଂଟି ଅକ୍ସିଡାଂଟ ନିଅନ୍ତୁ । ଏହା ସହିତ ସୋଢା ଆଦିରୁ ଦୂରେଇ ରୁହନ୍ତୁ ।

ଯଦି ଗାଲରେ ବ୍ରଣ ଉଠୁଛି ତେବେ ଆପଣଙ୍କ ରିସ୍ପିରେଟରୀ ସିଷ୍ଟମ କାମ କରୁନାହିଁ । ଏହା ଦ୍ୱାରା ନିଶ୍ୱାସ ନେବାରେ ସମସ୍ୟା ମଧ୍ୟ ଦେଖା ଦେଇପାରେ । ଯଦି ଗାଲର ତଳ ଭାଗରେ ବ୍ରଣ ହେଉଛି ତେବେ ଆପଣ ଭଲ ଭାବରେ ବ୍ରଶ କରୁନାହାଁନ୍ତି । ଏହାର କାରଣ ପ୍ରଦୂଷଣ, ତକିଆ କଭର ଏବଂ ମୋବାଇଲରେ ଲାଗିଥିବା କିଟାଣୁ ହୋଇପାରେ । ତେଣୁ ଏସବୁରୁ ନିଜକୁ ଦୂରେଇ ରଖନ୍ତୁ ।

ଟି ଜୋନରେ ବ୍ରଣ ସେତେବେଳ ଉଠେ ଯେତେବେଳେ ଆପଣଙ୍କୁ କୌଣସି ଆଲର୍ଜି ହୁଏ, ବିଶେଷ କରି କୌଣସି ଖାଦ୍ୟରେ । ଏହା ପେଟରେ କୌଣସି ସଂକ୍ରମଣ ଦ୍ୱାରା ମଧ୍ୟ ହୋଇଥାଏ । ଏଥିପାଇଁ ଡାୟରୀ ପ୍ରଡକ୍ଟସ ଯେପରି କ୍ଷୀର, ଦହି, ଘିଅ ଓ ପନିର ଆଦି କମ ଖାଆନ୍ତୁ । ଅଧିକ ଫଳ ଓ ପନପରିବା ଖାଆନ୍ତୁ ।

ଯଦି ନାକରେ ବ୍ରଣ ହୁଏ ତେବେ ଆପଣଙ୍କ ଲିବର ଏବଂ କିଡନୀ ଠିକ ଭାବରେ କାମ କରୁନାହିଁ । ଉଚ୍ଚ ରକ୍ତଚାପ ମଧ୍ୟ ଏହାର କାରଣ ହୋଇପାରେ । ତେଣୁ ହେଲଦୀ ଡାଇଟ ନିଅନ୍ତୁ ଏବଂ ପାଣି ପ୍ରଚୁର ପିଅନ୍ତୁ ଓ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

କେବଳ ସେତିକି ନୁହେଁ ହରମୋନ ସମସ୍ୟା ହେଲେ ଥୋଡ଼ିରେ ବ୍ରଣ ହୋଇଥାଏ । ତେଣୁ ମସଲା ଠାରୁ ଦୂରେଇ ରୁହନ୍ତୁ । ଓମେଗା ଥ୍ରି ପିଲ ଖାଆନ୍ତୁ ।

ଓଠ ପାଖାପାଖି ବ୍ରଣ ହେଉଥିଲେ ଜାଣିବେ ପାଚନ କ୍ରିୟା ଠିକ ଭାବରେ କାମ କରୁନାହିଁ । ଠିକ ଭାବରେ ହଜମ ନହେବା, ପେଟ କାଟିବା ଆଦି ସମସ୍ୟା ଦ୍ୱାରା ଏହା ହୋଇଥାଏ । ତେଣୁ ଖାଦ୍ୟରେ ଫାଇବର ସାମିଲ କରନ୍ତୁ ।୧ କପ ଗ୍ରୀନ ଟି ପିଅନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More