Only for Entertainment

ଚାଇନିଜ୍ ଫୁଡ୍ ଖାଇବାକୁ ପସନ୍ଦ କରନ୍ତି କି ? ସାବଧାନ ହୋଇପାରନ୍ତି ବିଭିନ୍ନ ରୋଗର ଶିକାର

The Independent
0 29

ଆଜିକାଲି ଅଧିକାଂଶ ଲୋକ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ଚଟ୍ ପଟି ଖାଦ୍ୟ ବିଶେଷ କରି ଚାଇନିଜ୍ ଫୁଡ୍ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି । କିନ୍ତୁ ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଆପଣଙ୍କ ଶରୀର ପାଇଁ କେତେ ଯେ କ୍ଷତିକାରଣ ହୋଇଥାଏ ତାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଚାଇନିଜ୍ ଫୁଡ୍ ରେ ସାଧାରଣତଃ ଫ୍ୟାଟ୍ ବଢାଇବା ମାତ୍ରା ଅଧିକ ପରିମାଣରେ ମିଶିଥାଏ । ଆଉ ଯାହା ଆପଣଙ୍କ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ ।

ଏହା ଦ୍ୱାରା ଆପଣଙ୍କ ଶରୀରରେ ଅଚାନକ୍ ମାଂସପେଶୀ ବଢିବାରେ ଲାଗିଥାଏ । ଯାହା ମୋନୋସୋଡିୟମ୍ ଗ୍ଲୁଟାମେଟ ବା ଏମଏସଜି ନାମରେ ଜଣାଶୁଣା । ଏଥିରେ ବହୁ ମାତ୍ରାରେ ସୋଡିୟମର ପରିମାଣରେ ମିଶିକରି ଥାଏ । ତେବେ ଆସନ୍ତୁ ଜାଣିବା ଏଭଳି ଖାଦ୍ୟ ଖାଇବାଦ୍ୱାରା ଆପଣଙ୍କ ଶରୀର ଉପରେ ଏହା କିଭଳି ପ୍ରଭାବ ପକାଇଥାଏ ?

  • ଯଦି ଆପଣ ଏମଏସଜିର ଶିକାର ହୋଇଛନ୍ତି ତେବେ ତାହା କେବେ ଭଲ ହୋଇ ନଥାଏ । ଯାହା ପ୍ରଭାବରେ ଆପଣଙ୍କୁ ବାରମ୍ବାର ଭୋକ ମଧ୍ୟ ଲାଗିଥାଏ । ଏହାଦ୍ୱାରା ଆପଣଙ୍କ ମସ୍ତିଷ୍କର ଶିରାପ୍ରଶିରା ଅଧିକ ମାତ୍ରାରେ ଉତ୍ତେଜିତ ହୋଇଯାଇଥାଏ । ଯାହାଫଳରେ ମୁଣ୍ଡ ବ୍ୟଥା ଓ ବ୍ୟବହାରରେ ପରିବର୍ତ୍ତନ ଆଦି ସମସ୍ୟା ଆଦି ଦେଖାଦେଇଥାଏ ।
  • ଚାଇନିଜ୍ ଫୁଡରେ ଫିଟୋଏଷ୍ଟ୍ରୋଗେନ’ର ପରିମାଣ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ । ଏହା ଯୋଗୁଁ ବ୍ରେଷ୍ଟ କ୍ୟାନସର,ନପୁଂସକତା, ସେକ୍ସ ଇଚ୍ଛାରେ ହ୍ରାସ ପାଇବା ଆଦି ବହୁ ବଡ ବଡ ସମସ୍ୟା ଦେଖାଦେଇଥାଏ ।
  • ଚାଇନିଜ୍ ଫୁଡ୍ ଖାଇବାଦ୍ୱାରା ବ୍ଲଡ୍ ପ୍ରେସର ଭଳି ସମସ୍ୟା ଦେଖାଦେଇଥାଏ । ଏଥିରେ ସୋଡିୟମ ଗ୍ଲୁଟାମେଟ’ର ମାତ୍ରା ଅଧିକ ଥିବା ହେତୁ ଆପଣ ଉଚ୍ଚ ରକ୍ତଚାପର ଶିକାର ମଧ୍ୟ ହୋଇପାରନ୍ତି ।
  • ଏହି ଖାଦ୍ୟରେ ‘ସୋୟା ଫାଇଟେଟ’ ଦେଖିବାକୁ ମିଳିଥାଏ । ଯାହା ଶରୀରର ପାଚନକ୍ରିୟାକୁ ବହୁ ମାତ୍ରାରେ ପ୍ରଭାବିତ କରିଥାଏ । ଯେଉଁକାରଣରୁ ପେଟରେ ବିଭିନ୍ନ ପ୍ରକାର ସମସ୍ୟା ଆଦି ଦେଖାଯିବାର ଯଥେଷ୍ଟ ସମ୍ଭାବନା ଦେଖାଦେଇଥାଏ ।
  • ଏହାର ପ୍ରଭାବ ମଧ୍ୟ ଆପଣଙ୍କ ହୃତପିଣ୍ଡକୁ ପ୍ରଭାବିତ କରିଥାଏ । ଏହା ନିଃଶ୍ୱାସ ଓ ପ୍ରଶ୍ୱାସର ଗତିକୁ ସ୍ୱଭାବିକଠାରୁ ଆହୁରୀ ତିବ୍ର କରିଦେଇଥାଏ । ଯାହାଦ୍ୱାରା ଆପଣଙ୍କୁ ଅଣନିଃଶ୍ୱାସୀ ଲାଗିବା ସହ ଛାତିରେ ଯନ୍ତ୍ରଣା ମଧ୍ୟ ଅନୁଭବ କରିଥାନ୍ତି ।
  • ଏହିସବୁ ସମସ୍ୟାକୁ ଛାଡିଦେଲା ପରେ ଚାଇନିଜ୍ ଫୁଡ୍ ଖାଇବାଦ୍ୱାରା ଶରୀରର ବିଭିନ୍ନ ସମସ୍ୟା ଯେପରିକି ଦୁର୍ବଳତା ଅନୁଭବ କରିବା, ବାନ୍ତି ଲାଗିବା, ହାଡରେ ଯନ୍ତ୍ରଣା ଅନୁଭବ କରିବା, ଝାଳ ବାହାରିବା ଆଦି ସମସ୍ୟା ଦେଖିବାକୁ ମିଳିଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More