Only for Entertainment

ଜାମିନ ମିଳିବା ପରେ ସଲମାନ ଦେଖାଇଥିଲେ ୩ ଆଙ୍ଗୁଠି, ୩ ଦିନ ପରେ ଖୋଲିଲା ଏହି ଇସାରାର ରାଜ ।

youtube
0 158

କୋର୍ଟରୁ ଜାମିନ ପାଇବା ପରେ ସଲମାନ ଖାନ ତାଙ୍କ ଘରେ ପହଂଚିଥିଲେ । ଗ୍ୟାଲେକ୍ସି ଆପାର୍ଟମେଂଟ ସାମ୍ନାରେ ତାଙ୍କୁ ସ୍ୱାଗତ କରିବା ପାଇଁ ଶହ ଶହ ଲୋକ ଅପେକ୍ଷା କରିଥିଲେ । ନିଜ ଫ୍ୟାନ୍ସଙ୍କୁ ଧନ୍ୟବାଦ ଦେବା ପାଇଁ ସଲମାନ ତାଙ୍କ ପରିବାର ସହିତ ବାଲକୋନିକୁ ଆସିଥିଲେ ।

ଫ୍ୟାନ୍ସଙ୍କୁ ଅଭିବାଦନ ଦେଇ ସଲମାନ କିଛି ସମୟ ପର୍ଯ୍ୟନ୍ତ ବାଲକୋନିରେ ରହିଥିଲେ ଏବଂ ୩ଟି ଆଙ୍ଗଠିର ଇସାରା କରିଥିଲେ । ଯେତେବେଳେ ଲୋକମାନେ ପ୍ରାୟତଃ ଜିତିବା ପରେ ୨ଟି ଆଙ୍ଗୁଠିର ଇସାରା କରିଥାନ୍ତି,ସଲମାନ ୩ଟି ଆଙ୍ଗୁଠି ଦେଖାଇଥିଲେ । ତେବେ ସଲମାନଙ୍କ ଏହି ଇସାରାର ଅର୍ଥ କ’ଣ ଥିଲା । ଏହା ଜାଣିବା ପାଇଁ ସମସ୍ତେ ଚିନ୍ତିତ । ଏହି ରାଜର ସତ୍ୟତା ଏବେ ସାମ୍ନାକୁ ଆସିଛି ।

ସଲମାନଙ୍କ ଏହି ଫେମସ ସାଇନ ଫିଲ୍ମ ଜୟ ହୋରୁ ଆରମ୍ଭ ହୋଇଛି । ଏହି ଫିଲ୍ମ ସାମାଜିକ ଘଟଣାକୁ ନେଇ ହୋଇଥିଲା । ଯେଉଁଥିରେ ୩ ଜଣ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କୁହାଯାଇଥିଲା ।ଏହା ସହିତ ୩ଟି ଆଙ୍ଗୁଠି ଦେଖାଇବାର ଅର୍ଥ ହେଉଛି ଫାଇଟ ବ୍ୟାକ । ତାଙ୍କୁ ବିଶ୍ୱାସ ଦେଖାଇଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ,ପ୍ରଶଂସା ଓ ଖୁବ ଭଲପାଇବା ଦେଇଛନ୍ତି । ଯେବେ ମଧ୍ୟ ଏହିଭଳି ଘଟଣା ସାମ୍ନାକୁ ଆସିଥାଏ ସଲମାନ ୩ଟି ଆଙ୍ଗୁଠିରେ ଇସାରା କରିଥାନ୍ତି । ତେବେ ଖୁବ ଶୀଘ୍ର ସଲମାନଙ୍କର ରେସ ଥ୍ରିର ସୁଟିଂ ଶେଷ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More