Only for Entertainment

ଜାଣନ୍ତୁ ଆଜିର ରାଶିଫଳ

99

ମେଷ: ନିତି ଦିନିଆ ଅଶାନ୍ତିର ନିବାରଣ ହେବ। କଳା ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ଚାକିରି ମିଳିପାରେ। ପରିବାରରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ। ପ୍ରେମ ସମ୍ବନ୍ଧରେ ମଜଭୁତ ଆସିବ। ଛାତ୍ରମାନେ ପଢ଼ିବା ସହିତ ଖେଳକୁଦରେ ଭାଗ ନେବେ। ଶୁଭରଙ୍ଗ: ଧଳା। ଆରାଧନା: ମହାଦେବ।

ବୃଷ: ପୁରୁଣା ପ୍ରତିଜ୍ଞା ନିର୍ବାହ କରିବେ। ସ୍ଥଗିତ ଥିବା କାମ ସ˚ପୂର୍ଣ୍ଣ କରିବା ଲାଗି ଦିନଟି ଭଲ। କାରବାରରେ ପଇସା ଲଗାଣ ପାଇଁ ଭାବି ପାରନ୍ତି। ପରିବାରର ସମସ୍ତଙ୍କ ସହିତ ସମ୍ବନ୍ଧ ବଢ଼ିଆ ବଜାୟ ରହିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଘିଅରଙ୍ଗ। ଆରାଧନା: ମାଆ ଭଦ୍ରକାଳୀ।

ମିଥୁନ: ପୂଜାପାଠରେ ଆପଣଙ୍କ ମନ ଭଲରୂପେ ଲାଗି ରହିବ। ଜରୁରୀ କାମ ସ˚ପୂର୍ଣ୍ଣ କରିବା ଲାଗି ସାନି ଯୋଜନା କରିପାରନ୍ତି। ଛାତ୍ରମାନେ ନିଜର କ୍ୟାରିୟର ଲାଗି ଶିକ୍ଷକଙ୍କ ପରାମର୍ଶ ନେଇ ପାରନ୍ତି। ପ୍ରେମ ପ୍ରସଙ୍ଗରେ ସଫଳତା ମିଳିପାରେ। ଶୁଭରଙ୍ଗ: ଲାଲ। ଆରାଧନା: ହର ପାର୍ବତୀ।

କର୍କଟ: ଜୀବନସାଥୀଙ୍କ ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଧନ ସମ୍ବନ୍ଧୀୟ କାମ ସ˚ପୂର୍ଣ୍ଣ ହୋଇପାରେ। ଅଫିସରେ କାହାରି ସହିତ ଯୁକ୍ତିତର୍କ ହୋଇପାରେ। ‌େପ୍ରମୀ ଯୁଗଳଙ୍କ ଲାଗି ଦିନଟି ଉତ୍ତମ ରହିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ତାରିଣୀ।

ସି˚ହ: ଆଜି ଆପଣଙ୍କର ଆତ୍ମବିଶ୍ବାସ ଉଚ୍ଚା ରହିବ। ସାଇପଡ଼ିଶା ଆପଣଙ୍କର ଭଲ ବ୍ୟବହାରରେ ଖୁସି ରହିବେ। ଉଧାର ଦେଇଥିବା ପଇସା ମିଳିବାର ସମ୍ଭାବନା ରହିଛି। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବଗଳାମୁଖୀ।

କନ୍ୟା: ଆଶା ଅନୁସାରେ ପରିବାର ଲୋକଙ୍କ ଠାରୁ ସାହାଯ୍ୟ ମିଳିବାର ଆଶା କମ୍‌। ଜରୁରୀ କାମରେ ବାହାରକୁ ଯିବାର ଯୋଜନା ତ୍ୟାଗ କରନ୍ତୁ। ଅଚାନକ କୌଣସି ବନ୍ଧୁଙ୍କ ଘରକୁ ଯିବାକୁ ପଡ଼ିପାରେ। ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ତାରିଣୀ।

ତୁଳା: ଖୋଦ୍‌କୁ ମାର୍ଜିିତ କରିବା ଲାଗି ଭଲ ଦିନଟିଏ। ଅଫିସରେ ଆପଣଙ୍କ ସ୍ଥିତି ମଜଭୁତ ହେବ। ବେକାରଙ୍କୁ ରୋଜଗାରର ଅବସର ମିଳିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ନୂଆ ଦାୟିତ୍ବ ମିଳିପାରେ। ଶୁଭରଙ୍ଗ: ଘିଅରଙ୍ଗ। ଆରାଧନା: ମାଆ ପାଟଣେଶ୍ବରୀ।

ବିଛା: ଆପଣ ଆତ୍ମବିଶ୍ବାସ ଭରି ରହିବେ। ନୂଆ ଲୋକଙ୍କ ସହିତ ବନ୍ଧୁତା ଭବିଷ୍ୟତରେ ଲାଭଦାୟକ ସାବ୍ୟସ୍ତ ହେବ। ବ୍ୟବସାୟରେ ଆପଣଙ୍କୁ ଯଥେଷ୍ଟ ଲାଭ ହେବ। ଜମି ଦଲାଲଙ୍କ ପାଇଁ ଭଲ ଦିନଟିଏ। ଛାତ୍ରଙ୍କୁ ଉଚ୍ଚ ବ୍ୟକ୍ତିଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ କାଳୀଯାଈ।

ଧନୁ: ଦିନଟି ଆପଣଙ୍କ ଲାଗି ଭଲ ପରିଣାମ ନେଇ ଆସିବ। ଅଫିସରେ ଆପଣଙ୍କର କାମ ନିର୍ଦ୍ଦିଷ୍ଟ ସମୟରେ ସମାପ୍ତ କରିବେ। କର୍ତ୍ତୃପକ୍ଷ ଆପଣଙ୍କ ପ୍ରତି ବହୁତ ଖୁସି ରହିବେ। ବେପାରରେ ଆଶାଠୁଁ ଅଧିକ ଲାଭ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଯାଈ।

ମକର: ସାଥୀଙ୍କ କଥାକୁ ଧୈର୍ଯ୍ୟ ଧରି ଶୁଣନ୍ତୁ। ଆପଣଙ୍କର ସମ୍ବନ୍ଧରେ ଗରିମା ବଜାୟ ରଖିବା ଲାଗି କୁତର୍କ କରନ୍ତୁ ନାହିିଁ। କୌଣସି ମାମଲାରେ ବଡ଼ଙ୍କ ସାହାଯ୍ୟ ମିଳିବ। ବାହାର କାମରେ ଗଲାବେଳେ ବାହନ ସାବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ଶ୍ରୀଗଣେଶ।

କୁମ୍ଭ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ନୂଆ କାର୍ଯ୍ୟରେ ରୁଚି ବଢ଼ିବ। ଆପଣଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ମୀନ: ଆପଣଙ୍କ ଖୁସି ଉପରେ କାହାରି ନଜର ଲାଗିପାରେ। ଅବିବାହିତ ଲୋକଙ୍କ ଲାଗି ଦିନଟି ବଢ଼ିଆ ରହିବ। ଆପଣଙ୍କୁ କିଛି ଲାଭର ଅବସର ପ୍ରାପ୍ତ ହେବ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ସ୍ବାସ୍ଥ୍ୟ ପ୍ରତି ଧୢାନ ଦିଅନ୍ତୁ। ଶୁଭରଙ୍ଗ: ବାଦାମୀ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More