Only for Entertainment

ଜାଣନ୍ତୁ ଆଜିର ରାଶିଫଳ

103

ମେଷ: ଆପଣଙ୍କୁ ପରିଶ୍ରମର ସ˚ପୂର୍ଣ୍ଣ ଫଳ ମିଳିବ। ନୂଆ ଲୋକ ଓ ବିଦେଶୀଙ୍କ ସହିତ ମିଶିବେ। ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ଖୁସି ଖବର ମିଳିବ। ଧର୍ମସ୍ଥାନକୁ ଯାତ୍ରାରେ ଯିବେ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୮।

ବୃଷ: ଦିନଟି ବ୍ୟସ୍ତତାରେ କଟିବ। ଗୁରୁତ୍ବପୂର୍ଣ୍ଣ କାମରେ ବାଧା ଉପୁଜିପାରେ। ଉଚ୍ଚ ଅଧିକାରୀଙ୍କ ସହିତ ଭଲ ସମ୍ବନ୍ଧ ବଜାୟ ରଖନ୍ତୁ। ଛାତ୍ରମାନେ ଉଚ୍ଚଶିକ୍ଷା ଲାଗି ବିଦେଶ ଯିବାର ସମ୍ଭାବନା। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୫।

ମିଥୁନ: ଆପଣଙ୍କ ଭିତରେ ଆତ୍ମବିଶ୍ବାସ ଅତୁଟ ରହିବ। ନିଜ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହୋଇପାରେ। କାର୍ଯ୍ୟ କ୍ଷେତ୍ରରେ ନୂଆ ବିଚାର ଉପରେ ଚିନ୍ତା କରିବାର ସୁଯୋଗ ମିଳିବ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୯।

କର୍କଟ: ଆପଣଙ୍କୁ ଚାକିରି ସମ୍ବନ୍ଧିତ ଭଲ ଖବର ମିଳିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ମାନ ସମ୍ମାନ ମିଳିବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୩।

ସି˚ହ: ମନ ସତେଜ ରହିବ। ବ୍ୟବସାୟରେ କିଛି ଏଭଳି କଥା ସାମନାକୁ ଆସିବ ଯାହା ଭବିଷ୍ୟତରେ ଲାଭଦାୟୀ ସାବ୍ୟସ୍ତ ହେବ। ପାରିବାରିକ ଜୀବନ ସୁଖମୟ ହେବ। ଶୁଭରଙ୍ଗ: କଫିରଙ୍ଗ। ଶୁଭସ˚ଖ୍ୟା: ୮।

କନ୍ୟା: ଦିନଟି ଆତ୍ମବିଶ୍ବାସଭରା ରହିବ। ଅଫିସରେ ନିଜକୁ ଯୋଗ୍ୟ ବିବେଚିତ କରିବାରେ ସଫଳ ହେବେ। ଉଧାର ଦେଇଥିବା ଟଙ୍କା ମିଳିପାରେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୩।

ତୁଳା: ବ୍ୟବସାୟରେ ଉନ୍ନତି ଓ ଧନଲାଭ ହେବ। ଆପଣଙ୍କର ଭୌତିକ ସୁଖ ସାଧନରେ ବୃଦ୍ଧି ହେବ। ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ଆକାଶିନୀଳ। ଶୁଭସ˚ଖ୍ୟା: ୯।

ବିଛା: ପ୍ରଭୁଙ୍କ ସ୍ମରଣରେ ଆତ୍ମସନ୍ତୋଷ ମିଳିବ। ଲୋକଙ୍କ ସହିତ ମିଶିବା ଆପଣଙ୍କ ଲାଗି ଲାଭପ୍ରଦ ହେବ। ବେପାରରେ ଉନ୍ନତି ହେବ। ପ୍ରେମ ସମ୍ବନ୍ଧରେ ମନୋକାମନା ପୂରଣ ହେବ। ଶୁଭରଙ୍ଗ: ସବୁଜ। ଶୁଭସ˚ଖ୍ୟା: ୬।

ଧନୁ: ସାମାଜିକ ସ୍ତରରେ ଲୋକପ୍ରିୟତା ବଢ଼ିବ। ଚାକିରିରେ ଉନ୍ନତି କରିବେ। ବନ୍ଧୁଙ୍କ ସହିତ ମିଶିବା ପାଇଁ ସୁଯୋଗ ପାଇବେ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୪।

ମକର: ଅଫିସରେ କୌଣସି କାମଲାଗି ଅଧିକ ସମୟ ଲାଗିବ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯।

କୁମ୍ଭ: ଆର୍ଥିକ ଲାଭ ଓ ଉନ୍ନତି ଯୋଗ ରହିଛି। ନୂଆ ଅନୁବନ୍ଧ ପାଇଁ ଭଲ ସମୟ। ସରକାରୀ ଚାକିରିଆଙ୍କୁ ସୁଖବର ମିଳିବ। ଦାଂପତ୍ୟ ସଂପର୍କ ମଧୁର ହେବ। ଛାତ୍ରୀଙ୍କ ଲାଗି ଦିନଟି ଭଲ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୭।

ମୀନ: ଦିନଟି ଭଲ ରହିବ। ନିଜ ବୃତ୍ତି ସହିତ ସ˚ଶ୍ଳିଷ୍ଟ କୌଣସି ସୁବର୍ଣ୍ଣ ସୁଯୋଗ ମିଳିବ। ପଡେ଼ାଶୀ ଆପଣଙ୍କ ଭଲ ବ୍ୟବହାରରେ ଖୁସି ରହିବେ। ଛାତ୍ରଙ୍କୁ ଭଲ ଖବର ମିଳିପାରେ। ଶୁଭରଙ୍ଗ: ଫିକା ହଳଦିଆ। ଶୁଭସ˚ଖ୍ୟା: ୮।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More