Only for Entertainment

ଜାଣନ୍ତୁ ଆଜିର ରାଶିଫଳ

women's health
26

ମେଷ: ନକରାତ୍ମକ ଚିନ୍ତା ମନରୁ ବାହାର କରି ଦିଅନ୍ତୁ। ବାହାରକୁ ଯିବା ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରନ୍ତୁ, ଭଲ ହେବ। ଆପଣଙ୍କର ସାମାଜିକ ପରିଧି ବଢ଼ିବ। ଛାତ୍ରଙ୍କୁ ସହପାଠୀଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ମେରୁନ। ଆରାଧନା: ବାବା ଲିଙ୍ଗରାଜ।

ବୃଷ: ଆପଣଙ୍କ ସ୍ବଭାବ ନେତାଙ୍କ ଭଳି ରହିବ। ଭଲ ଲୋକଙ୍କ ସହାୟତାରେ ଧନଲାଭର ଯୋଗ ରହିଛି। ଚାକିରିରେ ନିଷ୍ଠାର ସହିତ କାମ କରନ୍ତୁ; ଭଲ ଫଳାଫଳ ମିଳିବ। ପ୍ରେମ ସମ୍ବନ୍ଧୀୟ କୌଣସି ମନୋକାମନା ପୂରା ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବଗଳାମୁଖୀ।

ମିଥୁନ: ଆପଣଙ୍କ ଦୃଷ୍ଟିକୋଣ ସୁଧାରବାଦୀ ରହିବ। ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ। ପ୍ରତିଷ୍ଠିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟ ଲାଗି ନୂଆ ସୁଯୋଗ ମିଳିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ବାବା ଆଖଣ୍ତଳମଣି।

କର୍କଟ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। କାମଧନ୍ଦାରେ ମନ ଲାଗି ରହିବ। ସାହସିକ ଫଇସଲାରେ ଆପଣଙ୍କୁ ସଫଳତା ମିଳିବ। ଅଚାନକ ଖୁସି ଖବର ମିଳିବ। ପ୍ରିୟ ବନ୍ଧୁଙ୍କ ସହିତ ନାଟକ ଦେଖିବାକୁ ଯିବେ। ଶୁଭରଙ୍ଗ: ନୀଳ। ଆରାଧନା: ସୂର୍ଯ୍ୟଦେବ।

ସି˚ହ: ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ବ୍ୟବସାୟ ଓ ସାମାଜିକ କ୍ଷେତ୍ରରେ ଭଲ ଫଳାଫଳ ପାଇବେ। ନୂଆ କାମ ଆରମ୍ଭ ସମ୍ବନ୍ଧରେ ବିଚାର କରିପାରନ୍ତି। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମହାଲକ୍ଷ୍ମୀ।

କନ୍ୟା: ବୁଦ୍ଧିମତ୍ତାରେ କାମ କରନ୍ତୁ; ଆପଣଙ୍କର ଫାଇଦା ହେବ। ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ମିଶିବାର ସୁଯୋଗ ଆସିବ। ସମାଜରେ ଆପଣଙ୍କର ସ୍ଥିତି ମଜଭୁତ ହେବ। ବାହନ କିଣିବା ଲାଗି ମନ ବଳିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ସନ୍ତୋଷୀ ମାତା।

ତୁଳା: କ୍ୟାରିୟର ଗଢ଼ିବା ପାଇଁ ଭଲ ସୁଯୋଗ ପାଇବେ। ଶତ୍ରୁ ଆପଣଙ୍କର କିଛି କ୍ଷତି କରିପାରିବେ ନାହିଁ। ଅଚାନକ ଧନଲାଭ ହେବ। ପ୍ରେମ ସମ୍ବନ୍ଧ ଓ ବୈବାହିକ ଜୀବନରେ ସୁଖୀ ରହିବେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ସୁରେଶ୍ବରୀ।

ବିଛା: ଆପଣ ଊର୍ଜା ଓ ଆତ୍ମବିଶ୍ବାସ ଭରା ରହିବେ। କୌଣସି ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ଅତିଶୀଘ୍ର ପୂରା କରିବେ। ଆପଣଙ୍କ ବ୍ୟବହାର ସମସ୍ତଙ୍କ ପ୍ରତି ଭଲ ରହିବ। କର୍ମଜୀବୀ ମହିଳାଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କୀଚକେଶ୍ବରୀ।

ଧନୁ: ଜୀବନରେ ମଉଜ ମଜଲିସ ପାଇଁ ସୁନ୍ଦର ଅବସର ପାଇବେ। ମିତ୍ରଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ଆହୁରି ବଢ଼ିଆ ହେବ। କ୍ୟାରିୟର ମାମଲାରେ ଆପଣଙ୍କ ସହିତ କିଛି ଭଲ ହୋଇପାରେ। ରାତିରେ ନିଦ ଭଲ ହେବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ବିରଜା।

ମକର: ଜୀବନ‌େର ଲାଗିରହିଥିବା ସ˚ଘର୍ଷର ସମାପ୍ତ ପାଇଁ ସମୟ ଭଲ। ଭାଗ୍ୟ ଆପଣଙ୍କୁ ପୂରା ସାଥ ଦେବ। ଚାକିରି ତଲାସରେ ଥିବା ବ୍ୟକ୍ତି ଶୁଭ ଖବର ପାଇବେ। ପରିବାର ଲୋକଙ୍କ ସହିତ ଜୀବନ ଆନନ୍ଦମୟ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଗାୟତ୍ରୀ।

କୁମ୍ଭ: ଆଜି ଖୋଦକୁ ଊର୍ଜାବାନ ଅନୁଭବ କରିବେ। ନିଜର କାମ ଉତ୍ସାହର ସହିତ କରିବେ। ଆପଣଙ୍କ କାମରେ ଖୁସି ହୋଇ କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ଦାୟିତ୍ବ ଅର୍ପଣ କରିବେ। ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ରହିବ। ଶୁଭରଙ୍ଗ: ନୀଳ। ଆରାଧନା: ଶ୍ରୀ ଗଣେଶ।

ମୀନ: ପୂଜାର୍ଚ୍ଚନାରେ ଅଧିକ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। କୌଣସି କ˚ପାନିରେ ଚାକିରିର ଇମେଲ୍‌ ଆସିପାରେ। ରାଜନୀତିରେ ପ୍ରସିଦ୍ଧି ଲାଭ କରିବେ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ମଙ୍ଗଳା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More