Only for Entertainment

ଜାଣନ୍ତୁ ଆଜିର ରାଶିଫଳ !

35

ମେଷ: ସକାରାତ୍ମକ ଭାବନାରେ ରହନ୍ତୁ; କାମ କରିବା ସହଜ ହେବ। କିଛି ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ସାକ୍ଷାତ ଆଲୋଚନା ହେବ। ନୂଆ ଦାୟିତ୍ବ ନେବାରେ ସ˚କୋଚ କରନ୍ତୁ ନାହିଁ। ଜୀବନସାଥୀଙ୍କୁ ଖୁସି ରଖିବା ଲାଗି ଉପହାର ଦେବେ। ଶୁଭରଙ୍ଗ: ଗୋଲାପି। ଆରାଧନା: ବାବା ଗୁପ୍ତେଶ୍ବର।

ବୃଷ: ଆପଣଙ୍କ ହାସ୍ୟ କୌତୁକ ସ୍ବଭାବ ସମସ୍ତଙ୍କୁ ଭଲ ଲାଗିବ। ନିଜର ଲକ୍ଷ୍ୟ ହାସଲ ଲାଗି ଠୋସ୍‌ ଯୋଜନା କରିବେ। ଭଲ ଲୋକଙ୍କ ସହାୟତାରେ ଧନଲାଭ ଯୋଗ ରହିଛି। ପରିବାର ଲୋକଙ୍କୁ ସୁଖ ପ୍ରାପ୍ତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

ମିଥୁନ: ଘର ସଫାସୁତୁରା ରଖନ୍ତୁ, ସୁଖ ସମୃଦ୍ଧି ବୃଦ୍ଧି ହେବ। କାର୍ଯ୍ୟାଳୟରେ ଏଭଳି ସୁଯୋଗ ମିଳିବ ଯାହା ଦ୍ବାରା ଆପଣଙ୍କର ଯଥେଷ୍ଟ ଲାଭ ହେବ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

କର୍କଟ: ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିପାରେ। ଆପଣଙ୍କ ବ୍ୟବହାର ବହୁତ ମଧୁର ରହିବ। ଅଫିସରେ ନୂଆ ଦାୟିତ୍ବକୁ ଭଲ ଭାବରେ ନିର୍ବାହ କରିବେ। ପ୍ରେମ ପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ବିରଜା।

ସି˚ହ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଆପଣଙ୍କ ସାମନାକୁ ନୂଆ ସୁଯୋଗ ଆସିବ। ଆର୍ଥିକ ସ୍ଥିତି ସୁଧୁରିବ। ଇ˚ଜିନିୟରଙ୍କୁ ବଡ଼ କ˚ପାନିରେ ଚାକିରିର ପ୍ରସ୍ତାବ ମିଳିବ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଗୋଲାପି। ଆରାଧନା: ମାଆ ଦୁର୍ଗା।

କନ୍ୟା: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ମିତ୍ରଙ୍କ ସହଯୋଗରେ ଆପଣଙ୍କ କାମ ପୂରା ହେବ। ରାଜନୈତିକ କାର୍ଯ୍ୟରେ ରୁଚି ବଢ଼ିବ। ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ସମ୍ବନ୍ଧରେ ଭଲ ଖବର ମିଳିବ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ତୁଳା: ଦିନଟି ଲାଭପ୍ରଦ ରହିବ। ଯେଉଁ କାମ ହାତକୁ ନେବେ ନିଶ୍ଚିତ ଲାଭ ପାଇବେ। ଅଫିସ୍‌ରେ ଆପଣଙ୍କ ରାୟ ରଖିବାରେ ସୁଯୋଗ ମିଳିବ। ଜୀବନସାଥୀ ଓ ବନ୍ଧୁମାନଙ୍କ ଠାରୁ ସ୍ନେହ ପ୍ରାପ୍ତ କରିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ସୁରେଶ୍ବରୀ।

ବିଛା: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ସାମାଜିକ କାର୍ଯ୍ୟରେ ଆପଣଙ୍କର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିବ। କାରବାର ବୃଦ୍ଧି ପାଇଁ ଉପାୟ ଫଳପ୍ରଦ ହେବ। ଚାକିରି ସମ୍ବନ୍ଧରେ ଭଲ ଖବର ମିଳିବ। ପ୍ରେମରେ ଆପଣଙ୍କୁ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ଧନୁ: ଦିମାକରେ ଲାଗି ରହିଥିବା ଓଲଟପାଲଟ ଚିନ୍ତାଧାରା ସମାପ୍ତ ହୋଇଯିବ। ଅଫିସ୍‌ରେ ଗୁରୁତ୍ବପୂର୍ଣ୍ଣ ଫଇସଲା ନେଇ ପାରନ୍ତି। ବିଦେଶ ଯିବା ପାଇଁ ଯୋଜନା କରିବେ। ପାରିବାରିକ ଦାୟିତ୍ବ ପୂରା ହେବାରୁ ଆପଣଙ୍କୁ ସନ୍ତୋଷ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ବରୀ।

ମକର: ଆଜି ଆପଣ ଆତ୍ମବିଶ୍ବାସରେ ଭରି ରହିବେ। ଅଫିସରେ ଆପଣ ନିଜକୁ ଯୋଗ୍ୟ ପ୍ରମାଣିତ କରିବାରେ ସଫଳ ହେବେ। ଦୂରସ୍ଥାନକୁ ଯିବା ପାଇଁ ଯୋଜନା କରିବେ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଧନଲାଭ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।

କୁମ୍ଭ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଆପଣଙ୍କର ସ୍ଥଗିତ ଥିବା କାମ ପୂରା ହୋଇଯିବ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। କର୍ମଚାରୀଙ୍କର ଧନଲାଭ ହୋଇପାରେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ ବଗଳାମୁଖୀ।

ମୀନ: ଆପଣଙ୍କ ମନ ଧର୍ମ ଦିଗରେ ଅଧିକ ଲାଗି ରହିବ। କିଛି ନୂଆ ସୁଯୋଗ ମିଳିପାରେ। ଆପଣଙ୍କୁ ଉଚ୍ଚ ଅଧିକାରୀଙ୍କ ଠାରୁ ପ୍ରଶ˚ସା ମିଳିବ। ଅଚାନକ ଢେର‌୍‌ସାରା ଧନ ପାଇବେ। ପ୍ରେମ ପ୍ରସଙ୍ଗରେ ସଫଳତା ମିଳିପାରେ। ଶୁଭରଙ୍ଗ: ସବୁଜ। ଆରାଧନା: ଲକ୍ଷ୍ମୀ ନାରାୟଣ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More