Only for Entertainment

ଜାଣନ୍ତୁ ଆଜିର ରାଶିଫଳ ।

40

ମେଷ: ଦିନଟି ଖୁସି ଭରା ରହିବ। ବଜାରକୁ ଯିବା ବାଟରେ ପୁରୁଣା ମିତ୍ରଙ୍କ ସହିତ ଭେଟ ହେବ। କୌଣସି ମାମଲାରେ ବଡ଼ ନିର୍ଣ୍ଣୟ ନେବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଝିଘରିଆଣୀ।

ବୃଷ: ପୂଜାପାଠରେ ମନକୁ ଶାନ୍ତି ମିଳିବ। ଚାକିରିଆଙ୍କୁ ଆଗକୁ ବଢ଼ିବା ଲାଗି ସୁବର୍ଣ୍ଣ ସୁଯୋଗ ମିଳିପାରେ। ବ୍ୟବସାୟରେ ପରିବର୍ତ୍ତନ କରିବେ ଓ ସଫଳତା ପାଇବେ। ପ୍ରେମ ପ୍ରସଙ୍ଗରେ ସଫଳ ହେବେ। ଶୁଭରଙ୍ଗ: ଗୋଲାପି। ଆରାଧନା: ହର ପାର୍ବତୀ।

ମିଥୁନ: ଆପଣଙ୍କର ଅଧିକ ସମୟ ଆତ୍ମଚିନ୍ତନରେ କଟିବ। ଆପଣଙ୍କୁ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିପାରେ। ରାଜନୀତି କ୍ଷେ଼ତ୍ରରେ ଥିବା ବ୍ୟକ୍ତିମାନେ ସମାଜ ସେବାରେ ସମୟ ଦେବେ। ଶୁଭରଙ୍ଗ: ମାଜେଣ୍ତା। ଆରାଧନା: ମହାଲକ୍ଷ୍ମୀ।

କର୍କଟ: ସମୟ ଆପଣଙ୍କ ଲାଗି ଅନୁକୂଳ। ଆଗକୁ ବଢ଼ି ଚାଲିଲେ ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ। ବିରୋଧୀ ଆପଣଙ୍କ ଠାରୁ ଦୂରେଇ ରହିବେ। କ˚ପାନି ତରଫରୁ ବିଦେଶ ଯାଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।

ସି˚ହ: ଆଜି ଅଧିକାରୀଙ୍କ ସହିତ ଆପଣଙ୍କ ବ୍ୟବହାରରେ ଟିକେ ସ˚ଯମ ରଖିବା ଦରକାର। କାହାରି ଉପରେ ଅଧିକ ଭରସା କରନ୍ତୁ ନାହିଁ। ସନ୍ଧ୍ୟା ସୁଦ୍ଧା କୌଣସି ଶୁଭ ଖବର ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

କନ୍ୟା: ମାଆଙ୍କ ସ୍ନେହ ଆପଣଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ। ଆପଣଙ୍କୁ କିଛି କାମରେ ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ମିଳିବ। ଆମଦାନିରେ ଅଚାନକ ବୃଦ୍ଧି ହେବ। ବିବାହିତ ଉଦ୍ୟାନକୁ ବୁଲି ଯିବେ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଅମ୍ବିକା।

ତୁଳା: ନୂଆ ପରିଯୋଜନାର ଶୁଭାରମ୍ଭ କରି ପାରନ୍ତି। ସରକାରୀ କ୍ଷେତ୍ରରେ ସ୍ଥଗିତ ଥିବା କାମ ପୂରା ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ପରିବାରର ସ୍ଥିତି ଠିକ୍‌ ରହିବ। ନୂଆ ବାହନ କିଣିବା ଲାଗି ମନ ବଳିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ସୁରେଶ୍ବରୀ।

 

 

 

ବିଛା: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। କୌଣସି ବି କାମ ସମୟ ପୂର୍ବରୁ ପୂରା ହୋଇଯିବ। ବ୍ୟବସାୟ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ଧନଲାଭର ସୁଯୋଗ ରହିଛି। ପ୍ରେମ ସମ୍ବନ୍ଧରେ ସତେଜତା ଅନୁଭବ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜାଈ।

ଧନୁ: ଲକ୍ଷ୍ୟ ହାସଲ ପାଇଁ ଅଗ୍ରସର ହେବେ। ଆର୍ଥିକ ଲାଭ ମିଳିବା ହେତୁ ମନ ଖୁସି ରହିବ। ରାଜନେତା ଆପଣଙ୍କୁ ବଡ଼ କାର୍ଯ୍ୟ ଅର୍ପଣ କରିବେ। ଜୀବନସାଥୀଙ୍କ ସହିତ ଆପଣଙ୍କ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଲାଲ। ଆରାଧନା: ବାବା ଚନ୍ଦନେଶ୍ବର।

ମକର: ଆପଣଙ୍କର ଆତ୍ମବିଶ୍ବାସ ଅତୁଟ ରହିବ। ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ। ଅଚାନକ କୌଣସି ଶୁଭ ଖବର ପାଇବେ। ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲିଙ୍ଗରାଜ।

କୁମ୍ଭ: ଆପଣଙ୍କ ମନୋଭାବ ହାସ୍ୟରସିକ ରହିବ। ଜୀବନସାଥୀଙ୍କ ପୂରା ସହଯୋଗ ପାଇବେ। ନୂଆ ସ୍ରୋତରୁ ଧନଲାଭ ହେତୁ ଆର୍ଥିକ ସ୍ଥିତି ମଜଭୁତ ହେବ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଭଲ। ଶୁଭରଙ୍ଗ: ଧୂସର। ଆରାଧନା: ସନ୍ତୋଷୀ ମାତା।

ମୀନ: ଦିନଟି ଆପଣଙ୍କ ପାଇଁ ଲାଭପ୍ରଦ ହେବ। କାର୍ଯ୍ୟକ୍ଷେତ୍ରରେ ଭଲ ନୀତି ତିଆରି କରି କାମ କରିବେ। ସାହିତ୍ୟ କ୍ଷେତ୍ରରେ ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଲାଭପ୍ରଦ ହେବ। ବାହନ କିଣିବା ପାଇଁ ମନ ବଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସରସ୍ବତୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More