Only for Entertainment

ଜାଣନ୍ତୁ ଆଜିର ରାଶିଫଳ ।

36

ମେଷ: ଦିନଟି ମହତ୍ତ୍ବପୂର୍ଣ୍ଣ ରହିବ। ଅଫିସରେ ବଡ଼ ଅଧିକାରୀଙ୍କ ସହଯୋଗ ମିଳିବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ଉନ୍ନତି ପାଇଁ ବିଭିନ୍ନ ମାର୍ଗ ଆପଣଙ୍କ ସାମନାକୁ ଆସିବ। ଶୁଭରଙ୍ଗ: କଫି। ଆରାଧନା: ମାଆ ସମଲେଶ୍ବରୀ।

ବୃଷ: ଆପଣଙ୍କ ଶୌର୍ଯ୍ୟକୁ ବଳ ମିଳିବ। ଗୋଟିଏ ଦିଗରେ ପ୍ରୟାସ କରନ୍ତୁ, ଯଥେଷ୍ଟ ସଫଳତା ପାଇବେ। ଡାକ୍ତରଙ୍କ ଖ୍ୟାତି ସୁଦୂର ପ୍ରସାରୀ ହେବ। ଘରେ କୌଣସି କାର୍ଯ୍ୟକ୍ରମ ଆୟୋଜନ ହୋଇପାରେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଭଦ୍ରକାଳୀ।

ମିଥୁନ: ଆଜି ଆପଣଙ୍କ ଖୁସି ଉପରେ କାହାରି ନଜର ଲାଗିପାରେ। ଅଫିସରେ ଆପଣ କେବଳ ନିଜ କାମରେ ମନୋଯୋଗ ଦିଅନ୍ତୁ। ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାମରେ ବାଧା ଉତ୍ପନ୍ନ ହୋଇପାରେ। ଶୁଭରଙ୍ଗ: ସବୁଜ। ଆରାଧନା: ସନ୍ତୋଷୀମାତା।

କର୍କଟ: ଆପଣଙ୍କ ଊର୍ଜାର ସ୍ତର ବୃଦ୍ଧି ହେବ। ଯେଉଁ କାମ ହାତକୁ ନେବେ ତାକୁ ସୁଚାରୁ ରୂପେ ତୁଲାଇ ସଫଳତା ପାଇବେ। ଅପ୍ରତ୍ୟାଶିତ ଧନ ପ୍ରାପ୍ତି ହେବ। ସମାଜରେ ମାନ ସମ୍ମାନ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଗାୟତ୍ରୀ।

ସି˚ହ: କାର୍ଯ୍ୟ କ୍ଷେତ୍ରରେ ଏଭଳି ଅବସର ଆସିବ, ଯାହା ଦ୍ବାରା ଆମଦାନି ବୃଦ୍ଧି ହେବ। ରାଜନୀତିକ ନେତାଙ୍କ ଲାଗି ଦିନଟି ଭଲ ରହିବ। ସନ୍ତାନଙ୍କ ଉନ୍ନତିରେ ଖୁସି ହୋଇପାରନ୍ତି। ସ୍ବାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: କଫି। ଆରାଧନା: ମାଆ ମଙ୍ଗଳା।

କନ୍ୟା: ପୂଜାର୍ଚ୍ଚନାରେ ସମୟ ବିତିବ। ଧର୍ମ ଚର୍ଚ୍ଚାରେ ଅ˚ଶ ଗ୍ରହଣ କରିବେ। ଆପଣଙ୍କ ମନରେ କିଛି ଆଶା ଉତ୍ପନ୍ନ ହେବ। ଅଫିସରେ ଲାଗି ରହିଥିବା ବିବାଦର ସମାଧାନ ହେବ। ଛାତ୍ରୀଙ୍କୁ ବଢ଼ିଆ ଅବସର ମିଳିପାରେ। ଶୁଭରଙ୍ଗ: ଲାଲ। ଆରାଧନା: ବାବା ଗୁପ୍ତେଶ୍ବର।

ତୁଳା: କାର୍ଯ୍ୟକ୍ଷେତ୍ରରେ ସାମାନ୍ୟ ସମସ୍ୟା ସୃଷ୍ଟି ହୋଇପାରେ। ବାଣୀ ଓ ବ୍ୟବହାର ଭଲ ରଖନ୍ତୁ। ପଇସା ନେଣେଦେଣେରେ ସାବଧାନତା ଅବଲମ୍ବନ କରନ୍ତୁ। ବ୍ୟବସାୟର ବିସ୍ତାର ପାଇଁ ଯୋଜନା କରି ପାରନ୍ତି। ଶୁଭରଙ୍ଗ: ଆକାଶିନୀଳ। ଆରାଧନା: ମାଆ ଭୈରବୀ।

ବିଛା: ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିବ। ବିରୋଧୀ ଆପଣଙ୍କ ଠାରୁ ଦୂରେଇ ରହିବେ। ପ୍ରେମ ସ˚ପର୍କରେ ମଧୁରତା ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଯାଈ।

ଧନୁ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ଭୂସ˚ପତ୍ତି ସମସ୍ୟା ସମାପ୍ତ ହୋଇଯିବ। କର୍ତ୍ତୃପକ୍ଷ ଆପଣଙ୍କ କାମରେ ପ୍ରଶ˚ସା କରିବେ। ମହିଳା ବ୍ୟବସାୟୀଙ୍କୁ କିଣାବିକାରେ ଲାଭ ହେବ। ଶୁଭରଙ୍ଗ: ମେରୁନ। ଆରାଧନା: ମହାଲକ୍ଷ୍ମୀ।

ମକର: ଆପଣଙ୍କର ଆତ୍ମବିଶ୍ବାସ ଓ ସଚ୍ଚୋଟତା ପାଇଁ ଆଗକୁ ବଢ଼ିବା ସହଜ ହେବ। ଅଫିସରେ ଭଲ କାମ ପାଇଁ ପ୍ରମୋଶନ ମିଳିପାରେ। ସଙ୍ଗୀତ କଳା କ୍ଷେତ୍ରରେ ସଫଳତା ପାଇବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ଯ୍ୟଦେବ।

କୁମ୍ଭ: ଆଜି କାମର ରୂପରେଖ ପ୍ରସ୍ତୁତ କରି ଆଗକୁ ବଢ଼ନ୍ତୁ। ଇଟା ଓ ସିମେଣ୍ଟ ବ୍ୟବସାୟୀମାନେ ବଡ଼ ସଉଦା କରିପାରନ୍ତି। ସନ୍ତାନଙ୍କ ପ୍ରଗତିରେ ମନ ଖୁସି ରହିବ। ପ୍ରିୟ ବନ୍ଧୁଙ୍କ ସହିତ ସିନେମା ଦେଖିବାକୁ ଯିବେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଶାରଳା।

ମୀନ: ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ଆପଣଙ୍କ କ୍ୟାରିଅର ଲାଗି ଭଲ ସୁଯୋଗ ମିଳିବ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ଘରକୁ କୌଣସି ସ˚ପର୍କୀୟ ଶୁଭ ଖବର ନେଇ ଆସିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More