Only for Entertainment

ଜାଣନ୍ତୁ ଆଜିର ରାଶିଫଳ ।

42

ମେଷ: ଆଜି କୌଣସି କଥାକୁ ନେଇ ମନରେ ଦ୍ବନ୍ଦ୍ବ ରହିବ। ଯେତେ ମିଠା କଥା କଥା କହିବେ ସେତେ ଲାଭ ପାଇବେ। କୋର୍ଟ କଚେରି ମାମଲାରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ସନ୍ଧ୍ୟାରେ ପରିବାର ସମ୍ବନ୍ଧୀୟ ଭଲ ଖବର ମିଳିପାରେ। ଶୁଭରଙ୍ଗ: ଘିଅରଙ୍ଗ। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଯାହା ବି କାମ କରିବେ ତହିଁରେ ସଫଳ ହେବେ। ବିଦେଶରେ ଚାକିରି ଲାଗି ପ୍ରୟାସ କରି ଆସୁଥିବା ବ୍ୟକ୍ତି ବିଶେଷଙ୍କୁ ଶୁଭ ସ˚କେତ ମିଳିପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ବରୀ।

ମିଥୁନ: ଆପଣଙ୍କର ଆତ୍ମବିଶ୍ବାସ ଓ ସଚ୍ଚୋଟତା ପାଇଁ ଆଗକୁ ବଢ଼ିବା ସହଜ ହେବ। ମିତ୍ରଙ୍କ ମାଧୢମରେ ଲାଭ ମିଳିବ। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଶତ୍ରୁ ପକ୍ଷ ଦୂରେଇ ରହିବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଭୈରବୀ।

 

କର୍କଟ: ଆପଣଙ୍କ ଦୃଷ୍ଟିକୋଣ ପ୍ରଗତିଶୀଳ ରହିବ। କୌଣସି ଖାସ୍‌ ବିଷୟ ଉପରେ ସିନିଅରଙ୍କ ସହିତ କଥାବର୍ତ୍ତା ହେବେ। କାରବାରରେ ଆପଣଙ୍କର ଲାଭ ହିଁ ଲାଭ ହେବ। କୌଣସି ପ୍ରିୟ ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମହାଲକ୍ଷ୍ମୀ।

ସି˚ହ: ଆପଣଙ୍କୁ ଉଚିତ ସମୟର ସ˚ଜ୍ଞାନ ରଖିବାକୁ ହେବ। କାମର ବୋଝ ଅଧିକ ହୋଇପାରେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଅନ୍ୟମାନଙ୍କ ସହିତ କଥାବାର୍ତ୍ତା ବେଳେ ଠିକ୍‌ ଶବ୍ଦ ଚୟନ କରନ୍ତୁ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

କନ୍ୟା: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। କୌଣସି ବି କାମ ସମୟ ପୂର୍ବରୁ ପୂରା ହୋଇଯିବ। ଭବିଷ୍ୟତ୍ ଲାଗି ଯୋଜନା ପ୍ରସ୍ତୁତ କରିବେ। ଜୀବନସାଥୀଙ୍କ ଠାରୁ ବହୁତ ପ୍ରେମ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଙ୍ଗଳା।

ତୁଳା: ଦିନଟି ବଢ଼ିଆ ରହିବ। ବ୍ୟବସାୟରେ ବଡ଼ ସଉଦା ପାଇଁ ସ୍ବାକ୍ଷର କରିବେ। ଉଧାର ଦେଇ ଥିବା ପଇସା ପାଇବେ। ଅଫିସରେ ନିଜର କାମକୁ ମନୋଯୋଗରେ କରିବେ। ପ୍ରେମରେ ସଫଳତା ପାଇବେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଭୈରବୀ।

 

ବିଛା: ଶରୀର ସୁସ୍ଥ ଓ ମନ ଖୁସି ରହିବ। ଯାହା ବି କାମ କରିବେ ସଫଳ ହେବେ। ନେତା ଓ ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ। ସନ୍ଧ୍ୟାରେ ପରିବାର ସହିତ ମଉଜ ମଜଲିସରେ ସମୟ କଟିବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ଧନୁ: ସକାରାତ୍ମକ ଭାବନାରେ ରହନ୍ତୁ। କଷ୍ଟ ମନେ ହେଉଥିବା କାର୍ଯ୍ୟ ସହଜରେ କରି ପାରିବେ। ଲୋକମାନଙ୍କ ବିଶ୍ବାସ ଆପଣଙ୍କ ଉପରେ କାଏମ ରହିବ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ଗାୟତ୍ରୀ।

ମକର: ଆପଣଙ୍କ ଯୋଜନାକୁ ଗୋପନ ରଖନ୍ତୁ ଭଲ ହେବ। କାମର ତାଲିକା କରି ଆଗକୁ ବଢ଼ନ୍ତୁ। ରାଜନୀତିରେ ସଫଳତା ପାଇବେ। ଆର୍ଥିକ ରୂପେ ସବୁ କିଛି ଭଲ ରହିବ। ପାରିବାରିକ ଜୀବନ ସୁଖମୟ ହେବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

କୁମ୍ଭ: ଗରମ ମିଜାଜ ଆପଣଙ୍କୁ ଲାଭ ଦେବ। ଅଫିସରେ କୌଣସି କଥାକୁ ନେଇ ଲାଗି ରହିଥିବା ବିଶୃଙ୍ଖଳା ଠିକ୍‌ କରିବେ। ବ୍ୟବସାୟରେ ଭଲ ପରିଣାମ ମିଳିବ। ବନ୍ଧୁଙ୍କ ଜନ୍ମଦିନ ସମାରୋହକୁ ଯାଇପାରନ୍ତି। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଶାରଳା।

ମୀନ: ଦେବ ଦର୍ଶନ ଯୋଗ ରହିଛି। ଆଧୢାତ୍ମିକ ଭାବନାରେ ସମୟ ବିତିବ। ଅଧୁରା ଥିବା କାମ ବନ୍ଧୁଙ୍କ ସହଯୋଗରେ ପୂରା ହେବ। ସମାଜରେ ମାନ ସମ୍ମାନ ପାଇବେ। ଜୀବନସାଥୀଙ୍କ ସହିତ ପ୍ରେମ ବଢ଼ିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବିରଜା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More