Only for Entertainment

ଜାଣନ୍ତୁ ଆଜିର ରାଶିଫଳ

45

ମେଷ: ଧୢାନ ଓ ଯୋଗ ମାଧୢମରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ। ଛୋଟ ଛୋଟ କଥାରେ ଖୁସି ତଲାସ କରିବେ। ନୂଆ କାମରେ ଧୀରେ ଧୀରେ ଗତି ଆସିବ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ କିଚକେଶ୍ବରୀ।

ବୃଷ: ନିଜର ମହତ୍ତ୍ବକୁ ଜାଣନ୍ତୁ। ବ୍ୟବହାରରେ ସକାରାତ୍ମକ ବଜାୟ ରଖନ୍ତୁ। ବୟୋଜ୍ୟେଷ୍ଠଙ୍କ ପରାମର୍ଶ ନେଇ ଆଗକୁ ବଢ଼ନ୍ତୁ, ସଫଳତା ମିଳିବ। ବୈବାହିକ ଜୀବନ ଭଲ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଆଖଣ୍ତଳମଣି।

ମିଥୁନ: ପ୍ରଗତି ପଥରେ ଅଗ୍ରସର ହେବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସାକ୍ଷତ୍‌ ଆଲୋଚନା ହେବ। ଭାବିଥିବା କାମ ନିର୍ଦ୍ଦିଷ୍ଟ ସମୟରେ ପୂରା ହୋଇଯିବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମହାଦେବ।

କର୍କଟ: ଆପଣଙ୍କର ଅନ୍ତର ଆତ୍ମା ପ୍ରଖର ରହିବ। ଆପଣଙ୍କ ସାମନାକୁ ଆସିବା ବ୍ୟକ୍ତି ବିଶେଷଙ୍କର ମାନସିକତାକୁ ଶୀଘ୍ର ବୁଝିନେବେ। ଅଫିସରେ ନୂଆ ଦାୟିତ୍ବକୁ ଭଲ ଭାବେ ନିର୍ବାହ କରିବେ। ପ୍ରେମ ପ୍ରସଙ୍ଗ ପାଇଁ ଦିନଟି ଅନୁକୂଳ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ସି˚ହ: ବ୍ୟବସାୟରେ ପୁରୁଣା ବିବାଦ ସମାପ୍ତ ହୋଇଯିବ। ଆୟର ନୂଆ ସ୍ରୋତ ମିଳିବ। ଚାକିରିଆଙ୍କୁ ବିଶେଷ ସଫଳତା ହାସଲ ହେବ। ଘରକୁ କୌଣସି ସ˚ପର୍କିୟ ଶୁଭ ଖବର ନେଇ ଆସିବେ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ବିରଜା।

କନ୍ୟା: ନୂଆ ଲୋକଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। କ୍ୟାରିଅରକୁ ନେଇ କୌଣସି ବଡ଼ ଫଇସଲା ନେଇପାରନ୍ତି। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ମହିଳାଙ୍କ ଲାଗି ଭଲ ଦିନଟିଏ। ଶୁଭରଙ୍ଗ: ସବୁଜ। ଆରାଧନା: ମହାଲକ୍ଷ୍ମୀ।

ତୁଳା: ସାରାଦିନ ଖୁସି ମନରେ ରହିବେ। ଦୀର୍ଘ ଦିନର ବନ୍ଧୁତା ପ୍ରେମରେ ବଦଳିପାରେ। ଆମଦାନିର ନୂଆ ସ୍ରୋତ ମିଳିବ। ବ୍ୟାଙ୍କ ଚାକିରିଆଙ୍କ ଲାଗି ଦିନଟି ଭଲ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଦୁର୍ଗା।

 

ବିଛା: ଆଜି ଆପଣ ଖୁବ୍‌ ମଜା କରିବେ ଓ ଖୁସି ରହିବେ। ବନ୍ଧୁଙ୍କ ଠାରୁ ଭଲ ଖବର ବା ଉପହାର ପାଇବେ। ଆପଣଙ୍କ ସାମର୍ଥ୍ୟରେ ସବୁ କାମ ପୂରା କରିନେବେ। ଅଚାନକ ଧନଲାଭ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କିଚକେଶ୍ବରୀ।

ଧନୁ: ସକାରାତ୍ମ ଭାବନାରେ ରହନ୍ତୁ, କଷ୍ଟ ମନେ ହେଉଥିବା କାର୍ଯ୍ୟ ସହଜରେ କରିପାରିବେ। ବଡ଼ ବ୍ୟବସାୟ ଗ୍ରୁପରେ ଭାଗିଦାରି ହୋଇପାରନ୍ତି। ଜୀବନସାଥୀଙ୍କ ସହିତ ଆପଣଙ୍କ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ଯ୍ୟଦେବ।

ମକର: ଆପଣଙ୍କ ଜୀବନ ଶୈଳୀ ଓ ଖାଦ୍ୟ ପାନୀୟ ପ୍ରତି ପ୍ରତି ଧୢାନ ଦିଅନ୍ତୁ। କୌଣସି ନୂଆ କାମ ପାଇଁ ବିଦେଶ ଯାତ୍ରା କରିପାରନ୍ତି। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

କୁମ୍ଭ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ସମସ୍ତେ ଆପଣଙ୍କ କାମରେ ପ୍ରଭାବିତ ହେବେ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। ଅଫିସ କାମରେ ଅଧସ୍ତନ କର୍ମଚାରୀଙ୍କ ସାହାଯ୍ୟ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ରାମଚଣ୍ତୀ।

ମୀନ: ଦେବୀମାତାଙ୍କ ଧୢାନରେ ମନର ସକାରାତ୍ମକ ଶକ୍ତି ସ˚ଚାର ହେବ। ଘର ପରିଷ୍କାର କରିବାରେ ସମୟ ଦେବେ। ଚାକିରିଆଙ୍କୁ ସଫଳତା ମିଳିବ। କାରବାରରେ ଆଶାଠୁଁ ଅଧିକ ଲାଭ ପାଇବେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଶାରଳା।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More