Only for Entertainment

ଜାଣନ୍ତୁ ଆଜିର ରାଶିଫଳ

44

ମେଷ: ପ୍ରଭୁଙ୍କ ଧୢାନରେ ମନକୁ ଶାନ୍ତି ମିଳିବ। ବୟୋଜ୍ୟେଷ୍ଠଙ୍କ ପ୍ରତି ମନରେ ପ୍ରେମଭାବ ରହିବ। ବେପାରିଙ୍କୁ ଅଚାନକ ଧନଲାଭ ହେବ। ପାରିବାରିକ ଜୀବନରେ ସୁଖୀ ରହିବେ। ପ୍ରେମ ସମ୍ବନ୍ଧରେ ମନୋକାମନା ପୂରା ହେବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ବାବା କପିଳାସ।

ବୃଷ: ଆଜି ଆପଣ ନିଜକୁ ଊର୍ଜାର ପୂରାପୂରି ଅନୁଭବ କରିବେ। କୌଣସି ବ୍ୟକ୍ତିଙ୍କ ସହିତ ମନର ମେଳ ହେବ। ବ୍ୟବସାୟର ନୂଆ ପ୍ରସ୍ତାବ ଉପରେ ବିଚାର କରିବେ। ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ ରହିବ। ଶୁଭରଙ୍ଗ: ଘିଅରଙ୍ଗ। ଆରାଧନା: ମାଆ ମଙ୍ଗଳା।

ମିଥୁନ: ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ। ଆପଣଙ୍କ ନିଜ ପରିଶ୍ରମର ବଢ଼ିଆ ପରିଣାମ ପାଇବେ। ରାଜନୀତିରେ ବଡ଼ ଓ ପ୍ରତିଷ୍ଠିତ ଲୋକଙ୍କ ସହିତ ମେଳ ମିଳାପ ବଢ଼ିବ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଚନ୍ଦନେଶ୍ବର।

କର୍କଟ: ସୁଖ ଓ ସୌଭାଗ୍ୟ ବୃଦ୍ଧି ହେବ। ଚାକିରି ପେସା ବ୍ୟକ୍ତିଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ସ୍ଥଗିତ ଥିବା କାମ ଅତିଶୀଘ୍ର ପୂରା ହୋଇଯିବ। ସଙ୍ଗୀତ ଶୁଣିବାକୁ ମନରେ ଆଗ୍ରହ ବଢ଼ିବ। ଜୀବନସାଥୀଙ୍କ ବ୍ୟବହାର ପ୍ରେମ ଭରା ରହିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ତାରିଣୀ।

ସି˚ହ: ମନ ପ୍ରଫୁଲ୍ଲ ରହିବ। ବିଭିନ୍ନ ଲୋକଙ୍କ ସହିତ ମିଶିବେ। କିଛି ନୂଆ କରିବା ଲାଗି ଚିନ୍ତା କରିବେ। ହୋଟେଲ ବ୍ୟବସାୟୀଙ୍କ ଲାଗି ଲାଭପ୍ରଦ ହେବ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ବୁଢ଼ୀ ଠାକୁରାଣୀ।

କନ୍ୟା: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ବ୍ୟକ୍ତିତ୍ବର ବିକାଶ ହେବ। ଚାକିରି ସମ୍ବନ୍ଧିତ ମନୋକାମନା ପୂରା ହେବ। ବ୍ୟବସାୟର ସାମାନ୍ୟ ପରିବର୍ତ୍ତନରେ ଯଥେଷ୍ଟ ଲାଭ ପାଇବେ। ଦାଂପତ୍ୟ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ମେରୁନ। ଆରାଧନା: ଶ୍ରୀକୃଷ୍ଣ।

ତୁଳା: କୌଣସି ଖବର ପାଇ ମନ ବିଚଳିତ ହୋଇପାରେ। ଅର୍ଥ ନେଣେଦେଣେ ବ୍ୟାପାରରେ ସାବଧାନୀ ରହନ୍ତୁ। ଭାଗୀଦାରି କାରବାରରେ ଆଜି ପାଇଁ ଅର୍ଥ ନିବେଶ କରନ୍ତୁ ନାହିଁ। ବାହନ ସାବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଯାଈ।

 

ବିଛା: ବ୍ୟବସାୟ ଓ ଚାକିରିରେ ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ। ଆପଣଙ୍କର ପଦ ପ୍ରତିଷ୍ଠା ବଢ଼ିପାରେ। କଳାକାରଙ୍କ ଲାଗି ଦିନଟି ଅନୁକୂଳ। ଆପଣଙ୍କ ପ୍ରତିଭାର ଲୋକଙ୍କୁ ପ୍ରେରଣା ମିଳିବ। ଘରେ ଶାନ୍ତି ଓ ସୁଖଦ ବାତାବରଣ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଶାରଳା।

ଧନୁ: ମାନସିକ ଓ ଶରୀରିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ। କାର୍ଯ୍ୟାଳୟରେ ଅନ୍ୟମାନଙ୍କ ସହିତ ତାଳମେଳ ବଢ଼ିଆ ରହିବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷଙ୍କୁ ଶୁଭ ଖବର ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

ମକର: ଯଥେଷ୍ଟ ରୋମାଣ୍ଟିକ ମନୋଭାବରେ ରହିବେ। ଅଭିନୟ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ବୈଦଶିକ ବେପାର ସମ୍ବନ୍ଧିତ ଭଲ ଖବର ପାଇବେ। ବିଦ୍ୟାର୍ଥୀଙ୍କୁ ଆଜି ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଶୁଭରଙ୍ଗ: ଲାଲ। ଆରାଧନା: ଶ୍ରୀଗଣେଶ।

କୁମ୍ଭ: ଦିନଟି ଆପଣଙ୍କ ଅନୁକୂଳ ରହିବ। ସିନଅରଙ୍କ ସହଯୋଗରେ ଆପଣଙ୍କର କୌଣସି ଆଶା ପୂରା ହେବ। ଆପଣଙ୍କ ପ୍ରତିଷ୍ଠା ବଢ଼ିବ ଓ ଉପହାର ମିଳିପାରେ। ଭୂସ˚ପତ୍ତି କିଣିବା ଲାଗି ଦିନଟି ଭଲ। ସ୍ବାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ସନ୍ତୋଷୀମାତା।

ମୀନ: ନୂଆ କାର୍ଯ୍ୟକୁ ନେଇ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ବନ୍ଧୁଙ୍କ ଠାରୁ ସାହାଯ୍ୟ ମିଳିବ। ଓକିଲଙ୍କ ପାଇଁ ଦିନଟି ଲାଭଦାୟକ ରହିବ। ସମସ୍ୟା ସମାଧାନ ସହଜରେ ହେବ। ସମାଜରେ ପ୍ରତିଷ୍ଠା ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ସାଇରାମ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More