Only for Entertainment

ଜାଣନ୍ତୁ ଆଜିର ରାଶିଫଳ।

37

ମେଷ: ଆପଣଙ୍କ ମନ ଆଧୢାତ୍ମିକ ଦିଗରେ ଅଧିକ ଲାଗି ରହିବ। ଅଫିସରେ କାହାରି ସହିତ ତର୍କ ହେବାର ସମ୍ଭାବନା। ଓକିଲଙ୍କ ଲାଗି ଦିନଟି ଭଲ ରହିବ। ବାହାର କାମରେ ଗଲାବେଳ ସାବଧାନତାର ସହ ବାହନ ଚଳାନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ବୃଷ: ଭାବିଥିବା ଯୋଜନା ବଢ଼ିଆ ପ୍ରମାଣିତ ହେବ। ବହୁତ ନୂଆ ରୁଚି ଅନୁଭବ କରିପାରନ୍ତି। ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ମିଳିବ। ପଡ଼ାପଡେ଼ାଶୀ ଆପଣଙ୍କ ବ୍ୟବହାରରେ ଖୁସି ହେବେ। ବିବାହିତ ଲୋକ ବାହାରକୁ ବୁଲି ଯିବେ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ଶ୍ରୀକୃଷ୍ଣ।

ମିଥୁନ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। କୌଣସି ସ୍ବାଧୀନ ସ˚ସ୍ଥାରେ ଆପଣଙ୍କୁ ଚାକିରି ମିଳିପାରେ। ପୁସ୍ତକ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ଆର୍ଥିକ ପକ୍ଷ ମଜଭୁତ ହେବାରୁ ପରିବାରରେ ଅଶାନ୍ତି କମ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ବରୀ।

କର୍କଟ: ଆପଣଙ୍କର କୌତୁକିଆ ସ୍ବଭାବ ସମସ୍ତଙ୍କୁ ଭଲ ଲାଗିବ। ଚାକିରି ଲାଗି କରି ଆସୁଥିବା ପ୍ରୟାସରେ ସଫଳତା ମିଳିବ। ବେପାରି ଲୋକ ଅନ୍ୟମାନଙ୍କୁ ନିଜ ରାୟରେ ସହମତ କରାଇନେବେ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଭଲ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ ତାରିଣୀ।

ସି˚ହ: କାମରେ ସକାରାତ୍ମକ ଫଳ ମିଳିବ। ସମାଜରେ ମାନ ସମ୍ମାନ ପାଇବେ। କୌଣସି ନୂଆ ବ୍ୟକ୍ତିଙ୍କୁ ବନ୍ଧୁ ଭାବେ ଗ୍ରହଣ କରିବେ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ। ଆର୍ଟସ ଛାତ୍ରଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଦୁର୍ଗା।

କନ୍ୟା: ପରିବାର ଲୋକଙ୍କ ସହିତ ଆନନ୍ଦର ମୁହୂର୍ତ୍ତ ବିତେଇବେ। ସବୁ କାମ ଆପଣଙ୍କ ମନ ମୁତାବକ ହେବ। ଅଚାନକ ଆପଣଙ୍କୁ ଫାଇଦା ହୋଇପାରେ। ଲେଖକଙ୍କୁ ଆଜି ପୁରସ୍କାର ମିଳିପାରେ। ପାରବାରିକ ଜୀବନ ସୁଖମୟ ହେବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ତାରିଣୀ।

ତୁଳା: ଆପଣଙ୍କ ମନ ଆଧୢାତ୍ମିକ ଦିଗରେ ଅଧିକ ଲାଗି ରହିବ। ନିଃସ୍ବାର୍ଥ ସମାଜ ସେବାରୁ ପ୍ରତିଷ୍ଠା ପାଇବେ। ବ୍ୟବସାୟରେ ନୂଆ ଲୋକଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ଅଚାନକ ଧନଲାଭ ହେବ। ଜୀବନସାଥୀ ଆପଣଙ୍କ ଉପରେ ଖୁସି ରହିବେ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ଶ୍ରୀକୃଷ୍ଣ।

ବିଛା: ଆଜି ଆପଣଙ୍କର କୌଣସି ଜରୁରୀ କାମ ପୂରା ହୋଇପାରେ। କୌଣସି ବ୍ୟକ୍ତିଙ୍କ ସହିତ ମନର ମେଳ ହେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସମାଜ ସେବାରେ ସମୟ ଦେବେ। ପ୍ରତଯୋଗୀ ଛାତ୍ରଙ୍କ ଲାଗି ସଫଳତାର ଦିନଟିଏ। ଶୁଭରଙ୍ଗ: ଲାଲ। ଆରାଧନା: ଶ୍ରୀଗଣେଶ।

ଧନୁ: ଛୋଟ ଛୋଟ କଥାରେ ଧୢାନ ଦିଅନ୍ତୁ। କାମ ଧନ୍ଦାରେ ସଫଳତା ମିଳିବ। ଗଣମାଧୢମ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ବଢ଼ିଆ ରହିବ। ଅବିବାହିତ ଲୋକଙ୍କୁ ବିବାହ ପ୍ରସ୍ତାବ ମିଳିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଗାୟତ୍ରୀ।

ମକର: ଆପଣଙ୍କ ଭାବନା ରଚନାତ୍ମକ ରହିବ। କାର୍ଯ୍ୟାଳୟରେ ଆପଣଙ୍କ କାମକୁ ପ୍ରଶ˚ସା ମିଳିବ। ଆର୍ଥିକ ପକ୍ଷ ମଜଭୁତ ହେବ। ବନ୍ଧୁଙ୍କ ସହିତ ସମ୍ବନ୍ଧ ସୁଧାର ହେବ। ଆପଣଙ୍କୁ ସନ୍ତାନ ସମ୍ବନ୍ଧୀୟ କୌଣସି ଶୁଭ ଖବର ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ନାରାୟଣୀ।

କୁମ୍ଭ: ଆଜି ଆପଣଙ୍କର ବଡ଼ରୁ ବଡ଼ କାମ ହୋଇଯିବ। ସମାଜରେ ଆପଣଙ୍କ ମାନ ସମ୍ମାନ ବଢ଼ିବ। ପରିବାରର ସମସ୍ତଙ୍କ ସହିତ ସମ୍ବନ୍ଧ ବଢ଼ିଆ ହେବ। କବି ଲୋକ କୌଣସି ନୂଆ କବିତା ରଚନା କରିବେ। ବ୍ୟବସାୟୀଙ୍କୁ ମନ ମୁତାବକ ଲାଭ ମିଳିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

ମୀନ: କୌଣସି ନୂଆ ପରିଯୋଜନା ଲାଗି ଆପଣଙ୍କ ମନରେ କଳ୍ପନା ଆସିବ। ଆଗକୁ ବଢ଼ିବା ଲାଗି ଭାଗ୍ୟ ସାଥ ଦେବ। କୌଣସି ବଡ଼ ଅଧିକାରୀଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଉନ୍ନତି ହେବ। ଆଇନ ଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଶାରଳା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More