Only for Entertainment

ଅନୁଷ୍କାଙ୍କୁ ଡେଟ କରୁଥିବା ପ୍ରଶ୍ନକୁ ନେଇ ଉତ୍ତର ଦେଲେ ପ୍ରଭାସ ।

otv
31

କଫି ୱିଦ କରନର ଅପକମିଂ ଏପିସୋଡରେ ବାହୁବଳୀ ଟିମ ନଜର ଆସିବେ । କରଣ ଜୋହରଙ୍କ ଶୋ’ରେ ପ୍ରଭାସ,ରାଣା ଦଗୁବତୀ ଏବଂ ରାଜ ମୌଲି ନଜର ଆସିବେ । ଷ୍ଟାର ୱାର୍ଲଡରେ ଶୋ’ର ପ୍ରମୋ ଜାରି କରାଯାଇଛି । ଏଥିରେ ପ୍ରଭାସ ନିଜ ଜୀବନ ସହିତ ଜଡ଼ିତ କିଛି କଥା କହୁଥିବାର ନଜର ଆସିବେ ।

ପ୍ରଭାସଙ୍କୁ ଅନୁଷ୍କା ସେଟ୍ଟୀଙ୍କ ସହିତ ଥିବା ସଂପର୍କକୁ ନେଇ ମଧ୍ୟ ପ୍ରଶ୍ନ କରାଗଲା ଏବଂ ସେ ଏହାର ଉତ୍ତର ମଧ୍ୟ ଦେଇଛନ୍ତି । ଯେତେବେଳେ ପ୍ରଭାସ ଏବଂ ରାଣରଙ୍କୁ କରଣ ପଚାରିଲେଯେ ଆପଣ ସିଙ୍ଗଲ ଅଛନ୍ତି,ଦୁଇ ଜଣଙ୍କ ଉତ୍ତର ଆସିଲା ହଁ । ଯେତେବେ ପରେ କରଣ ପ୍ରଶ୍ନ କଲେ ଆପଣ କାଉଚ ଉପରେ ମିଛ କହିଛନ୍ତି,ଉତ୍ତରରେ ପ୍ରଭାସ କହିଲେ ହଁ ।

ପ୍ରଭାସଙ୍କ ଗୋଳମାଳ ଉତ୍ତର ପ୍ୟାନ୍ସଙ୍କୁ ଦ୍ୱନ୍ଦରେ ପକାଇ ଦେଇଛି । ବାହୁବଳୀ ପରେ ଅନୁଷ୍କା ଏବଂ ପ୍ରଭାସ ଚର୍ଚ୍ଚାରେ ଅଛନ୍ତି । ଦୁଇ ଜଣଙ୍କ ଡେଟିଂ ଖବର ମଧ୍ୟ ସାମ୍ନାକୁ ଆସିଛି । ତଥାପି ଦୁଇଜଣ ନିଜ ସଂପର୍କକୁ କେବଳ ବନ୍ଧୁତା ବୋଲି ଆଖ୍ୟା ଦେଉଛନ୍ତି । ତେବେ ଯେତେବେଳେ କାହାକୁ ଡେଟ କରୁଛନ୍ତି କି ପ୍ରଭାସ ପ୍ରଶ୍ନ କଲେ କରଣ,ପ୍ରଭାସ କହିଲେ ନା । ତେବେ ଅନୁଷ୍କାଙ୍କୁ ଡେଟ କରୁଛନ୍ତି କି ପ୍ର୍ଶ୍ନରେ ମଧ୍ୟ କହିଲେ ନା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More