Only for Entertainment

ଜାଣନ୍ତୁ ବାସ୍ତୁ ଦୋଷ ହେବାର କାରଣ, ଘରେ ଏଭଳି ହୋଇଥିଲେ ଉପୁଜେ ବାସ୍ତୁ ଦୋଷ !

25

ଅଧିକାଂଶ ଘରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ଝଗଡ଼ା ଲାଗି ରହିଥାଏ। ଘରେ ସବୁ ଥାଇ ମଧ୍ୟ ସମସ୍ୟା ପିଛା ଛାଡ଼ି ନଥାଏ। ଆପଣ ବି  ଏପରି ପରିସ୍ଥିତିର ସାମ୍ନା କରୁଛନ୍ତି କି? ଏହା ବାସ୍ତୁ ଦୋଷ ହୋଇପାରେ। ଆସନ୍ତୁ ଜାଣିବା ଏହି ସମସ୍ୟାର ସମାଧାନ ପାଇଁ କିଛି ଟିପ୍ସ।

୧- ଘରେ ଥିବା ଠାକୁରଙ୍କୁ ଫୁଲ ଚଢେଇବା ଶୁଭ ହୋଇଥାଏ। ଧ୍ୟାନ ରଖିବେ ଭୁଲରେ ମଧ୍ୟ ଠାକୁରଙ୍କୁ ବାସି ଫୁଲ ଚଢାଇବେ ନାହିଁ। ଏହା ଅଶୁଭ ଫଳ ପ୍ରଦାନ କରେ ବୋଲି କୁହାଯାଏ।

୨- ଘରର କାନ୍ଥ ଫଟା ହେବା ଅଶୁଭ ଲକ୍ଷଣ। ଘରେ ପାଣି ନଳରୁ ପାଣି ଅନବରତ ବୋହୁଥିଲେ ଧନହାନି ହୋଇଥାଏ।

୩- ଘରେ କେବେ ବି ଭଙ୍ଗ। ଦର୍ପଣ, ଭଙ୍ଗା କାଚ ଓ ଭାଙ୍ଗି ଯାଇଥିବା ଘଣ୍ଟାକୁ ରଖନ୍ତୁ ନାହିଁ। ଏହା ଘର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଏହା ସହ ଆର୍ଥିକ ସମସ୍ୟା ମଧ୍ୟ ଲାଗି ରହେ।

୪- ଝାଡ଼ୁକୁ ରୋଷେଇ ଘର ଅବା ଡ୍ରଇଁ ରୁମ୍‌ରେ ରଖନ୍ତୁ ନାହିଁ। ଏହା ଘରେ ଅଶାନ୍ତି ସୃଷ୍ଟି କରେ। ତେଣୁ ଝାଡ଼ୁ କୌଣସି ଏକ ସ୍ଥାନରେ ତଳେ ଶୁଆଇ ଲୁଚାଇ ରଖନ୍ତୁ।

୫- ବାସ୍ତୁଶାସ୍ତ୍ର ଅନୁସାରେ ଘରେ ବିରୁଡ଼ି ବସା କିମ୍ୱା ବୁଢ଼ିଆଣୀ ଜାଲ ରହିବା ଅଶୁଭ ହୋଇଥାଏ। ଏହା ଘରେ ଧନାଗମନକୁ ରୋକିଥାଏ। ଏହା ସହ ଦୁର୍ଘଟଣା ମଧ୍ୟ ଘଟିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More