Only for Entertainment

ବଢିଲା ରଣବୀର କପୁରଙ୍କ ମାର୍କେଟ ଭାଲ୍ୟୁ, ଏବେ ଅମୀର ମଧ୍ୟ ନେଲେ ଏହି ନିଷ୍ପତ୍ତି ।

Highlights India
0 71

ଗତ କିଛି ଦିନ ପୂର୍ବରୁ ଖବର ଆସିଥିଲାଯେ ଟି ସିରିଜ ପ୍ରଡକ୍ସନରେ ନିର୍ମାଣ ହେଉଥିବା ଫିଲ୍ମ ‘ଗୁଗଲ’କୁ ନେଇ ଅମୀର ଖାନ ଖୁବ ଆଗ୍ରହ ପ୍ରକାଶ କରିଛନ୍ତି । କେବଳ ସେତିକି ନୁହେଁ ଏବେ ଏହି ଫିଲ୍ମ ଅମୀର ଖାନ ଏବଂ ଟି ସିରିଜ ପ୍ରଡକ୍ସନର ମିଳିତ ସମନ୍ୱୟରେ ନିର୍ମାଣ ହେବ । ଏହି ଫିଲ୍ମ ଗୁଲସନ କୁମାରଙ୍କ ଜୀବନ ଉପରେ ଆଧାରିତ ହେବ ।

ପ୍ରଥମେ ଏହି ଚରିତ୍ର ପାଇଁ ଅକ୍ଷୟ କୁମାରଙ୍କୁ ଚୟନ କରାଯାଇଥିଲା । ସେ ସୁଟିଂ ମଧ୍ୟ ଆରମ୍ଭ କରି ଦେଇଥିଲେ । କିନ୍ତୁ ପରେ ସ୍କ୍ରିପ୍ଟରେ ମତଭେଦ ହେବାରୁ ସେ ଏହି ଫିଲ୍ମ ଛାଡ଼ିଦେଲେ । ଏହି କଥା ନିଜେ ଅକ୍ଷୟ କୁମାର କହିଛନ୍ତି ।

ଏବେ ଯେତେବେଳେ ଅମୀର ଖାନ ଫିଲ୍ମର ପ୍ରଡ୍ୟୁସର ହୋଇ ଯାଇଛନ୍ତି ସେ ରଣବୀର କପୁରଙ୍କୁ ନେବା ପାଇଁ ମନ ବଳାଇଛନ୍ତି । ପ୍ରଥମେ ଖବର ଆସିଥିଲାଯେ ଅମୀର ଖାନ ନିଜେ ଏହି ରୋଲ କରିବେ କିନ୍ତୁ ଟିସିରିଜ ମାଲିକ ଭୂଷଣ କୁମାର ପରିଷ୍କାର ଭାବରେ କହିଛନ୍ତିଯେ ସେ ଏହି ଫିଲ୍ମରେ କୌଣସି ୟଙ୍ଗ ଆକ୍ଟରଙ୍କୁ ନେବେ ।

ଡିଏନଏର ରିପୋର୍ଟ ଅନୁସାରେ ଫିଲ୍ମରେ ଲିଡ ରୋଲରେ ଅମୀର ଖାନ ଏବଂ ଭୂଷଣ କୁମାରଙ୍କର ପ୍ରଥମ ପସନ୍ଦ ହେଉଛନ୍ତି ରଣବୀର କପୁର । ପ୍ରଥମ କଥା ହେଉଛି ସେ ଜଣେ ଭଲ ଆକ୍ଟର ଏବଂ ଦ୍ୱିତୀୟ କଥା ହେଉଛି ଏବେ ତାଙ୍କର ମାର୍କେଟ ଭାଲ୍ୟୁ ବଢିଯାଇଛି । ତେଣୁ ମେକର୍ସ ଚାହୁଁଛନ୍ତିଯେ ଫିଲ୍ମରେ ଗୁଲସନଙ୍କ ଚରିତ୍ରରେ ରଣବୀର କପୁର ଅଭିନୟ କରନ୍ତୁ । କିନ୍ତୁ ରଣବୀରଙ୍କୁ ନେଇ କୌଣସି ଆଧିକାରୀକ ଘୋଷଣା ହୋଇନାହିଁ । ନିର୍ମାତା ଖୁବଶୀଘ୍ର ଆକ୍ଟର ଫାଇନାଲ କରି ସୁଟିଂ ଆରମ୍ଭ କରିବାକୁ ଚାହୁଁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More