Only for Entertainment

୭୫ ବର୍ଷରେ କମାଲ ଦେଖାଇଲେ ଜେଜେମା, ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟଚକିତ ।

punjabkesari
0 30

କୁହାଯାଏ ଯେତେବେଳେ ବ୍ୟକ୍ତି ଆତ୍ମବିଶ୍ୱାସ ଏବଂ ସାହସର ସହିତ କିଛି କାମ କରେ ସଫଳତା ତା ପାଦ ଛୁଏଁ । ତେଣୁ ସେଥିପାଇଁ ବୟସ କିଛି ବାଧା ସୃଷ୍ଟି କରିପାରେ ନାହିଁ । ଏହିଭଳି ଏକ ଉଦାହରଣ ସାଜିଛନ୍ତି ୭୫ ବର୍ଷର ଜେଜେମା ।
ଦର୍ଶନା ଦେବୀ ନାମକ ଜଣେ ଜେଜେମା ଏସିଆ ପେସିଫିକ ମାଷ୍ଟର ଗେମରେ ଏକ ଗୋଲ୍ଡ,ଏକ ରୌପ୍ୟ ଏବଂ ୩ଟି କାଂସ୍ୟ ପଦକ ଜିତି ପ୍ରମାଣିତ କରି ଦେଇଛନ୍ତିଯେ ଖେଳିବାର କୌଣସି ବୟସ ନାହିଁ । ଜିତିବା ପରେ ତାଙ୍କ ଚେହେରାରେ ଛୋଟ ପିଲାଙ୍କ ଭଳି ହସ ଦେଖିବାକୁ ମିଳିଲା । ଏବେ ତାଙ୍କ ନଜର ୨୦୨୧ରେ ହେବାକୁ ଥିବା ୱାର୍ଲଡ ମାଷ୍ଟର ଗେମ୍ସ ଉପରେ ।

ଦର୍ଶନା କହିଛନ୍ତିଯେ ଇଂଟରନେସନାଲ ସ୍ତରରେ ୭୫ ବର୍ଷ ବୟସ ମହିଳା ବର୍ଗରେ ୬ ଜଣ ଖେଳାଳୀଙ୍କୁ ହରାଇ ସେ ପଦକ ଜିତିଛନ୍ତି । ସେ କହିଛନ୍ତିଯେ ସ୍ୱାସ୍ଥ୍ୟ ଯଦି ସାଥ ଦିଏ ତେବେ ସେ ନିହାତି ଭାବରେ ପଦକ ଜିତିବେ । ତେବେ ଦର୍ଶନା ଏହା ମଧ୍ୟ କହିଛନ୍ତିଯେ ସବୁକିଛ ଠିକ ହେଲା କିନ୍ତୁ ଖାଦ୍ୟ ଖୁବ ମହଙ୍ଗ ଥିଲା । କାରଣ ସେ ହୋଟେଲରେ ରହୁଥିଲେ । ଜଳଖିଆ ତ ଚଳିବ କିନ୍ତୁ ଲଂଚ ଏବଂ ଡିନରର ମୂଲ୍ୟ ତାଙ୍କୁ ଖୁବ ମହଙ୍ଗା ଲାଗିଲା । ସେଠାରେ ତାଙ୍କର ୭୬ ହଜାର ଟଙ୍କା ଖର୍ଚ୍ଚ ହେଲା । ଦିନେ ସେ ଦୁଇଟି ସେଓ କିଣିଲେ,ଯାହାର ମୂଲ୍ୟ ଥିଲା ୧୧୮ ଟଙ୍କା । ତେବେ ଯଦି ସରକାର ଏଥିପ୍ରତି ଧ୍ୟାନ ଦିଅନ୍ତି ସେ ଖୁବ ଖୁସି ହେବେ ବୋଲି ପ୍ରକାଶ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More