Only for Entertainment

ରାବଣଙ୍କ ମୃତ୍ୟୁ ପରେ ମନ୍ଦୋଦରୀଙ୍କର କ’ଣ ହେଲା?ଆପଣ ଜାଣିଛନ୍ତି କି?

punjab kesari
0 45

ରାମାୟଣ କଥା ଶୁଣିବା ମାତ୍ରେ ପ୍ରତ୍ୟେକଙ୍କ ମନରେ ରାମଙ୍କ ପ୍ରତିଛବି ନଜର ଆସିଥାଏ । ଏହା ସହିତ ରାମାୟଣର ପ୍ରତ୍ୟେକ ମୁଖ୍ୟ ଚରିତ୍ରଙ୍କ ଚେହେରା ମଧ୍ୟ ସାମ୍ନାକୁ ଆସିଥାଏ । କିନ୍ତୁ ଏଭଳି କିଛି ଚରିତ୍ର ଅଛନ୍ତି ଯାହାଙ୍କ ବିଷୟରେ ଆମେ କେବେ ମଧ୍ୟ ଜାଣିବାକୁ ଚେଷ୍ଟା କରିନାହୁଁ ବା ଇଛା ମଧ୍ୟ କରିନାହୁଁ । ଏବେ ଆପଣ ଭାବୁଥିବେ କିଏ ସେ ପାତ୍ର । ତେବେ ଆମେ କହୁଛୁ ରାବଣଙ୍କ ପତ୍ନୀ ମନ୍ଦୋଦରୀଙ୍କ ବିଷୟରେ ।

ସମସ୍ତେ ଜାଣନ୍ତିଯେ ରାବଣକୁ ମାରିବା ପରେ ରାମ ପତ୍ନୀ ସୀତା,ଭାଇ ଲକ୍ଷ୍ମଣ ଓ ଭକ୍ତ ହନୁମାନଙ୍କ ସହିତ ଅଯୋଧ୍ୟା ଫେରି ଯାଇଥିଲେ । ତେବେ ଫେରିବା ପୂର୍ବରୁ ସେ ମନ୍ଦୋଦରୀଙ୍କୁ ଏଭଳି କିଛି କହିଥିଲେଯେ ମନ୍ଦୋଦରୀ ଲଙ୍କାର ଚାରି କାନ୍ଥ ମଧ୍ୟରେ ନିଜକୁ ବନ୍ଦ କରି ଦେଇଥିଲେ ।

ପୌରାଣିକ କଥା ଅନୁସାରେ ମଧୁରା ନାମକ ଏକ ଅପସରା ମା ପାର୍ବତୀଙ୍କୁ ସାକ୍ଷାତ କରିବା ପାଇଁ କୈଳାଶ ଯାଇଥିଲେ । କିନ୍ତୁ ସେଠାରେ ପହଂଚିବା ପରେ ସେ ମାଙ୍କ ପରିବର୍ତ୍ତେ ଭଗବାନ ଶିବଙ୍କୁ ପାଉଁଶ ବୋଳା ସହିତ ଦେଖିଲେ । ତାଙ୍କୁ ଦେଖିବା ପରେ ଅପସରା ଭଗବାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାକୁ ନୃତ୍ୟ କଲେ । ଏହି ସମୟରେ ମା ପହଂଚିଲେ ଏବଂ ତାଙ୍କୁ ଦେଖି କ୍ରୋଧ କରିବାକୁ ଲାଗିଲେ । ରାଗି ଯାଇ ମା ଅପସରାକୁ ବେଙ୍ଗ ହୋଇଯିବା ପାଇଁ ଅଭିଶାପ ଦେଲେ । ଏହା ସହିତ କହିଲେ ତୁମେ ଏହି ସ୍ଥାନରେ କୂଅରେ ୧୨ ବର୍ଷ ପାଇଁ ରହିବ । ଏହା ଦେଖି ଶିବ ମାଙ୍କୁ କହିଲେ ଅଭିଶାପ ମୁକ୍ତ କରିଦେବା ପାଇଁ । ଏହାପରେ ମା ରାଜି ହୋଇ ଅଭିଶାପର ସମୟକୁ କମ କରିଦେଲେ । ମନ୍ଦୋଦରୀ କିଛି ବର୍ଷ ପର୍ଯ୍ୟନ୍ତ ସେଠାରେ ପୂଜା କଲେ ।

ଅନ୍ୟ ପକ୍ଷରେ ଅସୁରଙ୍କ ଦେବତା ମୟାସୁର ଓ ପତ୍ନୀ ହେମାଙ୍କର ଦୁଇ ପୂତ୍ର ଥିଲେ । ସେମାନେ ଏକ କନ୍ୟା ସନ୍ତାନ ଚାହୁଁଥିଲେ । ଝିଅ ପାଇଁ ଦୁଇ ଜଣ କେତେ ବର୍ଷ କଠିନ ତପସ୍ୟା କଲେ । କିଛି ବର୍ଷ ପରେ ମଧୁରା ଅସଲି ରୂପକୁ ଆସିଗଲେ ଓ ସାହାଯ୍ୟ ପାଇଁ ଚିତ୍କାର କରିବାକୁ ଲାଗିଲେ । ଶବ୍ଦ ଶୁଣି ମୟାସୁର ଆସି ଅପସରାଙ୍କୁ ରକ୍ଷା କଲେ ଏବଂ ତାଙ୍କ ନାମ ମନ୍ଦୋଦରୀ ଦେଲେ ।

କିଛି ବର୍ଷ ପରେ ମୟାସୁରକୁ ଦେଖା କରିବା ପାଇଁ ରାବଣ ଗଲା । ମନ୍ଦୋଦରୀଙ୍କୁ ଦେଖି ସେ ମୁଗ୍ଧ ହେଲା ଓ ବିବାହ କରିବାକୁ କହିଲା । ମୟାସୁର ମନା କରିବାକୁ ରାବଣ ଜବରଦସ୍ତ ବିବାହ କଲା । ବିବାହ ପରେ ତାଙ୍କର ତିନି ପୂତ୍ର ହେଲେ । ମନ୍ଦୋଦରୀ ଜାଣିଥିଲେଯେ ରାବଣ ଖୁବ ଅହଂକାରୀ ଓ ସେ ଯେଉଁ ରାସ୍ତାରେ ଯାଉଛି ତାଙ୍କର ବିନାଶ ସୁନିଶ୍ଚିତ । ସେ ମା ସୀତାଙ୍କୁ ଛାଡ଼ିଦେବା ପାଇଁ ମଧ୍ୟ ରାବଣକୁ କହିଥିଲେ । କିନ୍ତୁ ରାବଣ ମନା କରିଦେଲା । ଏହାପରେ ରାବଣ ଓ ରାମଙ୍କ ମଧ୍ୟରେ ଯୁଦ୍ଧ ହେଲା ଓ ରାବଣର ବିନାଶ ହେଲା । ମନ୍ଦୋଦରୀ ଶେଷରେ ଯୁଦ୍ଧ ସ୍ଥାନକୁ ଗଲେ ଓ ସବୁ ଦେଖି ଅତ୍ୟନ୍ତ ଦୁଃଖି ହେଲେ । ଲଙ୍କାର ରାଜପାଟ ରାମ ବିଭୀଷଣକୁ ଦେଇଦେଲେ । ଅଦ୍ଭୁତ ରାମାୟଣ ଅନୁସାରେ ରାମ ମନ୍ଦୋଦରୀଙ୍କୁ କହିଲେଯେ ବିଭୀଷଣଙ୍କୁ ବିବାହ କରିନେବା ପାଇଁ । କାରଣ ଏବେ ମଧ୍ୟ ସେ ଲଙ୍କାର ମହାରାଣୀ । ଏହାପର ରାମ ଫେରିଗଲେ । କିନ୍ତୁ କୁହାଯାଏଯେ ତାହା ପରଠାରୁ ମନ୍ଦୋଦରୀ ନିଜକୁ ମହଲ ମଧ୍ୟରେ ବନ୍ଦ କରିଦେଲେ । କିଛି ଦିନ ପରେ ସେ ବାହାରକୁ ବାହାରି ବିବାହ ପାଇଁ ରାଜି ହେଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More