Only for Entertainment

ସାବଧାନ ଇଣ୍ଡିଆ ସେଟରେ ଜିମି ସେରଗିଲ କଲେ ଏଭଳି କାମ,ଡାଇରେକ୍ଟର କହିଲେ ଗେଟ ଆଉଟ ।

unp.me
0 61

ଟିଭିର ପପୁଲାର ଶୋ ସାବଧାନ ଇଣ୍ଡିଆ ନୂଆ ସିଜନ ଭାବରେ ପୁଣିଥରେ ପରଦାକୁ ଫେରୁଛି । ଦର୍ଶକ ଏହି ଶୋକୁ ଖୁବ ପସନ୍ଦ କରନ୍ତି । ଏହି ଶୋକୁ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ଆକ୍ଟର ହୋଷ୍ଟ କରନ୍ତି । ଖବର ଅନୁସାରେ ଏହି ଶୋକୁ ହୋଷ୍ଟ କରିବା ପାଇଁ ଡାଇରେକ୍ଟର ଜିମି ସେରଗିଲଙ୍କୁ କାଷ୍ଟ କଲେ । ଏହା ପୂର୍ବରୁ ଶୋକୁ ସୁଶାନ୍ତ ସିଂ ହୋଷ୍ଟ କରୁଥିଲେ । ତେବେ ଜିମି କିଛିଟି ଶୋକୁ ହୋଷ୍ଟ କଲେ ଏବଂ ପରେ ତାଙ୍କୁ ବାହାର କରି ଦିଆଗଲା । ରିପୋର୍ଟ ଅନୁସାରେ ଜିମି ଆରମ୍ଭରୁ ସୁଟିଂ କରି ସାରିଥିଲେ କିନ୍ତୁ ପରେ ମେକର୍ସଙ୍କୁ ଅନୁଭବ ହେଲାଯେ ଜିମିଙ୍କ ସହିତ କାମ କରିବା ସହଜ ନୁହେଁ ।

ଜିମି ସେଟରେ ଷ୍ଟାର ବୋଲି ଆଟିଟ୍ୟୁଡ ଦେଖାଉଥିଲେ । ଯାହା ପ୍ରଡକ୍ସନ ହାଉସ ସହଜରେ ଗ୍ରହଣ କରିପାରିଲେ ନାହିଁ । ଜିମି ଯୁକ୍ତି କରୁଥିଲେଯେ ଟିଭିରେ ସମୟ ଏବଂ ଶକ୍ତି ଉଭୟ ଅଧିକ ଆବଶ୍ୟକ ହୋଇଥାଏ । କିଛଇ ଏପିସୋଡ ପରେ ଜିମି ଫିସ ବଢାଇବାକୁ ଦାବି କଲେ । ତେବେ ଏହି କଥାରେ ନିର୍ମାତା ନାରାଜ ହୋଇଗଲେ । ଏହାପରେ ସେ ପୁଣଇଥରେ ପୁରୁଣା ହୋଷ୍ଟ ସୁଶାନ୍ତଙ୍କୁ ରିପ୍ଲେସ କଲେ । ସୁଶାନ୍ତ ନିଜେ ଏହି କଥା କହିଲେ । ସେ କହିଲେ ଏହି ଶୋ ତାଙ୍କୁ ହୃଦୟ ସହିତ ଖୁବ ଜଡ଼ିତ । ସେ ଏହି ଶୋକୁ ୬ ବର୍ଷ ଧରି କରିଛନ୍ତି । ତେବେ ପୁଣିଥରେ ଏହି ସୁଯୋଗ ମିଳିଥିବାରୁ ସେ ଖୁବ ଖୁସି ଥିବା କଥା କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More