Only for Entertainment

ଜାଣନ୍ତୁ କେଉଁ ଦେବତାଙ୍କୁ କେଉଁ ଭୋଗ ଲଗାଇଲେ କାର୍ଯ୍ୟସିଦ୍ଧି ହେବ ।

PunjabiGraphics.com
47

ଜୀବନରେ ସୁଖ ଶାନ୍ତି  ଉନ୍ନତି ପାଇଁ ଲୋକମାନେ ଦେବ ଦେବୀଙ୍କୁ ପୂଜା କରିଥାଆନ୍ତି । ହିନ୍ଦୁ ଶାସ୍ତ୍ରରେ  ଅନୁସାରେ  ଦେବାଦେବୀଙ୍କ ଅନୁସାରେ ମନ୍ତ୍ର ରହିଛି  । ସେହିପରି ଦେବ ଦେବୀଙ୍କ ପାଇଁ ସ୍ୱତନ୍ତ୍ର  ପୂଜା ପଦ୍ଧତି  ରହିଛି ।   ଦେବ ଦେବୀଙ୍କ ଅନୁସାରେ ବିଭିନ୍ନ ପ୍ରକାରର ଭୋଗ ରହିଛି । ଦେବା ଦେବୀଙ୍କ ନିକଟରେ ତାଙ୍କ ପସନ୍ଦ ଅନୁସାରେ ଭୋଗ ଲଗାଇଲ ଅଧିକ ସୁଫଳ ମିଳିଥାଏ  ବୋଲି ବିଶ୍ୱାସ ରହିଛି । ଭୋଜନ କରିବା ପୂର୍ବରୁ କିଛି ଖାଦ୍ୟ ଭଗବାନଙ୍କ ଉଦେଶ୍ୟରେ ଅର୍ପଣ କରନ୍ତୁ । ଜୀବନରେ ଆସୁଥିବା ସମସ୍ତ ବାଧା ବିଘ୍ନ ଟଳିଯିବ ।

ଗଣେଶଙ୍କ ନିକଟରେ ଲଡୁ କିମ୍ବା ମୋଦକ ପ୍ରସାଦ ଭୋଗ ଲଗାନ୍ତୁ   , ଜୀବନର ସୁଖ ଶାନ୍ତି ବୃଦ୍ଧି ପାଇବ ।

କୌଣସି ଦେବୀ କି ଦେବତା ହୁଅନ୍ତୁ ପଞ୍ଚାମୃତ ଲାଗି କଲେ ଅନେକ ସୁଫଳ ମିଳିଥାଏ ।

ଦେବୀଙ୍କୁ ପୂଜା କରିବା ସମୟରେ  ଗୁଡ, ମିଶ୍ରି, ମହୁ କିମ୍ବା କ୍ଷୀର ଭୋଗ ଲଗାଇ ପାରିବେ ।

ଲକ୍ଷ୍ମୀଙ୍କ ନିକଟରେ ଖିରି, ନଡିଆ ଭୋଗ ଲଗାଇଲେ  ଧନ ବୃଦ୍ଧି ହୋଇଥାଏ ।

ସରସ୍ୱତୀଙ୍କ ନିକଟରେ ଖେଚୁଡି ଭୋଗ ଲଗାଇଲେ   ସେ ପ୍ରସନ୍ନ ହୋଇଥାଆନ୍ତି ।

ଶିବ ଲିଙ୍ଗରେ କ୍ଷୀର ଲାଗି କଲେ ସେ ପ୍ରସନ୍ନ ହୋଇ ଥାଆନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More