Only for Entertainment

ଦାନ୍ତ ପାଇଁ ହାନିକାରକ କଫି !

blushbeautysalons
0 30

ଦାନ୍ତ ସାଧାରଣତଃ ମୁଖମଣ୍ଡଳର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ। ତେଣୁ ଏହାର ଠିକ୍‌ ଭାବେ ଯତ୍ନ ନେବା ଆବଶ୍ୟକ। ବେଳେବେଳେ କିଛି ଖାଦ୍ୟ ଆମ ଦାନ୍ତକୁ ନଷ୍ଟ କରିଦେଇଥାଏ। ତବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଆମ ଦାନ୍ତ ପାଇଁ ହାନିକାରକ ।

  • ଆଜିକାଲି ପିଲାଠାରୁ ବୟସ୍କ ସମସ୍ତଙ୍କର ପସନ୍ଦ କ୍ୟାଣ୍ଡି ଚକୋଲେଟ୍‌। ହେଲେ ଏଥିରେ ଥିବା ଅଠାଳିଆ ଅଂଶ ଦାନ୍ତରୁ ସହଜରେ ଛାଡି ନ ଥାଏ। ଫଳରେ ଏହାକୁ ବେଶୀ ମାତ୍ରାରେ ଖାଇଲେ କିଛିଦିନ ପରେ ଦାନ୍ତ ଦୁର୍ବଳ ହୋଇଯାଇଥାଏ।
  • ରିଫାଇନ୍‌ ମଇଦାରେ ପ୍ରସ୍ତୁତ ହ୍ବାଇଟ୍‌ ବ୍ରେଡ୍‌ ମଧ୍ୟ ଦାନ୍ତ ପାଇଁ ହାନିକାରକ। କାରଣ ଏହାକୁ ଖାଇଲେ ଏହା ଦାନ୍ତରେ ଅଠା ଭଳି ଲାଗିଯାଇଥାଏ। ଏହାସହ ଏଥିରେ ଥିବା ଅତ୍ୟଧିକ ପରିମାଣର କାର୍ବୋହାଇଡ୍ରେଟ୍‌ ଦାନ୍ତ ପାଇଁ ମଧ୍ୟ ହାନିକାରକ ହୋଇଥାଏ।
  • କଫିରେ ରହିଛି ପ୍ରଚୁର ପରିମାଣରେ ଏସିଟିକ୍‌ ଗୁଣ। ଯାହା ମୁଖର ପିଏଚ୍‌ ସ୍ତରକୁ କମ୍‌ କରିଥାଏ। ଫଳରେ ଦାନ୍ତ ଦୁର୍ବଳ ହେବା ସହ ଏହା ମଧ୍ୟରେ କଣା ହୋଇଯାଇଥାଏ।
  • କଫି ହେଉଛି ଏକ ଡାର୍କ ଡ୍ରିଙ୍କ। ତେଣୁ ଏହାକୁ ନିୟମିତ ପିଇଲେ ଏହାଦ୍ୱାରା ଦାନ୍ତ ଉପରେ ଏକ ପରଳ ଜମା ହୋଇଯାଇଥାଏ। ଫଳରେ କମ୍‌ଦିନ ମଧ୍ୟରେ ଦାନ୍ତ ନଷ୍ଟ ହୋଇଯାଇଥାଏ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More