Only for Entertainment

ଜାଣନ୍ତୁ କେଉଁ ମାନଙ୍କୁ ନିମନ୍ତ୍ରଣ ଦେଇଛନ୍ତି କପିଲ ଶର୍ମା ।

Firstpost Hindi
29

ବିବାହ କରିବେ କମେଡି କିଙ୍ଗ କପିଲ ଶର୍ମା । ଆସନ୍ତା ୧୨ ଡିସେମ୍ବରରେ ବଙ୍ଗୀୟ ସୁନ୍ଦରୀ ଗିନ୍ନି ଚତରଥଙ୍କ ସହ ସେ ବିବାହ ବନ୍ଧନରେ ବାନ୍ଧି ହେବେ । ଜଳନ୍ଧରରେ ସେମାନଙ୍କ ବିବାହ ହେବ । ତେବେ କପିଲ ଓ ଗିନ୍ନିଙ୍କ ବିବାହରେ ବହୁ ବଡ ବଡ ତାରକା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବଲିଉଡ ଠୁ ଆରମ୍ଭ କରି ଖେଳ ତଥା ରାଜନିତୀ ଦୁନିଆର ବଡବଡ ହସ୍ତୀ ମାନଙ୍କୁ ଦେଖିବାକୁ ମିଳିବ । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଗ୍ ବି ଅମିତାଭ ବଚ୍ଚନ, ନବଜୋତସିଂହ ସିଦ୍ଧୁ, ସଲମାନ ଖାନ୍, ଶହାରୁଖ ଖାନ୍ଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତା ମାନଙ୍କୁ ନିମନ୍ତ୍ରଣ କରାଯାଇଛି । ବିବାହରେ ଅତିଥୀ ମାନଙ୍କ ଦାୟି୍ତ୍ୱ କିକ୍ରେଟର ହରଭଜନ ସିଂହଙ୍କ ଉପରେ ନ୍ୟସ୍ତ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ୧୦୦ଜଣ ବାଉଁସର ମଧ୍ୟ ନିୟୋଜିତ କରାଯିବ । ବିବାହରେ ଯେପରି ଫଟୋ , ଭିଡିଓ ଲିକ୍ ନ ହୁଏ ସେଥିପାଇଁ ବିଶେଷ ଦୃଷ୍ଟି ଦିଆଯିବ । ବିବାହରେ ପାଖାପାଖି ୨୦୦ ଜଣ ଅତିଥୀ ସାମିଲ ହେବାର ବ୍ୟବସ୍ଥା ରହିଛି । ୧୨ରେ ବିବାହ ପରେ ୧୪ରେ ମୁମ୍ବାଇରେ ଗ୍ରାଣ୍ଡ ରିସେପନ୍ସ ଦେବେ କପିଲ-ଗିନ୍ନୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More