Only for Entertainment

ଜାଣନ୍ତୁ, କିଏ ସଂଜୟଙ୍କ ଜୀବନର ପ୍ରକୃତ ମିତ୍ର “କମଲି” !

The Indian Express
0 70

ରିଲିଜ ହେବା ପରଠାରୁ ସଂଜୟ ଦତ୍ତଙ୍କ ଫିଲ୍ମ ସଂଜୁ’ର ଖୁବ ପ୍ରଶଂସା ହେବାକୁ ଲାଗିଛି । ଏହି ଫିଲ୍ମ ୩ଦିନ ମଧ୍ୟରେ ୧୦୦କୋଟିରୁ ଉଦ୍ଧ୍ୱର୍ ବ୍ୟବସାୟ କରିସାରିଲାଣି । ଫିଲ୍ମରେ ରଣବୀର କପୁରଙ୍କର ଖୁବ ପ୍ରଶଂସା ହେବାରେ ଲାଗିଛି । ଏହାବ୍ୟତୀତ ସଂଜୟ ଦତ୍ତଙ୍କ ବନ୍ଧୁ ଭୂମିକାରେ ଅଭିନୟ କରିଥିବା କମଲି ଓରଫ ବିକି କୌଶଲଙ୍କର ମଧ୍ୟ ଖୁବ ପ୍ରଶଂସା କରାଯାଉଛି । କଣ ଆପଣ ଜାଣନ୍ତି ରିଅଲ ଲାଇଫରେ ସଂଜୟଙ୍କ ବନ୍ଧୁ କମଲି କିଏ ?

ମସାନ ଏବଂ ରାଜି ଭଳି ଫିଲ୍ମରେ ଦର୍ଶକଙ୍କ ମନ ଜିତିଥିବା ବିକି କୌଶଲ ଏହି ଫିଲ୍ମରେ କମଲି’ର ଭୂମିକା ତୁଲାଇଥିଲେ । ଏହି ଚରିତ୍ର ସଂଜୟ ଦତ୍ତଙ୍କ ରିଅଲ ଲାଇଫ ବନ୍ଧୁ ପରେଶ ଘେଲାନୀଙ୍କ ଠାରୁ ପ୍ରେରିତ ଅଟେ ଯିଏ ୟୁଏସରେ ରହୁଛନ୍ତି । ବିକି କୌଶଲ ଏକ ସାକ୍ଷାତକାରରେ କହିଛନ୍ତି ସେ ସୁଟିଂ ସମୟରେ ପରେଶ ଘେଲାନୀଙ୍କ ସହ ଥରେ ଦେଖା ହୋଇଥିବା କହିଥିଲେ । ପରେଶ ତାଙ୍କ ଜୀବନ ଆରମ୍ଭ କରି ଆମେରିକାରେ ହିଁ ସେଟଲ ହୋଇଯାଇଥିଲେ । ପ୍ରଥମେ ସେ ସିକାଗୋରେ ରହୁଥିଲେ ଏବଂ ଏବେ ସେ ଲସଏଂଜେଲସରେ ରହୁଛନ୍ତି ।

ରିପୋର୍ଟ ମୁତାବିକ ଘେଲାନୀଙ୍କର ଆମେରିକାରେ ମୁନ ଏକ୍ସପ୍ରେସ, ଏକ୍ସପ୍ରାଇଜ ଏବଂ ରୈଡିମ୍ୟୁନ ନାମକ କମ୍ବାନୀ ରହିଛି । ଫିଲ୍ମରେ ପରେଶଙ୍କ ଡାକ ନାଁ କମଲି ରହିଛି ମାତ୍ର ବାସ୍ତବରେ ତାଙ୍କ ନାଁ ‘ପରୟା’ ଅଟେ । ସଂଜୟ ତାଙ୍କ ଯୁବାବସ୍ଥାରେ ନ୍ୟୁୟର୍କରେ ପରେଶଙ୍କୁ ଭେଟିଥିଲେ । ସେବେଠାରୁ ହିଁ ଦୁହେଁ ଭଲ ବନ୍ଧୁ ହୋଇଯାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More