Only for Entertainment

ସ୍ବାମୀଙ୍କ ନାଁ ନ ଧରିବା ପଛର କାରଣ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ !

Shaadi To Wedding
0 56

ହିନ୍ଦୁ ଧର୍ମ ଅନୁଯାୟୀ ସ୍ବାମୀଙ୍କ ନାଁ ଧରିବା ଅଶୁଭ ବୋଲି କୁହାଯାଏ। ସ୍ବାମୀଙ୍କୁ ଭଗବାନଙ୍କ ମାନ୍ୟତା ଦିଆଯାଉଥିବା ବେଳେ ସ୍ତ୍ରୀ ନାଁ ଧରି ଡାକିଲେ ଏହାର ଅପମାନ ହୋଇଥାଏ ବୋଲି କୁହାଯାଏ। ହେଲେ ବର୍ତ୍ତମାନର ଆଧୁନିକ ସମାଜରେ ପ୍ରେମ ବିବାହର ପରିମାଣ ବଢିଚାଲିବା ସହ ଏସବୁ କଥା ଉପରେ କେହି ଗୁରୁତ୍ୱ ଦେଉ ନାହାଁନ୍ତି। ବରଂ ଏହାକୁ ଅନ୍ଧ ବିଶ୍ୱାସ ବୋଲି କହି ଏଡାଇ ଯାଉଛନ୍ତି। ହେଲେ ସ୍ବାମୀଙ୍କ ନାଁ ନ ଧରିବା ପଛର କାରଣ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ।

ସ୍କନ୍ଧ ପୂରାଣ ଅନୁଯାୟୀ, ହିନ୍ଦୁ ନାରୀ ସ୍ବାମୀଙ୍କ ନାଁ ଧରିବା ଅନୁଚିତ। କାରଣ ଏପରି କଲେ ସ୍ବାମୀଙ୍କର ଆୟୁଷ କମିଯାଇଥାଏ। ସେହିପରି ସ୍ବାମୀଙ୍କ ପୂର୍ବରୁ ସ୍ତ୍ରୀ ଶୋଇବା ଅନୁଚିତ। ସ୍ବାମୀଙ୍କ ଖାଇବା ପୂର୍ବରୁ ମଧ୍ୟ ସ୍ତ୍ରୀ ଖାଇବା ଅନୁଚିତ ବୋଲି ଉକ୍ତ ପୁରାଣରେ ବର୍ଣ୍ଣନା କରାଯାଇଛି। ଯେଉଁ ସ୍ତ୍ରୀମାନେ ସ୍ବାମୀଙ୍କ ପୁର୍ବରୁ ଖାଇଥାଆନ୍ତି , ଶୋଇଥାଆନ୍ତି ଓ ବିନା ଅନୁମତିରେ ଯେ କୌଣସି କାର୍ଯ୍ୟ କରିଥାଆନ୍ତି ସେମାନଙ୍କୁ ପତିବ୍ରତା ବୋଲି କୁହାଯାଇ ନ ଥାଏ। ଏମାନେ ଘରପାଇଁ ଅଶାନ୍ତିର କାରଣ ବୋଲି ଉକ୍ତ ପୁରାଣରେ ବର୍ଣ୍ଣନା କରାଯାଇଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More