Only for Entertainment

କପାଳ ଦେଖି ଜାଣନ୍ତୁ ଆପଣଙ୍କ ସ୍ୱଭାବ

scoopWhoop
0 50

ଆପଣ ଦେଖିଥିବେ ଅଧିକାଂଶ ଜ୍ୟୋତିଷ କପାଳ ଦେଖି ଭବିଷ୍ୟବାଣୀ କରିଥାନ୍ତି । ଏଥିସହ କପାଳ ଦେଖି ଆପଣଙ୍କ ଜୀବନ ସହ ଜଡିତ ସମସ୍ତ ରହସ୍ୟ ମଧ୍ୟ କହିଥାନ୍ତି । ତେବେ ପ୍ରକୃତରେ ଏ କୌଣସି ଚମତ୍କାର କଥା ନୁହେଁ ବରଂ ଆପଣ ମଧ୍ୟ ଏସଂପର୍କରେ ଜାଣି ପାରିବେ ଯାହା ସମ୍ବନ୍ଧରେ ସମୁଦ୍ରଶାସ୍ତ୍ର ନାମକ ଏକ ଗ୍ରନ୍ଥରେ ଉଲ୍ଲେଖ କରାଯାଇଛି । ସମୁଦ୍ରଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତିଙ୍କ କପାଳରେ ତାଙ୍କ ଜୀବନ ସହ ଜଡିତ ସମସ୍ତ କଥା ଲେଖାଯାଇଥାଏ । ବାସ୍ ସେଗୁଡିକୁ ଭଲଭାବରେ ପଢି ବୁଝିବାରେ ଅଛି । ତେବେ ଜାଣନ୍ତୁ କଣ ଲେଖାଯାଇଛି ଆପଣଙ୍କ କପାଳରେ ।

ଭଗବାନ ଶିବଙ୍କ ପୁତ୍ର କୁମାର କାର୍ତ୍ତିକଙ୍କ ଦ୍ୱାରା ଲିଖିତ ସମୁଦ୍ରଶାସ୍ତ୍ରରେ ରହିଛି ଯେ, କପାଳରେ ଥିବା ରେଖାକୁ ଦେଖି ଆପଣ ଜାଣିପାରିବେ କିଏ ଜ୍ଞାନୀ ହେବ ଆଉ କିଏ ଧନୀ ତ ପୁଣି କିଏ ହେବ ଗରିବ ସଂପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ରହସ୍ୟ ।

  • ସମୁଦ୍ରଶାସ୍ତ୍ର ଅନୁସାରେ, ଯେଉଁ ଲୋକଙ୍କ ମୁଣ୍ଡ ବା କପାଳ ବହୁତ ବଡ ହୋଇଥାଏ । ସେ ଅତ୍ୟନ୍ତ ବୁଦ୍ଧିମାନ ହୋଇଥାନ୍ତି । ଏଥିସହ ଅତ୍ୟନ୍ତ ବିଚକ୍ଷଣ ହେବା ସହ ଅନେକ ବିଷୟରେ ଜ୍ଞାନ ଲାଭ କରିଥାନ୍ତି ।
  • ଯେଉଁ ବ୍ୟକ୍ତିଙ୍କ କପାଳ ଆଗକୁ ବାହାରି ଥାଏ ଅର୍ଥାତ୍ ବାହାରକୁ ଅଧିକ ଗୋଜିଆ ହୋଇ ଦେଖା ଯାଇଥାଏ । ସେଭଳି ବ୍ୟକ୍ତିଙ୍କଠାରେ ଲୋଭ ପ୍ରବୃତି ଅଧିକ ଥାଏ ଅର୍ଥାତ୍ ଅଧିକ ଧନ ଲାଭ କରିବାକୁ ସବୁବେଳେ ମନ ବଳେଇଥାନ୍ତି । ଖାଲି ସେତିକି ନୁହେଁ ଅନ୍ୟର ଉନ୍ନତି ଦେଖି ସହି ପାରନ୍ତି ନାହିଁ । ସବୁବେଳେ ପର ଧନ ଉପରେ ତାଙ୍କର ନଜର ଥାଏ ।
  •  ଯେଉଁ ବ୍ୟକ୍ତିଙ୍କ କପାଳ ଚିକ୍କଣ ହୋଇଥାଏ । ସେଭଳି ବ୍ୟକ୍ତି ପ୍ରଭାବଶାଳୀ ଓ ଗୁଣବାନ ହୋଇଥାନ୍ତି । ଏଭଳି ବ୍ୟକ୍ତି ନିଜର ଅବୈଧ୍ୟ ପ୍ରତିଭା ଏବଂ ଜ୍ଞାନ ବଳରେ ଧନ ସମ୍ପତି ଲାଭ କରିଥାନ୍ତି । ଏଥିସହ ଏଭଳି ବ୍ୟକ୍ତି ଅତ୍ୟନ୍ତ ସ୍ୱାଭୀମାନ ମଧ୍ୟ ହୋଇଥାନ୍ତି ।
  • କପାଳରେ ଥିବା ରେଖାଗୁଡିକ ଯାହାର ଗହୀରତା ଓ ଅତୁଟ ହୋଇଥାଏ ସେଭଳିି ବ୍ୟକ୍ତି ଦୀର୍ଘ ସମୟ ଯାଏଁ ଜୀବିତ ରହିଥାନ୍ତି । ଏଭଳି ବ୍ୟକ୍ତି ସାଧାରଣତଃ ଦାର୍ଶନିକ ଓ ଗଭୀର ବୁଝାସୁଝା ରଖୁଥିବା ବ୍ୟକ୍ତି ହୋଇଥାନ୍ତି ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More