Only for Entertainment

କଫି ୱିଦ କରଣରେ ସାହିଦ କପୂର ପୂର୍ବ ପ୍ରେମିକାଙ୍କ ସ୍ୱାମୀ ନିକଙ୍କୁ ଦେଲେ ଏଭଳି ଉପଦେଶ !

23

ପ୍ରଯୋଜକ ତଥା ନିର୍ଦ୍ଦେଶକ କରଣ ଜୋହର ଏବେ ନିଜର ‘କଫି ଉଇଥ୍‌ କରଣ’ର ସିଜିିନ୍‌-୬ ଆରମ୍ଭ କରିଥିବା ବେଳେ ଏଠାକୁ ଅନେକ କଳାକାର ଆସି ନିଜର ବିଭିନ୍ନ ରାଜ୍‌ ଖୁଲାସା କରି ସାରିଛନ୍ତି । ଆସନ୍ତା ଅଧ୍ୟାୟରେ ଦୁଇ ଭାଇ ସାହିଦ୍‌ କପୁର ଏବଂ ଇଶାନ ଖଟ୍ଟର ଯୋଗ ଦେବେ ବୋଲି ଜଣା ପଡ଼ିଥିବା ବେଳେ ସୋ’ର ପ୍ରୋମୋ ଏବେ ଆସିସାରିଛି । ସୋ’ ପ୍ରୋମୋରେ ସାହିଦ୍‌ ଇଶାନଙ୍କୁ ଜାହ୍ନବୀଙ୍କ ନାଁ ନେଇ ଚିଡ଼ାଉ ଥିବାର ଦେଖା ଯାଇଥିବା ବେଳେ ଇଶାନଙ୍କ ଫୋନରେ ଜାହ୍ନବୀଙ୍କ ନମ୍ବର କେଉଁ ନାଁରେ ସେଭ୍‌ ରହିଛି ତାହା ଇଶାନ କହୁଥିବା ଦେଖା ଯାଇଛି ।

 

View this post on Instagram

 

Potato. Pot-AH-to. What’s in a (caller) name? #KoffeeWithKaran #KoffeeWithShahid #KoffeeWithIshaan

A post shared by Star World (@starworldindia) on

ଦୁହିଁଙ୍କୁ ଅନେକ ପ୍ରଶ୍ନ ପଚରାଯାଇଥିବା ବେଳେ ନବ ବିବାହିତ ପ୍ରିୟଙ୍କା-ନିକ୍‌ଙ୍କୁ କ’ଣ ଉପଦେଶ ଦେବା ପାଇଁ ଚାହିଁବ ବୋଲି କରଣ ସାହିଦ୍‌ଙ୍କୁ ପଚାରିଥିଲେ । ଏହାର ଉତ୍ତର ରଖି, ‘ମୁଁ ନିକ୍‌ଙ୍କୁ ବାସ୍‌ ଏତିକି କହିବି କି ନିକ୍‌ ଏହି ସଂପର୍କକୁ ଭାଙ୍ଗିବା କଥା ନ ଭାବନ୍ତୁ । କାରଣ ସେ ଅସଲି ‘ଦେଶୀ ଗର୍ଲ’ଙ୍କୁ ବିବାହ କରିଛନ୍ତି।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More