Only for Entertainment

ସଲମାନ-ଶାହରୁଖ ନୁହେଁ ତୈମୁରଙ୍କ ଫ୍ୟାନ ହେଉଛନ୍ତି ରଣବୀର ସିଂ, ସାଥିରେ କରିବାକୁ ଚାହାଁନ୍ତି କାମ ।

DNA India
51

କଫି ୱିଥ କରଣ-୬ ଆରମ୍ଭ ହୋଇଯାଇଛି । ଏହି ସିଜିନର ପ୍ରଥମ ଏପିସୋଡରେ ଆଲିଆ ଭଟ୍ଟ ଏବଂ ଦୀପିକା ପାଦୁକୋନ ନଜର ଆସିଥିଲେ । ଗର୍ଲ ଗ୍ୟାଙ୍ଗର ଧମାକାଧାର ଏପିସୋଡ ପରେ ଆଗାମୀ ଏପିସୋଡରେ ଅକ୍ଷୟ କୁମାର ଏବଂ ରଣବୀର ସିଂ ନଜର ଆସିଥିଲେ । ଦୁଇ ଷ୍ଟାର ଶୋ’ରେ ଖୁବ ମସ୍ତି କରିଥିଲେ । କିନ୍ତୁ ରଣବୀରଙ୍କର ଏକ ଉତ୍ତର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ତୈମୁର ଅଲ୍ଲୀ ଖାନଙ୍କ ସହିତ କାମ କରିବାକୁ ଚାହାଁନ୍ତି ବୋଲି କହିଛନ୍ତି ।

କଥାଟି ହେଇଉଛି ଶୋ’ ରେ କରଣ ରଣବୀରଙ୍କୁ ପଚାରିଥିଲେ ସେ ୩ ଖାନଙ୍କ ମଧ୍ୟରୁ ସେ କାହା ସହିତ କାମ କରିବାକୁ ଚାହାଁନ୍ତି । ଏହାର ଉତ୍ତରରେ ରଣବୀର କହିଥିେ, ମୁଁ ତୈମୁର ଅଲ୍ଲୀ ଖାନଙ୍କ ସହିତ କାମ କରିବାକୁ ଚାହେଁ । ମୁଁ କରିନା ଏବଂ ତୈମୁରଙ୍କର ବଡ ଫ୍ୟାନ ଏବଂ ମୋତେ ଅପେକ୍ଷା ରହିଛି କେବେ ମୋତେ ଏବଂ ତୈମୁରଙ୍କୁ ଏକା ସହିତ କାଷ୍ଟ କରାଯିବ ।

ranveer-singh-karan-johar-akshay-kumar-2-1540738955

ରଣବୀର ସିଂଙ୍କ ଏପରି ଉତ୍ତର ଶୋ’ର ହୋଷ୍ଟ କରଣ ଏବଂ ଅକ୍ଷୟଙ୍କୁ ମଧ୍ୟ ଆସିଥିଲା । ଶୋ’ରେ ରଣବୀର ଅକ୍ଷୟ କୁମାର ତାଙ୍କର ସାକ୍ଷାତ କିପରି ହୋଇଥିଲା ତାହା ବିଷୟରେ ମଧ୍ୟ ଖୁଲାସା କରିଛନ୍ତି । ଫିଲ୍ମ ବିଷୟରେ କହିବାକୁ ଗଲେ ରଣବୀର ସିଂ ଏବେ ନିଜର ଆଗାମୀ ଫିଲ୍ମ ‘ସିମ୍ବା’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ତାଙ୍କ ବିପକ୍ଷରେ ସୈଫ ଅଲ୍ଲୀ ଖାନଙ୍କ ଝିଅ ସାରା ଅଲ୍ଲୀ ଖାନଙ୍କୁ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More