Only for Entertainment

ସନ୍ତାନ ଏକ, ବାପା ତିନି ! ଦ୍ୱନ୍ଦରେ ପଡିଲା ପୋଲିସ୍

google
105

କୋଲକାତାର ଆୟରିସ ହସ୍ପିଟାଲରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୨୧ ବର୍ଷିୟ ମହିଳା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ଆପଣ ଭାବୁଥିବେ ଏଥିରେ ଆଶ୍ଚର୍ଯ୍ୟ ହେବାରେ କ’ଣ କଛି । କିନ୍ତୁ କଥା ସେତିକିରେ ଅଟକିନି ଶିଶୁଟି ଜନ୍ମ ହେବା ପରେ ଜଣେ କିମ୍ବା ଦୁଇ ଜଣ ନୁହଁନ୍ତି ତିନି ଜଣ ବ୍ୟକ୍ତି ଶିଶୁଟିର ପିତା ବୋଲି ଦାବି କରିଥିଲେ ।

ଏହି ଘଟଣା ୨୨ ଜୁଲାଇ ସୋମବାରର । ସଂଧ୍ୟା ୬ଟାରେ ମହିଳା ଜଣଙ୍କ ନିଜ ମା’ ଏବଂ ଜଣ ବ୍ୟକ୍ତି ସହିତ ହସ୍ପିଟାଲ ପହଁଚିଥିଲେ । ହସ୍ପିଟାଲ ଫର୍ମରେ ବ୍ୟକ୍ତି ଜଣଙ୍କ ମହିଳାଙ୍କ ସ୍ୱାମୀ ବୋଲି ପରିଚୟ ଦେଇଥିଲେ । ଡେଲିଭରୀ ପାଇଁ ଅପେରେସନ ଥିଏଟର ନେବା ସମୟରେ ଆଉ ଜଣେ ବ୍ୟକ୍ତି ସେଠାରେ ପହଁଚିଥିଲେ ଏବଂ ସେ ମଧ୍ୟ ମହିଳାଙ୍କ ସ୍ୱାମୀ ବୋଲି ଦାବି କରିଥିଲେ । ଏହା ପରେ ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ଝଗଡା ବଢିବା ପରେ ହସ୍ପିଟାଲ ପକ୍ଷରୁ ପୋଲିସକୁ ଡକାଯାଇ ଦୁହିଁଙ୍କୁ ହସ୍ପିଟାଲରୁ ବାହାରକୁ ବାହାର କରିଦିଆଗଲା ।

ପୋଲିସ ଦୁଇ ଜଣ ବ୍ୟକ୍ତିଙ୍କୁ ବିବାହ ପ୍ରମାଣପତ୍ର ଆଣିବା ପାଇଁ କହିଥିଲେ । ଦ୍ୱିତୀୟ ବ୍ୟକ୍ତିଟି ପ୍ରମାଣପତ୍ର ନେଇ ପୋଲିସ ପାଖରେ ପହଁଚିଥିଲା । ମାତ୍ର ମହିଳାଙ୍କ ମା’ ଦ୍ୱିତୀୟ ବ୍ୟକ୍ତିଙ୍କୁ ଜାଣିନଥିବା କହିଥିଲେ । ମହିଳାଙ୍କ ହୋସ ଆସିବା ପରେ ତାଙ୍କ ସ୍ୱାମୀ କିଏ ଚିହ୍ନଟ କରିବା ପାଇଁ ଦୁଇ ଜଣ ବ୍ୟକ୍ତିଙ୍କୁ ଡକାଯାଇଥିଲା । କିନ୍ତୁ ଏହି କଥା ଏତିକିରେ ଶେଷ ହେଲା ନାହିଁ । ଏହି ସମୟରେ ଆଉ ଏକ ବ୍ୟକ୍ତି ଆସି ମହିଳାଙ୍କ ସ୍ୱାମୀ ବୋଲି ଦାବି କରିଥିଲେ । ଏହା ଶୁଣି ପୋଲିସର ହୋସ ମଧ୍ୟ ଉଡିଯାଇଥିଲା । କିନ୍ତୁ ମହିଳା ଜଣକ ଦ୍ୱିତୀୟ ବ୍ୟକ୍ତିଙ୍କୁ ନିଜ ସ୍ୱାମୀ ଏବଂ ଛୁଆର ପିତା ବୋଲି କହିଥିଲେ ।

ଅସଲରେ ବିବାହ ପରେ ମହିଳା ଏବଂ ତାଙ୍କ ପ୍ରଥମ ପତିଙ୍କ ସମ୍ପର୍କ ଭଲ ନଥିଲା । ଏହି କାରଣ ପାଇଁ ଦୁହେଁ ଅଲଗା ଅଲଗା ରହୁଥିଲେ । ଏହା ପରେ ମହିଳା ଜଣଙ୍କ ଦ୍ୱୀତିୟ ବ୍ୟକ୍ତିଙ୍କୁ ଭେଟିଥିଲେ ଏବଂ ଦୁହେଁ ବିବାହ ମଧ୍ୟ କରିଥିଲେ । ମହିଳା ଜଣଙ୍କୁ ପ୍ରେଗ୍ନେଣ୍ଟ ଥିବା ଖବର ୩ ଜଣ ବ୍ୟକ୍ତିଙ୍କୁ ହ୍ୱାଟସଆପ ଷ୍ଟାଟସରୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More