Only for Entertainment

ଅଲଗା ହେଲ କୃତି ସେନନ ଏବଂ ସୁଶାନ୍ତ ସିଂ ରାଜପୁତ, କ’ଣ ରହିଛି ଅସଲି କାରଣ ?

Star World News
0 38

ଅଭିନେତ୍ରୀ କୃତି ସେନନ ଏବଂ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଲିଙ୍କଅପ ଖବରକୁ ଏବେ କିଛି ଦିନ ବିତିଥିଲେ ମଧ୍ୟ ଦୁହିଁଙ୍କ ବ୍ରେକଅପ ଖବର ଏବେ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ଏବେ ଦୁହେଁ ପରସ୍ପର ଠାରୁ ଅଲଗା ହୋଇଯାଇଛନ୍ତି ।

ଖବର ଅନୁସାରେ କୃତି ସେନନ ଏବେ ଏହି ସମ୍ପର୍କକୁ ଆଗକୁ ବଢାଇବା ମୁଡରେ ନାହାଁନ୍ତି । ସେଥିପାଇଁ ସେ ସୁଶାନ୍ତଙ୍କ ଠାରୁ ଅଲଗା ହେବାର ନିଷ୍ପତି ନେଇଛନ୍ତି । କହିରଖୁଛୁ ଯେ ଦୁହିଁଙ୍କର ଅଫେୟାର ଖବର ‘ରବତା’ ଫିଲ୍ମରୁ ଆରମ୍ଭ ହୋଇଥିଲା ।

1513242987-kriti-sanon-sushant-singh-rajput

ଅନ୍ୟ ରିପୋର୍ଟ ଅନୁସାରେ ଦୁହେଁ ଏବେ ରିଲେସନସିପରୁ କିଛି ସମୟ ପାଇଁ ବ୍ରେକ ନେଇଛନ୍ତି । କୃତି ଏବଂ ସୁଶାନ୍ତ ଏବେ ନିଜ କାମରେ ବ୍ୟସ୍ତ ଅଛନ୍ତି ଏବଂ ପୁରା ଧ୍ୟାନ କାମରେ ଲଗାଇବାକୁ ଚାହୁଁଛନ୍ତି । ସୁଶାନ୍ତ ଏବେ  ‘Kizie Aur Manny’ର ସୁଟିଂରେ ବ୍ୟସ୍ତ ଥିବା ବେଳେ କୃତି ନିଜର ଆଗାମୀ ଫିଲ୍ମ ‘Luka Chuppi’ ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ବ୍ୟତିତ ଦୁହିଁଙ୍କ ପାଖରେ ଆଉ ମଧ୍ୟ ଅନେକ ପ୍ରୋଜେକ୍ଟ ରହିଛି ।

ଏହା ବ୍ୟତିତ ଏହା ମଧ୍ୟ ଗୁଜବ ଶୁଣିବାକୁ ମିଳୁଛି ଯେ ସୁଶାନ୍ତ ନିଜର ଆଗାମୀ ଫିଲ୍ମ ‘Kizie Aur Manny’ର କୋ-ଷ୍ଟାର ସଞ୍ଜନାଙ୍କ ସହିତ ଅଧିକ ଫ୍ରେଣ୍ଡଲି ବ୍ୟବହାର କୃତିଙ୍କ ସହିତ ରିଲେସନସିପ ଅନ୍ତ ହେବାର ମୁଖ୍ୟ କାରଣ ପାଲଟିଛି । କିନ୍ତୁ ଫିଲ୍ମର ନିର୍ଦ୍ଦେଶକ ମୁକେଶ ଛାବଡା ଏହାକୁ ଖଣ୍ଡନ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More