Only for Entertainment

ଦିନେ ସପିଂ ସମୟରେ ଲଜ୍ଜିତ ହୋଇଥିଲେ କୃତି ସାନନଙ୍କ ବାପା ଓ ମା’, ଅର୍ଚ୍ଚନାଙ୍କୁ ଦେଖି ଜୋତା ମଗାଇଥିଲେ ଗୋବିନ୍ଦା

Wiki Folder
147

ଦ କପିଲ ଶର୍ମା ଶୋ’ରେ ନିକଟରେ ପହଂଚିଥିଲେ ଅର୍ଜୁନ ପଟିୟାଲାର ଷ୍ଟାରକାଷ୍ଟ କୃତି ସାନନ,ବରୁଣ ଶର୍ମା ଏବଂ ଦିଲଜିତ ଦୋସାଂଝ । ସେଠାରେ ସେମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚରାଗଲା । ପ୍ରତ୍ୟେକ ତାରକା ତାଙ୍କ ଜୀବନ ସହିତ ଜଡ଼ିତ କେତେକ ମଜାଦାର କଥା ଶେୟାର କରିଛନ୍ତି ।

 

 

View this post on Instagram

 

The walk..?? @shyamalbhumika It was a pleasure walking for you guys in this stunning creation for #ICW2019 ✨✨ @fdciofficial

A post shared by Kriti (@kritisanon) on

କୃତି ସାନନଙ୍କ ବାପା ଓ ମା ମଧ୍ୟ କପିଲଙ୍କ ଶୋ’ରେ ପହଂଚିଥିଲେ । ଯାହା ଦ୍ୱାରା କେଉଁଭଳି ଭାବରେ ସେମାନଙ୍କୁ ଥରେ ସପିଂ ସମୟରେ ଲଜ୍ଜିତ ହେବାକୁ ପଡ଼ିଥିଲା ତାହା ଜଣାଇଛନ୍ତି । କୃତିଙ୍କ ମା’ଙ୍କ କହିବା ମୁତାବକ ଥରେ ସେଲ ଲାଗିଥିବା ସମୟରେ ସେମାନେ ସପିଂ କରିବାକୁ ଯାଇଥିଲେ । ଏହି ସମୟରେ ଲୋକମାନେ ଗପସପ କରିବା ଆରମ୍ଭ କରିଦେଲେ ଯେ କିଭଳି ଅଭିନେତ୍ରୀର ବାପା ମା ହୋଇ ସେଲ ସମୟରେ ସପିଂ କରିବାକୁ ଆସିଛନ୍ତି । ଏହାପରେ କୃତିଙ୍କ ବାପା କହିଲେଯେ ଲୋକମାନେ କଥା ହେବା ଆରମ୍ଭ କରିଦେବା ମାତ୍ରେ ଆମକୁ ବହୁତ ଲଜ୍ଜିତ ଲାଗିଲା ଏବଂ ଆମେ ତତକ୍ଷଣାତ ସେଠାରୁ ବାହାରି ଆସିଲୁ ।

 


ଶୋ’ରେ ଅର୍ଚ୍ଚନା ସିଂ ମଧ୍ୟ ଇଣ୍ଡଷ୍ଟ୍ରିରେ କାମ କରିବାକୁ ନେଇ କିଛି ମଜାଦାର କଥା ଶେୟାର କଲେ । ଯେଉଁଥିରେ ଅର୍ଚ୍ଚନା କହିଲେଯେ ଥରେ ତାଙ୍କର ଗୋବିନ୍ଦାଙ୍କ ସହିତ ଏକ ଫିଲ୍ମ ସୁଟିଂ କରିବାର ଥିଲା, କିନ୍ତୁ ସେଟକୁ ଆସିବା ପୂର୍ବରୁ ଗୋବିନ୍ଦା ଜାଣି ନଥିଲେଯେ ସେ ଅର୍ଚ୍ଚନାଙ୍କ ସହିତ ସୁଟ କରିବେ । ଏହାପରେ ସେ ଟିମ ସଦସ୍ୟଙ୍କୁ ଚିଲ୍ଲାଇବା ଆରମ୍ଭ କରିଦେଲେ ଏବଂ ୩ ନମ୍ବରର ସୁଜ ଆଣିବା ପାଇଁ କହିଲେ । ଯେତେବେଳେ ଅର୍ଚ୍ଚନାଙ୍କୁ ସେହି ସୁଜ ରହସ୍ୟ ପଚରାଗଲା, ସେ କହିଲେ ଗୋବିନ୍ଦା ଅଭିନେତ୍ରୀଙ୍କ ଉଚ୍ଚତା ଅନୁସାରେ ହାଇଟ ଜୋତା ପିନ୍ଧନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More