Only for Entertainment

ପାର୍ଟିକୁ ଯିବା ସମୟରେ ହଠାତ ପଡିଗଲେ ଏହି ବଲିଉଡ ଅଭିନେତ୍ରୀଙ୍କ ଭଉଣୀ, ଭିଡିଓ ଭାଇରାଲ ।

indiatoday
0 53

ବଲିଉଡ ଅଭିନେତ୍ରୀ କୃତି ସେନନଙ୍କ ସାନ ଭଉଣୀ ନୂପୁର ସେନନ ଏକ ଜନ୍ମଦିନ ପାର୍ଟିକୁ ଯିବା ସମୟରେ ହଠାତ ପଡିଯାଇଥିଲେ । କିନ୍ତୁ ସେ ନିଜକୁ ଭଲ ଭାବେ ସମ୍ଭାଳି ନେଇଥିବା ଦେଖିବାକୁ ମିଳିଛି । ନୂପୁରଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଖବର ଅନୁସାରେ ନୂପୁର ଦିନେଶ ବିଜନଙ୍କ ଜନ୍ମଦିନ ପାର୍ଟିରେ ଯୋଗ ହେବା ପାଇଁ ଆସୁଥିବା ସମୟରେ ଏହି ଘଟଣା ଘଟିଥିଲା । ସେ କାରର ଓହ୍ଲାଇ ଚାଲି ଚାଲି ଆସିଥିବା ବେଳେ ତାଙ୍କ ଗୋଡ ମୋଡି ହୋଇଯାଇଥିଲା । କିନ୍ତୁ ସେ ନିଜକୁ ଭଲ ଭାବେ ସମ୍ଭାଳି ନେଇଥିଲେ ।

ନୂପୁର ମଧ୍ୟ ଭଉଣୀ କୃତି ସେନନଙ୍କ ପରି ବଲିଉଡରେ କ୍ୟାରିୟର ଗଢିବା ପାଇଁ ଚାହାଁନ୍ତି । ଇଂଷ୍ଟାଗ୍ରାମରେ ତାଙ୍କର ୬ ଲକ୍ଷରୁ ଅଧିକ ଫଲୋୟର୍ସ ଅଛନ୍ତି । ସେ ନିଜର ମ୍ୟୁଜିକ ଭିଡିଓ ପାଇଁ ଖୁବ ଫେମସ । ନୂପୁର ନିକଟରେ ନିଜର ଆକ୍ଟିଂ ଡେବ୍ୟୁ ହେୟାର ଅଏଲ ବ୍ରାଣ୍ଡରୁ କରିଥିଲେ । ଏହି ଆଡରେ ତାଙ୍କ ସହିତ କୃତି ମଧ୍ୟ ଥିଲେ ।

 

Kritsu’s birthday ♥️

A post shared by Nupur Sanon (@nupursanon) on

ରିପୋର୍ଟ ଅନୁସାରେ ସାଜିଦ ନାଡିଆୱାଲା ନୂପୁରଙ୍କୁ ବଲିଉଡରେ ବ୍ରେକ ଦେଉଛନ୍ତି । ସେ ୨୦୧୪ରେ ରିଲିଜ ହୋଇଥିବା ଫିଲ୍ମ ହିରୋପନ୍ତିରେ କୃତିଙ୍କୁ ଲଂଚ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More