Only for Entertainment

ହାଉସଫୁଲ୪’ର ସଫଳତା ପରେ ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତ କ୍ରିତି, ରାଜସ୍ଥାନରେ ଆରମ୍ଭ ହେଲା ସୁଟିଂ !

22

ଅଭିନେତ୍ରୀ କ୍ରିତି ସାନନ ବର୍ତ୍ତମାନ ନିଜର ନୂଆ ପ୍ରୋଜେକ୍ଟ ନେଇ ବେଶ ବ୍ୟସ୍ତ ଅଛନ୍ତି । କ୍ରିତିଙ୍କ ଆଗାମୀ ଫିଲ୍ମର ଟାଇଟେଲ ମିମି ରହିଥିବାବେଳେ ରାଜସ୍ଥାନରେ ଚାଲିଛି ଏବେ ଏହାର ସୁଟିଂ । ନିକଟରେ ପ୍ରଡକ୍ସନ ହାଉସ ଫିଲ୍ମର ଟାଇଟେଲ ପୋଷ୍ଟର ରିଲିଜ କରିବା ସହ ସୁଟିଂ ସମ୍ବନ୍ଧରେ ସୂଚନା ଦେଇଛନ୍ତି । ନାରୀ ଭିତ୍ତିକ କାହାଣୀ ନେଇ ପ୍ରସ୍ତୁତ ହେଉଥିବା ମିମି’ର ନିର୍ଦ୍ଦେଶନା ଦେଉଛନ୍ତି ଲକ୍ଷ୍ମଣ ଉତେରେକର । ଏହା ମରାଠୀ ଫିଲ୍ମ ମଲା ହାଇ ମଲ୍ଲାଚୀର ହେଉଛି ହିନ୍ଦୀ ରିମେକ ।

କ୍ରିତିଙ୍କ ସହ ୩ୟ ଥର ପାଇଁ ଏକାଠି ଅଭିନୟ କରୁଛନ୍ତି ଭର୍ସାଟାଇଲ ଅଭିନେତା ପଙ୍କଜ ତ୍ରିପାଠୀ। ବରେଲୀ କି ବର୍ଫି ଓ ଲୁକାଛୁପିରେ ପଙ୍କଜ ଓ କ୍ରିତି ଏକାଠି ଅଭିନୟ କରିସାରିଛନ୍ତି । ଅନ୍ୟପଟେ ଏହି ନାରି ଭିତ୍ତିକ ଫିଲ୍ମରେ କୌଣସି ହିରୋଙ୍କୁ ସ୍ଥାନ ଦିଆଯାଇ ନାହିଁ । ତେବେ ଏଠାରେ ଆମେ କହି ରଖୁଛୁ ଯେ ହାଉସଫୁଲ୪’ର ସଫଳତା ପରେ ସେ ଏବେ ଏହି ‘ମିମି’ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More